Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2011225

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 14th December 2023 | ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

 

Top 10 News Headlines of Odisha late evening 14th December 2023

Top 10 News Headlines Today in Odia | 14th December 2023 | Evening | 1. Opposition Members Suspension: ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ବିରୋଧୀ ଦଳ ଗୁରୁବାର ଦିନ (୧୪ ଡିସେମ୍ବର) ଲୋକସଭା ଓ ରାଜ୍ୟସଭାରେ ଏକ ହଙ୍ଗାମା ସୃଷ୍ଟି କରିଥିଲା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିୟାନ ଦାବି କରିଥିଲା । ଏହା ପରେ ଜଣେ ରାଜ୍ୟସଭା ସାଂସଦ ସମେତ ଶୀତକାଳୀନ ଅଧିବେଶନରୁ ୧୪ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ତେବେ ପରେ ଜଣେ ଡିଏମକେ ସାଂସଦ ଏସ ଆର ପାର୍ଥିବାନଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଆଜି ନିଲମ୍ବିତ ଲୋକସଭା ସଦସ୍ୟଙ୍କ ତାଲିକାରୁ ପାର୍ଥିବନଙ୍କ ନାମ ପ୍ରତ୍ୟାହାର କରାଯାଇଛି। ସଦସ୍ୟଙ୍କୁ ଚିହ୍ନିବାରେ କର୍ମଚାରୀଙ୍କ ତରଫରୁ ଏକ ଭୁଲ ଥିଲା ।

2. PM Modi on Parliament Security Breach: ସଂସଦର ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ତ୍ରୁଟି ସମ୍ପର୍କରେ ଗୁରୁବାର ଦିନ (୧୪ ଡିସେମ୍ବର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଏତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ଓ ଏହାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି । ଓ କହିଛନ୍ତି ଆମ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।

3. SC On Manish Sisodia: ଗୁରୁବାର ଦିନ (୧୪ ଡିସେମ୍ବର) ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସମୀକ୍ଷା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟଙ୍କ ତାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ସିସୋଦିଆଙ୍କ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ସମୀକ୍ଷାର କୌଣସି ପ୍ରଶ୍ନ ଉଠୁନାହିଁ । ଅକ୍ଟୋବର ୩୦ ତାରୀଖରେ, ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ ।

4. Parliament Security Breach: ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ଗିରଫ ହୋଇଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ପୋଲିସ ୧୫ ଦିନ ରିମାଣ୍ଡ ମାଗିଥିଲା, ଯଦିଓ କୋର୍ଟ ୧୫ ଦିନ ବଦଳରେ ୭ ଦିନ ରିମାଣ୍ଡ ଦେବାକୁ ମଞ୍ଜୁରୀ ଦେଇଛନ୍ତି । ଦିଲ୍ଲୀ ପୋଲିସର ଓକିଲ ଅତୁଲ ଶ୍ରୀବାସ୍ତବ କହିଛନ୍ତି- ଆମେ ୧୫ ଦିନ ପୋଲିସ ରିମାଣ୍ଡ ମାଗିଛୁ । ଯାହାକୁ କୋର୍ଟ ବିଚାର କରି ସାତ ଦିନ ପାଇଁ ରିମାଣ୍ଡରେ ଦେଇଥିଲେ । କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ୭ ଦିନ ପାଇଁ ରିମାଣ୍ଡ ଦିଆଯାଉଛି । ତୁମେ ଯାଞ୍ଚ କର, ତେବେ ଆବଶ୍ୟକ ହେଲେ ଏହି ରିମାଣ୍ଡ ବୃଦ୍ଧି ହେବ ।

5. Shri Krishna Janmabhoomi Case: ମଥୁରାରେ ଅବସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଓ ଶାହି ଇଦଗାହା ମସଜିଦ ମଧ୍ୟରେ ଚାଲିଥିବା ବିବାଦ ଉପରେ ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ଏହାର ରାୟ ଦେଇଛନ୍ତି । ଏହି ଶୁଣାଣିରେ ହାଇକୋର୍ଟ ବିବାଦୀୟ ପରିସରର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିବାଦୀୟ ଜମିର ସର୍ଭେ ଆଡଭୋକେଟ୍ କମିଶନରଙ୍କ ମାଧ୍ୟମରେ କରିବାକୁ ଦାବି ମଧ୍ୟ କୋର୍ଟ ଅନୁମୋଦନ କରିଛନ୍ତି ।

6. Smriti Irani on Paid Menstrual Leave Policy: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଦିନ ସଂସଦରେ କହିଥିଲେ ଯେ ଋତୁସ୍ରାବ ଏକ ଅକ୍ଷମତା ନୁହେଁ । ମହିଳାମାନେ ଏଥିପାଇଁ ପେଡ୍ ଲିଭ୍ ନେବା ଆବଶ୍ୟକ ନାହିଁ । ବର୍ତ୍ତମାନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏପରି ମତ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି । 
କହିରଖୁଛୁ ଯେ ଆରଜେଡି ନେତା ମନୋଜ କୁମାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଏହା କହିଥିଲେ ।

7. Odisha BJP Demands CM Naveen Patnaik's Resignation: ଓଡ଼ଶା ରାଜ୍ୟ ବିଜେପି ଗୁରୁବାର ଦିନ ଆୟକର ବିଭାଗ ଦ୍ୱାରା ମଦ ବ୍ୟବସାୟୀଙ୍କ ଠାରୁ ୩୫୦ କୋଟି ଟଙ୍କା ନଗଦ ଜବତ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି । ବିଜୁ ଜନତା ଦଳ (ବିଜେଡି) ପାଖରୁ ସ୍ପଷ୍ଟୀକରଣ ଦାବି କରି ଓଡି଼ଶା ବିଜେପି ମୁଖ୍ୟ ମନମୋହନ ସାମଲ କହିଛନ୍ତି, “ଜବତ ହୋଇଥିବା ନଗଦ ମାଲିକାନାକୁ ବିଜେଡି ସ୍ପଷ୍ଟ କରିବା ଉଚିତ । ଏହା ବ୍ୟବସାୟୀ କିମ୍ବା ବିଜେଡିର ପାର୍ଟି ପାଣ୍ଠିର ଅଟେ କି? ”

8. Dharmendra Pradhan Said BJP will secure at least 15 LS seats in Odisha: ଭାରତୀୟ ଜନତା ପାର୍ଟି ଓଡିଶାରେ ଅତି କମରେ ୧୫ଟି ଲୋକସଭା ଆସନ ଜିତିବ ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁରୁବାର ଦିନ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୪୫ ପ୍ରତିଶତ ଭୋଟ୍ ପାଇବ । ପ୍ରଧାନ କହିଛନ୍ତି ଯେ ୨୦୧୪ ସାଧାରଣ ନିର୍ବାଚନରେ ଦଳର ୨୨ ପ୍ରତିଶତ ଭୋଟ୍ ଥିବାବେଳେ ଓଡି଼ଶାରେ କେବଳ ଗୋଟିଏ ଲୋକସଭା ସିଟ୍ ଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ୮ଟି ଲାକସଭା ସିଟ୍ ସହ ଭୋଟ୍ ପ୍ରତିଶତ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି ।

9. IGNOU Admission 2024: ଆସନ୍ତା ବର୍ଷ B.Ed କିମ୍ବା PhD କିମ୍ବା B.Sc ନର୍ସିଂ ପାଠ୍ୟକ୍ରମ କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ସ୍ନାତକୋତ୍ତର ଶିକ୍ଷା ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରବେଶିକା ପରୀକ୍ଷା ଭିତ୍ତିକ ଆଡମିଶନ ସହିତ ସମସ୍ତ ତିନୋଟି ପାଠ୍ୟକ୍ରମ ପାଇଁ ଆବେଦନ କରବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ ରଖାଯାଇଛି ।

10. IND Vs SA 3rd T20I: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଆଜି ଜୋହାନ୍ସବର୍ଗର ନ୍ୟୁ ୱାନଡର୍ସ ଷ୍ଟାଡିୟମରେ ଖେଳାଯାଉଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜରେ ୦-୧ ପଛୁଆ ରହିଛି । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଦକ୍ଷିମ ଆଫ୍ରିକା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଖବର ଲେଖିବା ପର୍ଯ୍ୟନ୍ତ ଭାରତୀୟ ଦଳ ୧୭ ଓଭରେ ୩ ୱିକେଟ୍ ହରାଇ ୧୭୩ ରନ୍ କରିଛି ।