TOP 10 NEWS TODAY: ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement

TOP 10 NEWS TODAY: ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

 

 TOP 10 NEWS TODAY: ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 21 March | Evening    

1.Arvind Kejriwal Arrested: ମାର୍ଚ୍ଚ ୨୧ ତାରିଖ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ପ୍ରଥମେ ତାଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଏବଂ ପରେ ତାଙ୍କୁ ଜେରା କରିଥିଲେ। ଏହା ପରେ ଯାଞ୍ଚକାରୀ ସଂସ୍ଥା ତାଙ୍କୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଯାଞ୍ଚକାରୀ ଏଜେନ୍ସି ଟିମ୍ ସର୍ଚ୍ଚ ୱାରେଣ୍ଟ ସହ ତାଙ୍କ ଘରେ ପହଞ୍ଚିଥିଲେ। ଏହା ଅଧିନରେ ଇଡ଼଼ି ଅଧିକାରୀ ତାଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା। ଏହା ପରେ PMLA ଧାରା ୫୦ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିଥିଲା କେନ୍ଦ୍ରୀୟ ଏଜେନ୍ସି। ଏହି ସମୟରେ ଇଡ଼ି ଟିମ୍ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ଫୋନ୍ ଜବତ କରି ନେଇଉଥିଲା।

2.BJP Third Candidate List 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨୧ ତାରିଖ ଗୁରୁବାର ବିଜେପି ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଗୁରବାର ଜାରି ହୋଇଥିବା ଦଳର ତୃତୀୟ ପ୍ରାର୍ଥୀ ତାଲିକାରେ ୯ ଜଣ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ଏହି ପ୍ରାର୍ଥୀ ତାଲିକା ତାମିଲନାଡୁର ଲୋକସଭା ଆସନ ପାଇଁ ରହିଛି। ପୂର୍ବରୁ ବିଜେପି ପ୍ରଥମ ୧୯୫ ଏବଂ ପରେ ୭୨ ଜଣ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା। ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ବିଜେପି ମୋଟ ୨୭୬ ଜଣ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛି। 

3.Global Warming: ମାନବୀୟ କାର୍ଯ୍ୟକଳାପ ଏବଂ କାର୍ଯ୍ୟକଳାପ ହେତୁ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବୈଶ୍ୱିକ ତାପମାତ୍ରା ବୃଦ୍ଧି କାରଣରୁ ଜଳବାୟୁରେ ହେଉଥିବା ପରିବର୍ତ୍ତନ ବର୍ତ୍ତମାନ ମାନବ ଜୀବନର ପ୍ରତ୍ୟେକ ଦିଗରେ ବିପଦ ପାଲଟିବାରେ ଲାଗିଛି। ସଦ୍ୟ ଏ ସମ୍ପର୍କିତ ଏକ ରିପୋର୍ଟ ସମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ପ୍ରମୁଖ ନଦୀ ଉପରେ ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ ଅନୁଭୂତ ହେବ। ଆହୁରି ମଧ୍ୟ କୁହାଯାଇଛି ଯେ ମାନବ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ପରିଣାମ ଭୋଗିପାରନ୍ତି। ଏହି ତିନୋଟି ନଦୀ ଉପରେ "Elevating River Basin Governance and Cooperation in the HKH Region" ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ନଦୀ ଉପତ୍ୟକା ପରିଚାଳନା ପାଇଁ ଏକ ନମନୀୟ ଆଭିମୁଖ୍ୟ ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ରହିଛି। 

4.YouTube will label the videos which are created with help of AI: ବର୍ତ୍ତମାନ ଠାରୁ ୟୁଟ୍ୟୁବ ସେହି ଭିଡ଼ିଓ ଲେବଲ୍ କରିବାକୁ ଚାହୁଁଛି ଯାହାକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏନେଇ ୟୁଟ୍ୟୁବ୍ ପକ୍ଷରୁ ହୋଇଥିବା ଦାବି ଅନୁସାରେ ସେହି ଭିଡ଼ିଓ ଲେବଲ୍ କରାଯିବ ଆବଶ୍ୟକ। କାରଣ ବେଳେବେଳେ କୃତ୍ରିମ ବୁଦ୍ଧିମତା (Artificial Intelligence) ଏଆଇ (AI) ସହାୟତାରେ ନିର୍ମିତ ହୋଇଥିବା ଭିଡିଓ  ଅସଲି ଦୃଶ୍ୟମାନ ହୋଇଥାଏ। ଯେଉଁଥିପାଇଁ ଲୋକେ ଭ୍ରମିତ ହୋଇପାରନ୍ତି। ୟୁଟ୍ୟୁବ୍ ଚାହୁଁଛି ଯେ ଆପଣ ଦେଖୁଥିବା ଭିଡିଓ ଅସଲି ନାଁ ଏହାକୁ ଏଆଇ ସହାୟତାରେ ସୃଷ୍ଟି ହୋଇଛି ତାହାକୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରୁନ୍ତି। ୟୁଟ୍ୟୁବ ଏହାର ଭିଡିଓ ନିର୍ମାତାଙ୍କୁ ନିଜ ଭିଡିଓ ଲେବଲ୍ କରିବାକୁ କହିଦେଇଛି।

