Top 10 News Headlines: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ମମତା ମହାନ୍ତ, ବାହାରିଲା CTET ରେଜଲ୍ଟ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2362336

Top 10 News Headlines: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ମମତା ମହାନ୍ତ, ବାହାରିଲା CTET ରେଜଲ୍ଟ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines 31 July 2024: ବିଜେଡି ସାଂସଦ ମମତା ମହାନ୍ତ ଆଜି (୩୧ ଜୁଲାଇ) ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 31 July 2024

Top 10 News Headlines 31 July 2024: H1. Rajyasabha BJD MP Mamata mahant resigned: ବିଜେଡି ସାଂସଦ ମମତା ମହାନ୍ତ ଆଜି (୩୧ ଜୁଲାଇ) ରାଜ୍ୟସଭା ସାଂସଦ ପଦରୁ  ଇସ୍ତଫା ଦେଇଛନ୍ତି। ଏନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ରାଜ୍ୟସଭାରେ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ ମହାନ୍ତ ଆଜି ସକାଳେ ନିଜର ଇସ୍ତଫା ପତ୍ର ପ୍ରଦାନ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । ଏହା ସମେତ ଶ୍ରୀମତୀ ମହାନ୍ତ ବିଜେଡିରୁ ମଧ୍ୟ ଇସ୍ତପା ଦେଇଛନ୍ତି।

H2. Chinese ship seized in Paradip Port: ପାରାଦୀପ ପୋର୍ଟରେ ଚୀନ୍ ର ଏକ ଜାହାଜକୁ ଅଟକ ରଖାଯାଇଛି। ଅଧିକାରୀଙ୍କ କହିବାନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲା ଟଙ୍କା ଲେଣଦେଣ ବିବାଦ ସହ ଜଡିତ ବୋଲି କୁହାଯାଉଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାହାଜକୁ ବନ୍ଦରରେ ବନ୍ଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

H3. Body of Odisha doctor Bishnuprasad Chinhara found: କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଛି । ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିନାହିଁ। ଏବେ ବି ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡା ନିଖୋଜ ଅଛନ୍ତି।

H4. CTET Result 2024: ସିବିଏସଇ CTET ପରୀକ୍ଷା ୨୦୨୪ ର ଫଳାଫଳ ପ୍ରକାଶ କରିଛି । ପ୍ରାର୍ଥୀମାନେ ଡିଜି ଲକର ଭିଜିଟ୍ କରି ସେମାନଙ୍କର ଫଳାଫଳ ମଧ୍ୟ ଡାଉନଲୋଡ୍ କରିପାରିବେ। ସିବିଏସ୍ଇ ଚଳିତ ବର୍ଷ ପ୍ରାର୍ଥୀମାନଙ୍କ ପାଇଁ ଡିଜି ଲକର ସୁବିଧା ଉପଲବ୍ଧ କରାଇଛି। ଏହା ବ୍ୟତୀତ ରେଜଲ୍ଟ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ ctet.nic.in ଭିଜିଟ୍ କରିବାକୁ କହିଛି।

H5. Dharmendra Pradhan on coaching institutes: ଦେଶର ରାଜଧାନୀ ଦିଲ୍ଲୀରେ କୋଚିଂ ପ୍ରତିଷ୍ଠାନ ଗୁଡ଼ିକର ସ୍ଥିତି ପ୍ରକାଶ ପାଇବା ପରେ ସରକାରଙ୍କ ବୟାନ ସମ୍ନାକୁ ଆସିଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଦେଶରେ ସ୍କୁଲ ଓ କଲେଜ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ପ୍ରତିଷ୍ଠାନ ଆବଶ୍ୟକ କରିବେ ନାହିଁ।

H6. Preeti Sudan appointed new UPSC chairperson: ୧୯୮୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନଙ୍କୁ UPSC ର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ୧ ଅଗଷ୍ଟ ୨୦୨୪ ଗୁରୁବାର ଦିନ ପ୍ରୀତି UPSC ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଏକ ମାସ ପୂର୍ବରୁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଅଧ୍ୟକ୍ଷ ମନୋଜ ସୋନି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। 

H7. Amit Shah On Wayanad landslide: ୱାୟନାଡର ଭୂସ୍ଖଳନ ବିପର୍ଯ୍ୟୟ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏକ ସପ୍ତାହ ପୂର୍ବରୁ ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ପର୍କରେ କେନ୍ଦ୍ର ସରକାର କେରଳ ସରକାରଙ୍କୁ ସତର୍କ କରାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟକୁ ଏଡାଇବା ପାଇଁ ଭାରତରେ ଏକ ଉନ୍ନତ ଆଲର୍ଟ ବ୍ୟବସ୍ଥା ଅଛି, ଯାହା କେବଳ ବିଶ୍ୱର କେବଳ ଚାରିଟି ଦେଶ ପାଖରେ ଅଛି।

H8. Mumbai-Ahmedabad high-speed rail corridor: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ବିଷୟରେ ଏକ ନୂଆ ଅପଡେଟ୍ ଆସିଛି। ବୁଧବାର ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଲୋକସଭାରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ (MAHSR) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ଗୁଜୁରାଟ, ମହାରାଷ୍ଟ୍ର ଏବଂ ୟୁନିଅନ୍ ଟେରିଟୋରୀ ଦାଦ୍ରା ଏବଂ ନଗର ହାଭେଲି ଦେଇ ଗତି କରିବ।

H9. UPSC Action on Pooja Khedkar: ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ୟୁପିଏସସି ଚାକିରିରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ଯାଏଁ ସେ ପ୍ରୋବେସନରେ ଥିଲେ, କିନ୍ତୁ ସ୍ଥାୟୀ ନିଯୁକ୍ତି ପୂର୍ବରୁ ଆଜି ତାଙ୍କୁ ବରଖାସ୍ତ କରାଯାଇଛି। ବିବାଦ ଘେରି ରହିଥିବା ପୂଜା ଖେଡକରଙ୍କୁ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଚାକିରି କରିଥିବା ଅଭିଯୋଗ ହୋଇଥିଲା।

H10. Paris Olympics 2024: ବୁଧବାର ଦିନ ଟେବୁଲ୍ ଟେନିସ୍ ମହିଳା ସିଙ୍ଗଲ୍ସ ରାଉଣ୍ଡରେ ଭାରତର ମନିକା ବାତ୍ରା ଜାପାନର ମିୟୁ ହିରାନୋଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ମନିକାଙ୍କ ପ୍ରଦର୍ଶନ ଖରାପ ଥିଲା ଏବଂ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ସହିତ ଟେବୁଲ୍ ଟେନିସ୍ ମହିଳା ସିଙ୍ଗଲ୍ସରେ ଭାରତର ଅଭିଜାନ ମଧ୍ୟ ଶେଷ ହୋଇଛି।