Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2416380

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

1.Odisha News: ରାଜ୍ୟରେ ନିର୍ମାଣ ହେବ ୧୨ଶହରୁ ଅଧିକ ଚେକ୍ ଡ୍ୟାମ୍। ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦୨୨-୨୫ ଭିତରେ ୧୨୮୦ ଚେକ୍‌ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଛି। ୨୦୨୫ ସୁଦ୍ଧା ୫୮୫ ଚେକ୍‌ ଡ୍ୟାମ୍ ନିର୍ମାଣ ସରିବ ବୋଲି ମନ୍ତ୍ରୀ କହିଛନ୍ତି।

2.Kanhaiya Lal Murder Case: ରାଜସ୍ଥାନର କହ୍ନେୟାଲାଲ ହତ୍ୟା ମାମଲାକୁ କିଏ ବା ଭୁଲି ପାରିବ? ଉଦୟପୁରର ସୁପ୍ରିମ ଟେଲରରେ କାର୍ଯ୍ୟ କରୁଥିବା କହ୍ନେୟାଲାଲଙ୍କୁ ୨୮ ଜୁନ୍ ୨୦୨୨ ରେ ହତ୍ୟା କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ହାଇକୋର୍ଟଙ୍କ ରାୟ ଆସିଛି। ଅଭିଯୁକ୍ତ ମହମ୍ମଦ ଜାଭେଦଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାଭେଦଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

3. Odisha News: ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଚଳିତବର୍ଷ ଏହି ଯୋଜନାରେ ୩ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବେ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା। 

4. କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଚୁନା ଲଗାଉଥିବା ଠକକୁ ବାନ୍ଧିଛି ପୁଲିସ। ଚାକିରି ଓ ବଦଳି କରାଇବାକୁ କହି କୋଟି କୋଟି ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ଲୋକମାନେ ପୁଲିସ ଜିମା ଦେଇଛନ୍ତି। ତେବେ ଅଭିଯୁକ୍ତ ରାହୁଲ ମୋର ବହୁତ ନେତାମନ୍ତ୍ରୀ ଚିହ୍ନା ଅଛନ୍ତି। ତୁମର ଚାକିରି କରାଇଦେବି, ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବି ବୋଲି ଏପରି କହି ବହୁ ଲୋକଙ୍କୁ ଲକ୍ଷାଧୀକ ଟଙ୍କାର ଚୁନ ମାରିଥିବା ଅଭିଯୋଗ ହୋଇଛି।

5. Odisha News: ଚଳିତ ବର୍ଷଠାରୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉପରୋକ୍ତ ପ୍ରସ୍ତାବ ସହ ମୋଟ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଚଳିତ ବର୍ଷ ମୋଟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଯୋଜନା ପାଇଁ ମୋଟ ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା  ରାଜ୍ୟ ସରକାର ରାଜ୍ୟ ସରକାର ଯୋଗାଇ ଦେବେ ।

6. Odisha News: ରବିବାର ଦିନ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଗସ୍ତକୁ ନେଇ ବିଭିନ୍ନ ମହଲରେ ବିରୋଧାଭାସ ଦେଖିବାକୁ ମିଳିଛି। ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ମୁଖ୍ୟ ଗଣପର୍ବ। ଏହି ଦିନ ଯିଏ ଯେଉଁଠି ରହିଥିଲେ ମଧ୍ୟ ନୁଆଁ ଖାଇବା ପାଇଁ ନିଜ ଘରକୁ ଫେରିଥାନ୍ତି। ଏହି ପର୍ବ ମୁଖ୍ୟତଃ କୃଷି ଭିତ୍ତିକ ହୋଇଥିବା ବେଳେ ଫସଲର ପ୍ରଥମ ଅନ୍ନ ନିଜ ଇଷ୍ଟଙ୍କ ପାଖରେ ସମର୍ପିତ କରି ପରିବାର ଏକାଠି ହୋଇ ନବାନ୍ନ ବା ନୁଆଁ ଖାଇଥାନ୍ତି। କିନ୍ତୁ ସେଦିନ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଏଭଳି କି ସମସ୍ତ ସରକାରୀ କଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କାର୍ଯ୍ୟରତ ରହିବେ। ତା ହେଲେ କିଭଳି ଭାବରେ ପରିବାର ସହିତ ନୁଆଁ ଖାଇବେ ବୋଲି ସାଧାରଣରେ ଏକ ଚାପା ଗୁଂଜରଣ ସୃଷ୍ଟି ହୋଇଛି।

