Top 10 News: ବ୍ଲାକ୍ ରୋଜ ମାମଲାରେ ଡିଜିପିଙ୍କୁ ମୋହନ ସରକାରଙ୍କ ଚିଠି, ଫୋଗାଟଙ୍କ ଆବେଦନକୁ CAS କଲା ପ୍ରତ୍ୟାଖ୍ୟାନ, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2384323

Top 10 News: ବ୍ଲାକ୍ ରୋଜ ମାମଲାରେ ଡିଜିପିଙ୍କୁ ମୋହନ ସରକାରଙ୍କ ଚିଠି, ଫୋଗାଟଙ୍କ ଆବେଦନକୁ CAS କଲା ପ୍ରତ୍ୟାଖ୍ୟାନ, ଆଜିର ୧୦ ବଡ଼ ଖବର

Top 10 News Headlines: ପ୍ରାୟ ୧୫ ବର୍ଷ ତଳେ ମଙ୍ଗୋଲିଆ ଜାହାଜ ଏମଭି ବ୍ଲାକ୍ ରୋଜର ରହସ୍ୟମୟ ଭାବେ ବୁଡ଼ିଯିବା ଘଟଣାର ସିବିଆଇ ତଦନ୍ତ ଦାବି ହେଉଥିବା ବେଳେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହ ବିଭାଗ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଚିଠି ଲେଖିଛି।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 9 August 2024

Top 10 News Headlines 9 August 2024: H1. President's Gallantry Award: ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ ଏବଂ ସାହସିକତା ପୁରସ୍କାର। କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୧୩ ଜଣ ରହିଛନ୍ତି। 

H2. MV Black Rose sinking case: ପ୍ରାୟ ୧୫ ବର୍ଷ ତଳେ ମଙ୍ଗୋଲିଆ ଜାହାଜ ଏମଭି ବ୍ଲାକ୍ ରୋଜର ରହସ୍ୟମୟ ଭାବେ ବୁଡ଼ିଯିବା ଘଟଣାର ସିବିଆଇ ତଦନ୍ତ ଦାବି ହେଉଥିବା ବେଳେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହ ବିଭାଗ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଚିଠି ଲେଖିଛି।

H3. Odia people detained in West Bengal Returned: ଫେରିଲେ ବାଂଲାଦେଶ ହିଂସା କାରଣରୁ ପଶ୍ଚିମବଙ୍ଗ ମେଦିନପୁରରେ ଫସିଥିବା ଓଡିଶାର ରୋଗୀ। ୧୫୫ ଜଣ ଓଡ଼ିଶାରେ ପହଂଚିଛନ୍ତି। ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଓଡ଼ିଶା ପୋଲିସକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୋଲିସ। ୩ଟି ବୋଲେରୋ, ଦୁଇଟି କାର ଏବଂ ଦୁଇଟି ବସରେ ଓଡ଼ିଶା ଅଣାଯାଇଛି। 

H4. President's Independence Day 2024 Speech: ସ୍ୱାଧୀନତା ଦିବସକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, 'ମୁଁ ଦେଖି ବହୁତ ଖୁସି ଯେ ସମସ୍ତ ଦେଶବାସୀ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଉଡୁଥିବା ତ୍ରିରଙ୍ଗାକୁ ଦେଖିବା - ଏହା ଲାଲ କିଲ୍ଲାରେ ହେଉ, ରାଜ୍ୟ ରାଜଧାନୀରେ ହେଉ କିମ୍ବା ଆମ ଚାରିପାଖରେ- ଏହା ଆମ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରେ।’

H5. Rahul Navin ED Director: ବୁଧବାର କେନ୍ଦ୍ର ସରକାର ଅର୍ଥନୈତିକ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି। ଯାଞ୍ଚକାରୀ ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ।

H6. Govind Mohan Home Secretary: ୧୯୮୯-ସିକ୍କିମ୍ କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଗୋବିନ୍ଦ ମୋହନଙ୍କୁ ପରବର୍ତ୍ତୀ କେନ୍ଦ୍ର ଗୃହ ସଚିବ ଭାବରେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ବୁଧବାର ଦିନ ତାଙ୍କ ନାମ ନିଶ୍ଚିତ କରିଛି। ମୋହନ ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭାଲାଙ୍କ ସ୍ଥାନ ନେବେ। 

H7. Wetlands in India: ଭାରତ ତିନୋଟି ନୂତନ ରାମସର ସାଇଟ୍ ଘୋଷଣା କରିଛି। ଏଥିମଧ୍ୟରେ ତାମିଲନାଡୁର ନଞ୍ଜାରାୟଣ ଓ କାଜୁଭେଲି ପକ୍ଷୀ ଅଭୟାରଣ୍ୟ ଏବଂ ମଧ୍ୟପ୍ରଦେଶର ତାୱା ଜଳଭଣ୍ଡାର ଅନ୍ତର୍ଭୁକ୍ତ। ଏହା ସମେତ ଦେଶରେ ରାମସର ସାଇଟ ସଂଖ୍ୟା ୮୫ ରେ ପହଞ୍ଚିଛି।

H8. Rajya Sabha by-election: କଂଗ୍ରେସ ଅଭିଷେକ ମନୁ ସିଂଭିଙ୍କୁ ତେଲେଙ୍ଗାନାରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଅଭିଷେକ ମନୁ ସିଂଭିଙ୍କ ପ୍ରାର୍ଥୀପତ୍ରକୁ ଅନୁମୋଦନ କରିଛନ୍ତି। ଅଭିଷେକ ମନୁ ସିଂହଭି ଜଣେ ଜଣାଶୁଣା ଓକିଲ ତଥା ରାଜନେତା। ସେ ଏହାପୂର୍ବରୁ ମଧ୍ୟ ରାଜ୍ୟସଭାର ସଦସ୍ୟ ମଧ୍ୟ ସଦସ୍ୟ ରହିସାରିଛନ୍ତି।

H9. Vinesh Phogat Case Dismissed: ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ଆବେଦନକୁ CAS ପ୍ରତ୍ୟାଖ୍ୟାନ କରିଛି, ଅର୍ଥାତ ବର୍ତ୍ତମାନ ସେ ରୌପ୍ୟ ପଦକ ପାଇବେ ନାହିଁ। କହିରଖୁଛୁ ଯେ ସେ ଫାଇନାଲ୍ ମ୍ୟାଚ୍ ଦିନ ଧାର୍ଯ୍ୟ ଓଜନ ଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଥିଲେ। 

H10. Hardik Pandya-Jasmin Walia Dating: ହାର୍ଦ୍ଦିକ ପାଣ୍ଡ୍ୟା ଆଜିକାଲି ଗ୍ରୀସରେ ନିଜର ଛୁଟି କାଟୁଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏହି ଛୁଟିଦିନକୁ ଏକାକୀ ବିତାଉ ନାହାଁନ୍ତି, ବରଂ ତାଙ୍କ ସହ ଆଉ ଜଣେ ସୁନ୍ଦରୀ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶାଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜସ୍ମିନ୍ ୱାଲିଆ ଅଛନ୍ତି।