Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines | 18 January 2024 | Evening
1. 22 January 2024 Holiday in Odisha: ଆସନ୍ତା ୨୨ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଏହି କାର୍ଯ୍ୟକ୍ରମ ପାଇଁ ଉଭୟ କେନ୍ଦ୍ର-ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଅଯୋଧ୍ୟା ଠାରେ ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏହି ଛୁଟି ସମ୍ପର୍କରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
2.Gujarat Boat Capsized: ଗୁରୁବାର ଗୁଜୁରାଟର ଭଦୋଦରା ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଜିଲ୍ଲାରେ ଅବସ୍ଥିତ ହର୍ଣ୍ଣି ହ୍ରଦରେ ଏକ ଡଙ୍ଗା ଓଲଟି ପଡିଛି। ଯେଉଁଥିରେ ୨୩ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ଛାତ୍ରଛାତ୍ରୀ ଭଦୋଦରା ସ୍ଥିତ ଏକ ବିଦ୍ୟାଳୟରେ ପଢୁଥିଲେ। ଡଙ୍ଗା ଓଲଟି ଯିବା ପରେ ତତ୍କାଳ ଆରମ୍ଭ ହୋଇଯାଇଥିଲା ଉଦ୍ଧାର କାର୍ଯ୍ୟ। ଖବର ଅନୁଯାୟୀ ଗୁରୁତର ରହିଥିବା ପ୍ରାୟ ୯-୧୦ ଜଣ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।
3. Vivek Ramaswamy withdraws himself from Presidential Race: ଚଳିତ ବର୍ଷ ନଭେମ୍ବର ୫ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ଯୁକ୍ତରାଷ୍ଟ୍ର ଆମେରିକାର ୬୦ ତମ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପଦ ପାଇଁ ହେଉଥିବା ଦୌଡ଼ରେ ସାମିଲ ହୋଇଥିବା ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବ୍ୟବସାୟୀ ବିବେକ ରାମସ୍ୱାମୀ କରି ସାରିଛନ୍ତି ଏକ ବଡ଼ ଘୋଷଣା। ରାଷ୍ଟ୍ରପତି ପଦ ପ୍ରାର୍ଥୀ ଦୌଡ଼ରୁ ଓହରିଯିବା ଏବଂ ପୂର୍ବତନ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ନିର୍ବାଟନରେ ସମର୍ଥନ କରିବାକୁ ସେ ଘୋଷଣା କରିଛନ୍ତି।
4. Helicopter Service for Ayodhya Darshan: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକ ଅଯୋଧ୍ୟା ଠାରେ ପହଞ୍ଚୁଛନ୍ତି। ଏବେ ଭଗବାନ ରାମଙ୍କ ଭକ୍ତଙ୍କ ପାଇଁ ଆସିଛି ଅନ୍ୟ ଏକ ଖୁସି ଖବର। ଏଣିକି ରାମ ଭକ୍ତ ଦର୍ଶନ ପାଇଁ ବସ୍ ଏବଂ ଟ୍ରେନ୍ ବ୍ୟତୀତ ହେଲିକ୍ୟାପ୍ଟର ଯୋଗେ ମଧ୍ୟ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିପାଇବେ। ଖୁବ ଶୀଘ୍ର ଅଯୋଧ୍ୟା ଲାଗି ହେଲିକ୍ୟାପ୍ଟର ସେବା ଆରମ୍ଭ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ସରକାର।
5 Indian Navy Save Marshall Islands Ship: ଏମଭି ଜେନକୋ ପିକାର୍ଡି ନାମକ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ବିଶାଖାପଟ୍ଟନମ୍। ଏହି ବ୍ୟବସାୟିକ ଜାହାଜରେ ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିଲା। ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଆଇଏନଏସ ବିଶାଖାପଟ୍ଟନମ୍ ଏକ ଜରୁରୀକାଳୀନ ଫୋନ କଲ୍ ପାଇଥିଲା। ଯେଉଁଥିରେ ସାହାଯ୍ୟ କରିବା ପାଇଁ ଏକ ଅନୁରୋଧ କରାଯାଇଥିଲା। ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିବା ଏମଭି ଜେନକୋ ପିକାର୍ଡି ନାମକ ବ୍ୟବସାୟିକ ଜାହାଜ ଆଡେନ୍ ଉପସାଗରରେ ଯାତ୍ରା କରୁଥିଲା। ଆଡେନ ଉପସଗାରରେ ଯାତ୍ରା କରିବା ସମୟରେ ଏମଭି ଜେନକୋ ପିକାର୍ଡି ଉପରେ ହୋଇଥିଲା ଡ୍ରୋନ୍ ଆକ୍ରମଣ। ହେଲେ ଜାହାଜ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ କାହା ପକ୍ଷରୁ କରାଯାଇଥିଲା ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ।