7. SBI Bank: ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ୬ ଜଣଙ୍କୁ ଗିରଫ କରିଛି ଇଓଡବ୍ଳୁ । ୧୬ କୋଟି ଟଙ୍କା ରଣ ନେଇ ଭୁବନେଶ୍ୱର ରେ ମିଛ ଅଫିସ କରି ଠକିନେଇଥିଲେ ।

8. Odisha News: କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ଆଜି ବିରୋଧି ଦଳର ବିଧାୟକମାନେ ଆଲୋଚନା ପାଇଁ ଉଠାଇଛନ୍ତି। ଶୂନ୍ୟକାଳରେ ବିଜେଡି ବିଧାୟକ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଗୃହର ପରମ୍ପରା ଅନୁସାରେ କୌଣସି ଅଣ ସଦସ୍ୟଙ୍କ ଦ୍ୱାରା ଗୃହ ବାହାରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଆଲୋଚନା କରିବା ପରମ୍ପରା ବିରୋଧୀ ବୋଲି କୁହାଯାଇଥିଲା। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ରାଜ୍ୟରେ ଛାତ୍ର ଆନ୍ଦୋଳନକୁ ତେଜିବାକୁ ଯାଉଛି ବୋଲି ଅଭିଯୋଗ କରାଯାଇଛି।

9. Entertainment News: ଓଡ଼ିଆ ଫିଲ୍ମକୁ ଦର୍ଶକଙ୍କର ପୁଣି ଭଲପାଇବା ମିଳୁଛି ଯାହାକୁ ଧ୍ୟାନରେ ରଖି ଫିଲ୍ମ ମେକର୍ସ ନୂଆ ନୂଆ କାହାଣୀକୁ ନେଇ ବଡ଼ ପରଦାକୁ ଫେରିଛନ୍ତି। ଏହି ଧାରାରେ ଜୀ ସାର୍ଥକ ପୁଣି ନେଇ ଆସିଛି ଏକ ନୂଆ ଫିଲ୍ମ । ସୋମନାଥ ଫିଲ୍ମସ ବ୍ୟାନରରେ ସୁନୀଲ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମ ଖୁବ ଶୀଘ୍ର ଟିଭି ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି 'ପାରିକରିବେ ଭୋଳା ଶଙ୍କର ୩' ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ କେବଳ ଜୀ ସାର୍ଥକରେ ।  

10. Paris Paralympics 2024: ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ ଭାରତ ପାଇଁ ବହୁତ ଭଲ ଚାଲିଛି। ଏପର୍ଯ୍ୟନ୍ତ ଶେଷ ହୋଇଥିବା ୭ ଦିନରେ ମୋଟ ୨୪ ଟି ପଦକ ଭାରତର ଖାତାକୁ ଆସିଛି। ଆଜି ଅର୍ଥାତ୍ ଅଷ୍ଟମ ଦିନରେ ଭାରତ ୮ ଟି ପଦକ ପାଇବ ବୋଲି ଆଶା କରାଯାଉଛି। ଆଜି ଭାରତ ପଦକ ତାଲିକାରେ ୩୦ ମାର୍କ ଅତିକ୍ରମ କରିପାରିବ। ବର୍ତ୍ତମାନ ଭାରତ ୨୪ଟି ପଦକ ସହ ପଦକ ତାଲିକାରେ ୧୩ ତମ ସ୍ଥାନରେ ରହିଛି।