Top 10 News Headlines: ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନଙ୍କୁ ତଡ଼ିପାର ଘୋଷଣା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2365557

Top 10 News Headlines: ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନଙ୍କୁ ତଡ଼ିପାର ଘୋଷଣା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines 2 Augsut 2024: ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନଙ୍କୁ ତଡ଼ିପାର ଘୋଷଣା କରିଛି କମିଶନରେଟ୍ ପୁଲିସ। ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୧୪ଟି ଅପରାଧିକ ମାମଲା ରହିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 2 Augsut 2024

Top 10 News Headlines 2 Augsut 2024: H1. Odisha Investors' Meet from August 7 to 9: ଆସନ୍ତା ଅଗଷ୍ଟ ୭ତାରିରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ତେବେ ଏହି ସମ୍ମିଳନୀ ପୁନେ ଓ ଅହମ୍ମଦାବାଦରେ ହେବ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ତେବେ ଏହି ସମ୍ମିଳନୀରେ ଯୋଗଦେବେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ। ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜିତ କରି ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। 

H2. Externment Notice To Usman Khan: ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନଙ୍କୁ ତଡ଼ିପାର ଘୋଷଣା କରିଛି କମିଶନରେଟ୍ ପୁଲିସ। ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୧୪ଟି ଅପରାଧିକ ମାମଲା ରହିଛି। ସେ ପୁଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି। ସୂଚନାଯୋଗ୍ୟ ଯେ, କଟକ ସହରକୁ ଅପରାଧ ମୁକ୍ତ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ ଏଭଳି ଆକ୍ସନ ନେଇଛି।

H3. Cabinet Approves 8 Important National High-Speed Road Corridor Projects: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଠଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ହାଇ ସ୍ପିଡ୍ ରୋଡ୍ କରିଡର ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପର ଲମ୍ବ ୯୩୬ କିଲୋମିଟର ଓ ମୋଟ ମୂଲ୍ୟ ୫୦,୬୫୫ କୋଟି ଟଙ୍କା ହେବ। 

H4. Subhanshu Shukla Selected For NSS Mission: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଘୋଷଣା କରିଛି ଯେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂସୁ ଶୁକ୍ଳାଙ୍କୁ ଆସନ୍ତା ଭାରତ-ଆମେରିକା ମିଶନରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଉଡ଼ାଣ ପାଇଁ ଚୟନ କରାଯାଇଛି।

H5. IAS Coaching Death Incident: ଦିଲ୍ଲୀ କୋଚିଂ ଦୁର୍ଘଟଣାକୁ ନେଇ ହାଇକୋର୍ଟ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ଯାଞ୍ଚକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୋର୍ଟ କହିଛନ୍ତି।

H6. Congress Privilege Motion Notice: ୱାୟାନାଡ ଦୁର୍ଘଟଣା ସମ୍ପର୍କରେ ସଂସଦରେ ମିଥ୍ୟା ଦାବି କରିଥିବା ଅଭିଯୋଗ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ରାଜ୍ୟସଭାରେ ବିଶେଷଅଧିକାର ପ୍ରସ୍ତାବକୁ ନେଇ କଂଗ୍ରେସ ନୋଟିସ ଦାଖଲ କରିଛି। କଂଗ୍ରେସ ସାଂସଦ ଜୟରାମ ରମେଶ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

H7. Wayanad Landslide Update: କେରଳର ୱାୟାନାଡ ଜିଲ୍ଲାର ଦୁଇଟି ଭୂସ୍ଖଳନରେ ୪ଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ ୩୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୭୪ଟି ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ବର୍ତ୍ତମାନ ପ୍ରଶାସନ ଏହି ମୃତଦେହ ଗୁଡ଼ିକୁ ସାତୋଟି ଗାଁ ଓ ଗୋଟିଏ ପୌରସଂସ୍ଥା ପରିସରରେ ସମାଧି ଦେବାକୁ ନିଷ୍ପତ୍ତି ନେଇଛି। ଆବଶ୍ୟକ ପ୍ରକ୍ରିୟା ପରେ ଏହି ମୃତ ଦେହଗୁଡ଼ିକୁ ସମାଧି ଦିଆଯିବ।

H8. Air India suspends flights to Tel Aviv: ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁବା ତିକ୍ତତାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଉଛି। ଏୟାର ଇଣ୍ଡିଆ ଇସ୍ରାଏଲକୁ ଯାଉଥିବା ନିଜର ସମସ୍ତ ବିମାନକୁ ବାତିଲ କରିଦେଇଛି। ଆଲୋଚନା ହେଉଛି ଯେ ଇରାନ ଯେକୌଣସି ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ।

H9. Paris Olympics 2024: ଭାରତୀୟ ପୁରୁଷ ହକି ଦଳ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖି ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। କେବଳ ଏତିକି ନୁହେଁ ଭାରତୀୟ ହକି ଦଳ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, କାରଣ ଏହା ପୂର୍ବରୁ ହକିରେ ଭାରତ ୧୯୭୨ ମସିହାରେ ଅଲିମ୍ପିକ୍ ଗେମ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।

H10. IND vs SL Live 1st ODI: ତିନି ମ୍ୟାଚ୍ ବିଶିଷ୍ଟ ଭାରତ ବନାମ ଶ୍ରୀଲଙ୍କା ସିରିଜର ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଆଜି ଖେଳାଯାଉଛି। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ୍ ୨୩୦ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତ ନିଜର ସମସ୍ତ ୱିକେଟ୍ ହରାଇ ୨୩୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ମ୍ୟାଚ୍ ଡ୍ର ରହିଥିଲା।