Top 10 News Headlines: ଆଜିଠୁ ଆରମ୍ଭ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2391440

Top 10 News Headlines: ଆଜିଠୁ ଆରମ୍ଭ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଏବଂ ଅନ୍ୟ ପ୍ରମୁଖ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଆଜିଠୁ ଆରମ୍ଭ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଏବଂ ଅନ୍ୟ ପ୍ରମୁଖ ଖବର

1. Indian Airports and borders are on high alert as the cases of Monkeypox rising : ମଙ୍କିପକ୍ସ ସଂକ୍ରମଣକୁ ନେଇ ସତର୍କ ହୋଇଛି ଭାରତ। ଏହାର ସମସ୍ତ ବିମାନ ବନ୍ଦର ଏବଂ ସୀମରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିମାନବନ୍ଦରକୁ ବାହାର ରାଷ୍ଟ୍ରରୁ ଆସୁଥିବା ଜନତାଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଖାଲି ସେତିକି ନୁହେଁ ବାଂଲାଦେଶ ଏବଂ ପାକିସ୍ତାନର ସୀମାରେ ସତର୍କ ରହିବାକୁ କୁହାଯାଇଛି।  ଏହାସହ ଦିଲ୍ଲୀର ରାମମନୋହର ଲୋହିଆ, ସଫଦରଜଙ୍ଗ ହସ୍‍ପିଟାଲ ଏବଂ ଲେଡି ହାର୍ଡିଂ ହସ୍‍ପିଟାଲ୍‍କୁ ଚିକିତ୍ସା ଓ ମଙ୍କି ପକ୍ସ ରୋଗୀଙ୍କୁ ଏକାନ୍ତରେ ରଖିବା ଲାଗି ବ୍ୟବସ୍ଥା କରାଯାଇଛି। 

2. no exception to athletes in any circumstances regarding weight rise says CAS:  ଭାରତର କୁସ୍ତି ପ୍ରତିଯୋଗୀ ବିନେଶ ଫୋଗଟଙ୍କ ଓଜନ ବୃଦ୍ଧି କାରଣରୁ ଖେଳରୁ ବାଦ ଦିଆଯିବା ଘଟଣାରେ କ୍ରୀଡ଼ା କୋର୍ଟ ( ସିଏଏସ୍‍) ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ନିର୍ଦ୍ଧାରିତ ଓଜନରେ କ୍ରୀଡ଼ାବିତମାନେ ରହିବା ଆବଶ୍ୟକ। ଏ ବାବଦରେ କୌଣସି ବ୍ୟତିକ୍ରମ ବା ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ। 

3. The second part of the Budget session of the Assembly to start today: ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ୧୩ ସେପ୍ଟମ୍ବର ଯାଏ ଚାଲିବ। ୧୦ ତାରିଖ ଦିନ ବଜେଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ବଜେଟ ଅଧିବେଶନରେ ସୁଭଦ୍ରା ଯୋଜନାର ରୂପରେଖ ପ୍ରକାଶ ପାଇପାରେ। 

4. TV channels to mention place and date while broadcasting disaster viz says ministry of I&B: ଏଣିକି ଟିଭି ଚ୍ୟାନେଲମାନେ କୌଣସି ବିପର୍ଯ୍ୟୟ ଭିଡିଓ ପ୍ରଦର୍ଶନ କରିବା ବେଳେ ତାହା କେଉଁ ସ୍ଥାନର ଏବଂ କେବେ ହୋଇଥିଲା ତାହାକୁ ପ୍ରଦର୍ଶନ କରିବା ଆବଶ୍ୟକତା ରହିଛି। ଭୟ ଓ ଭ୍ରାନ୍ତିକୁ ଦୂର କରିବା ପାଇଁ  କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପରାମର୍ଶ ଜାରି କରହିଛନ୍ତି। 

5. SIT on black money to meet on the 28th : ଆସନ୍ତା ୨୮ ତାରିଖରେ କଳାଧନ ସମ୍ପର୍କିତ ଏସ୍‍ଆଇଟି ବୈଠକ ଅନୁଷ୍ଠିତ ହେବ। କମିଟିର ଉପାଧ୍ୟକ୍ଷ ଅରିଜିତ ପଶାୟତଙ୍କ କଟକସ୍ଥିତ ବାସଭବନରେ ଏହି ବୈଠକ ଆୟୋଜନ କରାଯାଇଛି। ଏଥିରେ  ଭିଜିଲାନ୍ସ, ଇଡି ଅଧିକାରୀମାନେ ଯୋଗ ଦେବେ। ନିକଟ ଅତୀତରେ ଯେଉଁଭଳି ଭାବେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ବ୍ୟବସାୟୀଙ୍କଠାରୁ ବେଆଇନ ଧନସମ୍ପତ୍ତି ସାମ୍ନାକୁ ଆସିଛି  ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବେ। 

6. Another SIM box detected: ବେଆଇନ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବା ଆଉ ଏକ ସିମ୍‍ ବକ୍ସ ଝାଡଖଣ୍ଡରେ ସ୍ଥାପନ କରାଯାଇଥିବା ସନ୍ଦେହ କରିଛି ଭୁବନେଶ୍ୱର-କଟକ କମିଶନରେଟ ପୁଲିସ। ଗତ କିଛିଦିନ ହେଲା ପୁଲିସ ହେପାଜତରେ ଥିବା ବଙ୍ଗୀୟ ଯୁବକ ରାଜୁ ମଣ୍ଡଳକୁ ପଚରାଉଜଚୁରା ବେଳେ ଏହା ଜାଣିବାକୁ ପାଇଛି ପୁଲିଓ। ଏହାବାଦ୍‍ ରାଜୁ କହିଥିବା ସ୍ଥାନରୁ କଟକ ଏବଂ ଭୁବନେଶ୍ୱଣରୁ ୨ଟି ସିମ୍‍ ବକ୍ସ ଜବତ କରାଯାଇଛି। 

7. No Student election this year: ଏ ବର୍ଷ କୌଣସି ଛାତ୍ର ସଂସଦର ନିର୍ବାଚନ ହେବ ନାହିଁ। ଏହାକୁ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  ଶୈକ୍ଷିକ କ୍ୟାଲେଣ୍ଡର ଅନୁସାରେ  ଛାତ୍ର ସଂସଦ ନିର୍ବାଚନକରାଇବା ଲାଗି ଏବେ ଆଉ ସମୟ ନାହିଁ। ଏଣୁ ଆସନ୍ତା ବର୍ଷକୁ ନିର୍ବାଚନ ହେବ ବୋଲି ସେ କହିଛନ୍ତି। 

8. Para Olympics- No Odia athlete this time: ଆସନ୍ତା ୨୮ ତାରିଖରୁ ପ୍ୟାରିସରେ ଆରମ୍ଭ ହେବ ପାରା ଅଲମ୍ପିକ୍ସ। ଭିନ୍ନକ୍ଷମ ଖେଳାଳିମାନେ ସେମାନଙ୍କ କ୍ରୀଡ଼ା କୌଶଳ ଏଠାରେ ପ୍ରଦର୍ଶନ କରିବେ।  ସାରା ବିଶ୍ୱର ୪୪୦୦ ଖେଳାଳି ଏଥିରେ ଭାଗ ନେବାକୁ ଆସିଛନ୍ତି। ଭାରତ ମଧ୍ୟ ୮୪ ଜଣ ଖେଳାଳିଙ୍କୁ ପ୍ୟାରିସ ପାରା ଅଲମ୍ପିକ ୨୦୨୪ରେ ଯୋଗ ଦେବାକୁ ପଠାଇଛି। ଏଥିରେ କିନ୍ତୁ ଓଡ଼ିଶାରୁ କୌଣସି ଖେଳାଳି ନାହାନ୍ତି। ୨୦୨୦ ପାରା ଅଲମ୍ପିକରେ ୫୪ ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ୱ କରିଥିଲେ। 

9. UPSC proposes Lateral entry to 45 Govt positions: କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ସିଧାସଳଖ ଦକ୍ଷ ବ୍ୟକ୍ତିଙ୍କୁ ବିଯୁକ୍ତ କରିବା ଲାଗି  ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୪୫ଟି ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଇଛି। ଏହାକୁ କଂଗ୍ରେସ ବିରୋଧ କରିଛି। କନ୍ତୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକ୍ରିୟା କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିବା କହିଛନ୍ତି। 

10. Today India Observes Sadvabana Diwas: ଆଜି ସଦ୍‍ଭାବନା ଦିବସ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧିଙ୍କ ୭୯ତମ ଜନ୍ମ ଦିବସ। ୧୯୯୨ରେ ତାଙ୍କ ମୃତ୍ୟୁ ପରେ କଂଗ୍ରେସ ପକ୍ଷରୁ ତାଙ୍କ ଜନ୍ମଦିବସକୁ  ସଦ୍‍ଭାବନା ଦିବସ ଭାବେ ପାଳନ କରାଯାଇ ଆସୁଅଛି।