Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines:
1- ରାଜଧାନୀ ଦିଲ୍ଲୀରେ ୧୨ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ: ପୁଣି ଦିଲ୍ଲୀରୁ ଆସିଛି ଗଣଦୁଷ୍କର୍ମ ଅଭିଯୋଗ । ଜଣେ ୧୨ ବର୍ଷର ନାବାଳିକାକୁ ଜଣେ ନାବାଳକ ସମେତ ୪ଜଣ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି । ଏଥିରେ ଜଣେ ମହିଳାଙ୍କ ସମୃକ୍ତି ରହିଛି ବୋଲି ଜଣାପଡିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି ।
2- ଆସନ୍ତାକାଲିରୁ ହୀରାକୁଦରେ ପକ୍ଷୀ ଗଣନା: ସୋମବାର ସକାଳ ୬ଟା ରୁ ଅପରାହ୍ନ ୫ ଟା ଯାଏଁ ହିରାକୁଦ ଡ୍ୟାମରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ଡ୍ୟାମର ୫ଶହ ବର୍ଗ କିଲୋମିଟର ଅଞ୍ଚଳକୁ ସମୁଦାୟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି। ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ୩୨ଟି ଟିମ୍ ରେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ସାମିଲ ହେବେ।
3- ସୋମବାରରୁ ଶ୍ରମିକ ମହାସଂଘର ଆନ୍ଦୋଳନ: ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ମହାସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି। ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ। ତୈଳ ସଙ୍କଟ ସମ୍ଭାବନା ନେଇ ଲୋକମାନେ ବ୍ୟସ୍ତ ହୋଇଥିବାରୁ ଆଜି ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପରେ ଭିଡ ପରିଲକ୍ଷିତ ହୋଇଛି ।
4- ୮ଦିନ ପରେ ଦିଲ୍ଲୀରେ ପଡିଲା ଖରା: ପାଖାପାଖି ଏକ ସପ୍ତାହ ହେବ ଦିଲ୍ଲୀ ଏନସିଆରରେ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଛି । ନୂଆବର୍ଷ ପୂର୍ବରୁ ପାଗରେ ପରିବର୍ତ୍ତନ କାରଣରୁ ୨୦୨୩ ବର୍ଷର ଶେଷ ସୂର୍ଯ୍ୟାସ୍ତ ଏବଂ ୨୦୨୪ବର୍ଷର ପ୍ରଥମ ସୂର୍ଯ୍ୟଦୋୟ ଦେଖିପାରିନଥିଲେ ଦିଲ୍ଲୀବାସିନ୍ଦା । ତେବେ ୭ଦିନ ବିତିଯିବା ପରେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି । ୨୦୨୪ର ପ୍ରଥମ ସୂର୍ଯ୍ୟକିରଣ ଦିଲ୍ଲୀବାସିନ୍ଦାଙ୍କ ଦେହରେ ପଡିଛି ।
5- UPSSF ହାତରେ ରାମ ମନ୍ଦିର ସୁରକ୍ଷା ଦାୟିତ୍ୱ: ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଏବଂ ଅନ୍ତର୍ଜାତୀୟ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ରହିବେ UPSSF ଯବାନ । କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ୨୦୨୦ ମସିହାରେ ଉତ୍ତରପ୍ରଦେଶ ସ୍ୱତନ୍ତ୍ର ସୁରକ୍ଷା ବଳ ଗଠନ କରାଯାଇଥିଲା । ଗତ ୨ ବର୍ଷ ହେବ UPSSFକୁ ବିଭିନ୍ନ ସ୍ଥାନରେ ସୁରକ୍ଷା ଦାୟିତ୍ୱ ସୂଚାରୁ ରୂପେ ପାଳନ କରିବା ପାଇଁ ନିୟୋଜିତ କରାଯାଉଥିଲା ।
6- କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡ଼ିଶା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ (VK Pandian) ଆଜି ସକାଳେ କଳା ମଣ୍ଡଳ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ଼ ସମ୍ମିଳନୀ କେନ୍ଦ୍ର । ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ ।
7- ୮୦ ଗୋରୁ ଉଦ୍ଧାର, ଗୋଚାଲାଣକାରୀ ଥାନାରେ ଅଟକ: ଖୋର୍ଦ୍ଧା ସ୍ଥିତ ଜଙ୍କିଆ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥରୁ ଗୋଚାଲାଣକାରୀଙ୍କୁ ମାଡି ବସିଛି ପୋଲିସ । ଏକ କଣ୍ଟେନରରେ ୮୦ ଗୋରୁ ଚାଲାଣ କରାଯାଉଥିବା ସମୟରେ କୋଣସି ସୂତ୍ରରୁ ପୋଲିସ ଏ ସମ୍ପର୍କରେ ଖବର ପାଇଥିଲା । ପରେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଗୋଚାଲାଣ ସମ୍ପର୍କରେ ଜଣାପଡିଥିଲା । ଘଟଣାରେ ଗାଡି ଡ୍ରାଇଭର ସମେତ ୩ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
8- ପ୍ରେସକ୍ରିପସନ ସ୍ପଷ୍ଟ ଲେଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ସାଧାରଣତଃ ଡାକ୍ତରଙ୍କ ଅକ୍ଷରୁ ସାଧାରଣ ଲୋକେ ବୁଝିବା କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ଆଉ ସେପରି ପରିସ୍ଥିତି ସୃଷ୍ଟି ହେବ ନାହିଁ । ହସ୍ପିଟାଲର ସମସ୍ତ ରିପୋର୍ଟ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ସ୍ପଷ୍ଟ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଣେ ଆବେଦନକାରୀଙ୍କ ଅଭିଯୋଗ ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି ।
9- ଟି-୨୦ ରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ: ରୋହିତ ଶର୍ମା ଅଧିନାୟକ ଭାବରେ ଟି-୨୦ ଫର୍ମାଟକୁ ଫେରିଛନ୍ତି। ବିରାଟ କୋହଲିଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ଟି-୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଏହି ଦୁଇ ବଡ଼ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଏହି ସିରିଜର ଅଂଶ ହେବେ ନାହିଁ। ଇଶାନ କିଶାନ ଓ ରିତୁରାଜ ଗାଇକୱାଡ ମଧ୍ୟ ଏହି ସିରିଜର ଅଂଶ ହେବେ ନାହିଁ।
10- ଶୁଖିଲା ରହିବ ପାଗ: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ନ ଥିବାରୁ ରାଜ୍ୟରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ବାୟୁ ମଣ୍ତଳର ନିମ୍ନ ଭାଗରେ ଜଳୀୟ ବାଷ୍ପର ମାତ୍ରା , ବାୟୁ ଚଳାଚଳରେ ନିଷ୍କ୍ରିୟତା ଓ ନିର୍ମଳ ଆକାଶ ହେତୁ କେତେକାଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ଏହି ଦୃଶ୍ୟମାନ ଦୂରତା ୨୦୦ ମିଟର ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ତିନି ଦିନ ଯାଏଁ ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।
Also Read- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଥର ପ୍ରେସକ୍ରିପସନ୍ ପଢିବା ହେବ ସହଜ
Also Read- Sarvartha Siddhi Yoga: ୮ ଜାନୁଆରୀରେ ଦୁର୍ଲଭ ଯୋଗ, କୁମ୍ଭ ସହିତ ଏହି ୫ଟି ରାଶି ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