5.Railway Board will change catering system from July: ରେଳଯାତ୍ରା ବେଳେ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟପେୟ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଆସନ୍ତା ଜୁଲାଇ ମାସରୁ କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି ରେଲୱେ ବୋର୍ଡ। ଏନେଇ ହେବାକୁ ଯାଉଥିବା ପରିବର୍ତ୍ତନକୁ ରେଲୱେ ବୋର୍ଡ ଅନୁମୋଦନ କରିଛି। ଏହି ପରିବର୍ତ୍ତନ ପରେ ଜୁନ୍ ମାସ ପରେ ଟ୍ରେନ ପ୍ୟାଣ୍ଟ୍ରି କାର ମଧ୍ୟରେ ଯାତ୍ରୀଙ୍କ ପାଇଁ ଜଳଖିଆ କିମ୍ବା ଖାଦ୍ୟ ପ୍ରସ୍ତୁତ କରାଯିବ ନାହିଁ। ପ୍ୟାଣ୍ଟ୍ରି କାର ଠାରେ କେବଳ ପାଣି ଗରମ କରାଯାଇ ପାରିବ କିମ୍ବା ଚା-କଫି ଭଳି ପାନୀୟ ଆବଶ୍ୟକ ସମୟରେ ପ୍ରସ୍ତୁତ କରାଯାଇ ପାରିବ। ରେଳ ଷ୍ଟେସନ ଠାରେ ଥିବା ଆଇଆସିଟିସି  ବେସ କିଚେନ ମଧ୍ୟ ବନ୍ଦ କରାଯିବ।

6.Supreme Court impose ban on govt fact checking unit: ଅନଲାଇନ୍ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ସୃଷ୍ଟି ହୋଇଥିବା କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ଉପରେ ସୁପ୍ରିମକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଗତ ବର୍ଷ ଅପ୍ରେଲ ମାସରେ ଏହା ଘୋଷଣା କରିବାବେଳେ କେନ୍ଦ୍ର ସରକାର କହିଥିଲେ ଯେ ସରକାରଙ୍କ ବିଷୟରେ ଦିଆଯାଇଥିବା ତଥ୍ୟକୁ ଯାଞ୍ଚ କରିବା ଏହାର କାର୍ଯ୍ୟ ହେବ। ଆଇଟି ନିୟମ ପରିବର୍ତ୍ତନ କରି ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଆପତ୍ତି ମଧ୍ୟ ଉଠିଥିଲା ​​ଏବଂ ଏହା ଅଭିବ୍ୟକ୍ତିର ସ୍ୱାଧୀନତା ବିରୋଧରେ ବୋଲି କୁହାଯାଇଥିଲା। ଏହି ନିୟମ ଅନୁଯାୟୀ କୁହାଯାଇଛି ଯେ ଯଦି ଫ୍ୟାକ୍ଟ ଚେକ୍ ୟୁନିଟ୍ କୌଣସି ସୂଚନା ଭୁଲ୍ ଘୋଷଣା କରେ ତେବେ ପୁନଃ ପ୍ରକାଶନ ଏବଂ ସେୟାର ଉପରେ ପ୍ରତିବନ୍ଧକ ଲଗାଯିବ। 

7.Supreme Court on Tamil Nadu Governor: ରାଜ୍ୟ ସରକାରଙ୍କ ସହ ବାରମ୍ବାର ତିକ୍ତତା ସୃଷ୍ଟି କରୁଥିବା ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ଉପରେ ସୁପ୍ରିମକୋର୍ଟ ମନଇଚ୍ଛା ବର୍ଷିଛନ୍ତି। ଡିଏମକେ ନେତା କେ.ପୋନମୁଡିଙ୍କୁ ରାଜ୍ୟ ସରକାର ପୁଣିଥରେ କ୍ୟାବିନେଟ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଗୋଟିଏ ଅପରାଧିକ ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାରୁ କ୍ଷମତାସୀନ ଡିଏମକେ ସରକାର ପୋନମୁଡିଙ୍କୁ ମନ୍ତ୍ରୀ ପଦ ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ରାଜ୍ୟପାଳ ଡିଏମକେ ସରକାର ପରମର୍ଶ ଗ୍ରହଣ କରୁନାହାନ୍ତି। ଏନେଇ ଗୁରୁବାର ଦେଶର ସର୍ବୋଚ୍ଚ ଅଦାଲତ ତାମିଲ ନାଡୁ ରାଜ୍ୟପାଳଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

8.Weather Update: ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ଥିତି ଅସମ୍ଭାଳ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ ଡିଗ୍ରୀ ଠାରୁ ୧୦ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ତଥା ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯିବାର ସମ୍ଭାବନା ରହିଥିବାର ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

9.Patanjali Ayurved: ସୁପ୍ରିମକୋର୍ଟ ନୋଟିସ ପରେ କ୍ଷମା ମାଗିଛି ପତଞ୍ଜଳି। ଯୋଗ ଗୁରୁ ବାବା ରାମଦେବଙ୍କ ସହଯୋଗୀ ତଥା ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ବୁଧବାର ସୁପ୍ରିମକୋର୍ଟ ପତଞ୍ଜଳି ଉଦ୍ଦେଶ୍ୟରେ ନୋଟିସ୍ ଜାରି କରିଥିଲେ।

10. Plus Two Exam Evaluation will start from tomorrow: ମାର୍ଚ୍ଚ ୨୦ ତାରିଖ ବୁଧବାର ଶେଷ ହୋଇଥିଲା +୨ ପରୀକ୍ଷା। ଏହି ପରୀକ୍ଷାରେ ମୋଟ ୬୪୯ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିବା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଠାରୁ +୨ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ ତାରିଖରୁ ଅପ୍ରେଲ ୨ ପର୍ଯ୍ୟନ୍ତ ପ୍ରାୟ ୬୫୦୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିବେ। ସେହିପରି ଅପ୍ରେଲ ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବେ।