TOP 10 NEWS TODAY: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement

TOP 10 NEWS TODAY: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

 

TOP 10 NEWS TODAY: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 18 April | Evening 

1.Lok Sabha Election 2024 Phase 1 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଅପ୍ରେଲ ୧୯ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ  ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। 

2.Maldives President Mohamed Muizzu: ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନିଜ ଦେଶରେ ଘେରି ହୋବାରେ ଲାଗିଛନ୍ତି। ମାଲଦ୍ୱୀପ ସଂସଦ ନିର୍ବାଚନ ପୂର୍ବରୁ ଗତ ୨୦୧୮ ବର୍ଷରେ ତାଙ୍କ ଦ୍ୱାରା କରାଯାଇଥିବାର ଦୁର୍ନୀତିର ରିପୋର୍ଟ ଲିକ୍ ହୋଇଯାଇଛି। ଯାହା ପରେ ବିରୋଧି ଦଳ ଏହି ଘଟଣାରେ ତଦନ୍ତ ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି ଜଣାଇଛି। ହେଲେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆସନ୍ତା ରବିବାର ଅନୁଷ୍ଠିତ ମାଲଦ୍ୱୀପ ସଂସଦୀୟ ନିର୍ବାଚନ। ଏବେ ଦେଶର ମୁଖ୍ୟ ବିରୋଧି ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଏବଂ ଶାସକ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି।

3.Rajnath Singh on Rahul Gandhi:  ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ପ୍ରଚାର। ଏହି କ୍ରମରେ ବିଜେପି ନେତାମଧ୍ୟ କେରଳରେ ଜୋରଦାର ରାଲି କରୁଛନ୍ତି। ଗୁରୁବାର (ଅପ୍ରେଲ ୧୮) କୋଟାୟମ ଠାରେ ଏକ ନିର୍ବାଚନ ରାଲି କରିବା ଅବସରରେ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ "ଆଦିତ୍ୟଯାନ" ସୂର୍ଯ୍ୟ ନିକଟରେ ପହଞ୍ଚିସାରିଛି। ବର୍ତ୍ତମାନ ବିଜେପି ଆଗାମୀ ୫ ବର୍ଷରେ "ଗଗନଯାନ" ଲଞ୍ଚ କରିବାକୁ ଯାଉଛି। ସମସ୍ତଙ୍କର ଲଞ୍ଚ ହୋଇପାରୁଛି। ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଗତ ୨୦ ବର୍ଷ ମଧ୍ୟରେ ଲଞ୍ଚ ହୋଇପାରୁ ନାହାଁନ୍ତି।

4.PM Narendra Modi Appeals to Voter: ୨୦୨୪ ଲୋକସଭା ନିର୍ବାଚନ ପାଇଁ ମତଦାନ ପୂର୍ବରୁ ମତାଦାତାଙ୍କୁ  ଏକ ଅନୁରୋଜ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ  ସେ କହିଛନ୍ତି ଯେ ମୁଁ ଜାଣିଛି ଯେ ଗରମ କାରଣରୁ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି। ହେଲେ ଆମ ଦେଶର ଭବିଷ୍ୟତ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗରମ ଆରମ୍ଭ ହେବା ପୂର୍ବରୁ ସକାଳ ସମୟରେ ଭୋଟ୍ ଦେବା ପାଇଁ ମୁଁ ମତାଦାତାଙ୍କୁ ଅନୁରୋଧ କରୁଛି। 

5.DRDO conducted successful flight-test of ITCM: ଗୁରୁବାର (ଅପ୍ରେଲ ୧୮) ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡ଼ିଓ) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଯାହାର ନାଁ ହେଉଛି ଇଣ୍ଡିଜେନିୟସ ଟେକ୍ନୋଲୋଜି କ୍ରୁଜ୍ ମିସାଇଲ୍ (ଆଇଟିସମ୍)। ଗୁରୁବାର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର) ଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏହି କ୍ଷେପଣାସ୍ତ୍ରର ସଫଳ ଫ୍ଳାଇଟ ଟେଷ୍ଟ କରିଥିଲା ଡିଆରଡ଼ିଓ। 

6.ED Allegations Against Arvind Kejriwal: ନ୍ୟାୟିକ ହେପାଜତରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼)। ତାଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଇଡି଼ ରାଉସ୍ ଆଭେନ୍ୟୁ କୋର୍ଟ ଠାରେ ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଘରୁ ଜାଣିଶୁଣି ମିଠା ଖାଦ୍ୟ ପଠାଯାଉଛି। ଯାହା ଦ୍ୱାରା ତାଙ୍କ ଶରୀରରେ ସୁଗାର ଲେବୁଲ ବଢିଯିବ। ଶୁଗାର ଲେବୁଲ ବଢିବା କାରଣରୁ ସେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଇ ଜାମିନ ପାଇବା ପାଇଁ ଅଦାଲତରେ ଆବେଦନ କରିପାରିବେ। 

7.EPFO Rule Change: PF ଖାତାରୁ ଚିକିତ୍ସା ପାଇଁ ଟଙ୍କା ପ୍ରତ୍ୟାହାରର ସୀମା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଇପିଏଫ୍ ସଦସ୍ୟ 68J Claim ଅନୁଯାୟୀ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ପୂର୍ବରୁ ଏହି ସୀମା ମାତ୍ର ୫୦ ହଜାର ଟଙ୍କା ରହିଥିଲା। ସଦସ୍ୟ ସେମାନଙ୍କର ବିବାହ, ଚିକିତ୍ସା, ଶିକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଫର୍ମ ୩୧ ମାଧ୍ୟମରେ PF ପାଣ୍ଠିରୁ ଟଙ୍କା ଉଠାଇପାରୁଥିଲେ।

8.ED Action Against Raj Kundra: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)। ବିଟ୍ କଏନ୍ ସ୍କାମ ଘଟଣାରେ ଇଡ଼ି ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟିର ସମ୍ପତ୍ତି ଜବତ କରିଛି। ଇଡି଼ ଜବତ କରିଥିବା ସମ୍ପତ୍ତି ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍ ମଧ୍ୟ ରହିଛି। ଯାହା ଶିଳ୍ପା ସେଟ୍ଟୀଙ୍କ ନାମରେ ରହିଥିଲା। ପିଏମଏଲଏ ଆକ୍ଟ ଅନୁସାରେ ଇଡି଼ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍, ପୁଣେ ସ୍ଥିତ ଏକ ବଙ୍ଗଳା ଏବଂ ତାଙ୍କ ନାମରେ ଥିବା ଇକ୍ୱିଟି ସେୟାର ମଧ୍ୟ ସାମିଲ ଅଛି। ମହାରାଷ୍ଟ୍ର ପୋଲିସ, ଦିଲ୍ଲୀ ପୋଲିସ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆର ଆଧାରକୁ ନେଇ ଇଡି ଏହି ଘଟଣାରେ ଯାଞ୍ଚ ଆରମ୍ଭ କରିଥିଲା।

9. Odisha Weather Forecast: ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ରାଜ୍ୟର ୨୪ ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

10. IPL Match Today 2024: ଅପ୍ରେଲ ୧୮ ତାରିଖ ଗୁରୁବାର ଚଣ୍ଡିଗଡ଼ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଠାରେ ମୁହାଁମୁହିଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯାଇଥିବା ୩୩ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଧାର୍ଯ୍ୟ ୨୦ ଓଭର ରେ ୭ ୱିକେଟ ହରାଇ ୧୯୨ ରନ୍ ସଂଗ୍ରହ କରିଛି। ୧୯୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ୩ ଓଭର ଖେଳ ପର୍ଯ୍ୟନ୍ତ ୪ ୱିକେଟ ହରାଇ ୨୧ ରନ୍ ସଂଗ୍ରହ କରିଛି।