6. Fire Breaks Out in Train in UP: ସଦ୍ୟ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଯାଇ କୃଷକ ସଂଘର ନେତା ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ଅନ୍ୟ ଯାତ୍ରୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ଭଳି କାମ କରିଥିଲେ। ଏହି କାରଣରୁ ସଙ୍ଗମ ଏକ୍ସପ୍ରେସ ମଧ୍ୟରୁ ଧୂଆଁ ବାହାରିବାର ଖବର ମିଳିଥିଲା। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଅଗ୍ନିକାଣ୍ଡ କାରଣରୁ କୌଣସି ଧୂଆଁ ବାହାରି ନଥିଲା। ବରଂ ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଯାଇ କୃଷକ ସଂଘର ନେତା ଟ୍ରେନ ମଧ୍ୟରେ ଉଠା ଚୁଲି ଜାଳି ସେକ ନେଉଥିଲେ।
7. IMD Forecast on Cold Wave: ଦେଶର ଅଧାରୁ ଅଧିକ ଭାଗରେ ଏବେ ଜାରି ରହିଛି ଶୀତ ଲହରୀ। ଯାହାର ଫଳ ସ୍ୱରୂପ ଥଣ୍ଡା ବଢିବା ସହ କୁହୁଡ଼ି ଜାରି ରହିଛି। ଗୁରୁବାର ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ଶୀତ ଲହରୀରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ କୁହୁଡ଼ି ହେବ। ଜାନୁଆରୀ ୧୮ ତାରିଖରେ ବିହାର ଝାଡ଼ଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
8. Sonu Sood Deepfake Video Viral: ବଲିଉଡ ଅଭିନେତା ସୋନୁ ସୁଦ କୌଣସି ନାଁ କୌଣସି କାରଣରୁ ଗଣମାଧ୍ୟମରେ, ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ସୋନୁ ସୁଦ ମଧ୍ୟ ଏକ ଡିପ୍ ଫେକ୍ ଭିଡିଓ ଶିକାର ହୋଇଛନ୍ତି। ଯାହା ଅନେକ ଦିନ ଧରି ଟ୍ରେଣ୍ଡ କରୁଛି। ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ କ୍ୟାଟ୍ରିନା କୈଫଙ୍କ ପରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ଡିପ୍ ଫେକ୍ ଭିଡିଓ ସହ ଜଡିତ ଥିଲା।
9. Vande Bharat Express: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଭାତରୀୟ ରେଳବାଇରେ ଯୋଡ଼ି ହେବାକୁ ଯାଉଛି ୬୦ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ। ଏକ ରିପୋର୍ଟ ଅନୁସାରେ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସେମି ହାଇସ୍ପୀଡ ଟ୍ରେନ ଚଳିତ ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସେବାରେ ଯୋଡ଼ି ହେବ। ଏନେଇ ରେଳବାଇ ପକ୍ଷରୁ ୩୫ ନୂଆ ରୁଟ୍ ଚୟନ କରାଯାଇଛି।
10. India vs Canada: ଭାରତ-କାନାଡ଼ା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ମଚକାଇବା ଭଳି ଖବର ସାମ୍ନାକୁ ଆସିଛି। କାରଣ ଏହି ବିବାଦ ମଧ୍ୟରେ ବୃହତ ସଂଖ୍ୟାରେ ଭାରତୀୟ ଛାତ୍ର ଛାଡୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି। କେବଳ ସେତିକି ନୁହେଁ, କାନାଡ଼ା ଯିବାକୁ ଭାରତୀୟ ଛାତ୍ରମାନେ ଶିକ୍ଷା ଭିତ୍ତିକ ଭିସା ଆବେଦନର ସଂଖ୍ୟା ପ୍ରାୟ ୮୬ ପ୍ରତିଶତ ହ୍ରାସ ଘଟିଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି।