Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2064979

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

ଆଜିଠୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

ଆଜିଠୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ
ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ। ପରବର୍ତ୍ତି ସମୟରେ ଅବଶିଷ୍ଟ ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ସେବା ଆରମ୍ଭ ହେବା ପରେ ପୁରୀ ସହିତ ୩୦ଟି ଯାକ ଜିଲ୍ଲା ସିଧାସଳଖ ଯୋଡ଼ିହେବ। 

ଗମାଙ୍ଗଙ୍କ ଘର ବାହୁଡ଼ା
ପୁଣି କଂଗ୍ରେସରେ ଯୋଗଦେଲେ ଗିରିଧର ଗମାଙ୍ଗ ପରିବାର। AICC ତରଫରୁ ସବୁଜ ସଙ୍କେତ ମିଳିବା ସହ ପିସିସି ସଭାପତିଙ୍କ ସହ ପୂର୍ବରୁ ଆଲୋଚନା ସରିଥିଲା। ଏବେ ବିଦ୍ଧିବଦ୍ଧ ଭାବେ ସେ ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି। ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ ତଥା ସମ୍ପୂର୍ଣ୍ଣ ଗମାଙ୍ଗ ପରିବାର ଏବେ କଂଗ୍ରେସକୁ ଫେରିଛନ୍ତି। ଦିଲ୍ଲୀରେ ପୁଣି କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ ପରିବାର। ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ। ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଲେ।

OASସ୍ତରରେ ଅଦଳବଦଳ, ବଦଳିଲେ ୪ ଅତିରିକ୍ତ ଜିଲ୍ଲାପାଳ
ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭଦ୍ରକ, ନୟାଗଡ, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବରେ ବରିଷ୍ଠ ଓଏଏସ ଅଫିସର ସୂର୍ଯ୍ୟନାରାୟଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟନାରାୟଣ ସୁବର୍ଣ୍ଣପୁରରେ ଅତିରିକ୍ତ ଜିଲ୍ଲାପାଳ ଥିଲେ।

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆସିଲେନି ଶଙ୍କରାଚାର୍ଯ୍ୟ
ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ହେଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ପ୍ରକଳ୍ପ ଉଦଘାଟନ ସମାରୋହରେ ଦେଖିବାକୁ ମିଳିନଥିଲା। ତାଙ୍କର ଏହି ଅନୁପସ୍ଥିତି ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଯେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ କାହିଁକି ଯୋଗଦେଲେନି ଶଙ୍କରାଚାର୍ଯ୍ୟ? ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିବା ସ୍ପଷ୍ଟୀକରଣ ରଖିଛନ୍ତି ଗୋବର୍ଦ୍ଧନ ପୀଠର ଲୋକସମ୍ପର୍କ ଅଧିକାରୀ।

ଦେଶରେ ଦାରିଦ୍ର୍ୟ କମିଛି
ରାଜ୍ୟରେ ଦାରିଦ୍ର୍ୟହାର କମିଛି । ନୀତି ଆୟୋଗ ରିପୋର୍ଟ ଏହା କହୁଥିବା ବେଳେ ଗ୍ରାଉଣ୍ଡଜିରୋରେ ବାସ୍ତବ ସ୍ଥିତି କିଛି ଭିନ୍ନ କଥା କହୁଛି। ସାଧାରଣତଃ ଲୋକଙ୍କ ଆୟ ତୁଳନାରେ ବ୍ୟୟ ବଢିଛି। କିନ୍ତୁ ସବୁ ଦିନ କାମ ମିଳୁନାହିଁ। ଏଭଳି ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ମାନକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ କେବଳ ରାଜନୈତିକ ପ୍ରଚାର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

୨୦ରୁ ଡଲଫିନ ଗଣା ଆରମ୍ଭ
ଭିତରକନିକା ଓ ଗହିରମଥାରେ ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ଡଲଫିନ ଗଣନା। ଏହା ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ। ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ନଦୀ ନାଳମାନଙ୍କରେ ଏହି ଡଲଫିନ ଗଣନା ଅନୁଷ୍ଠିତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ସୂଚନା।

ଇଡ଼ିରେ ହାଜର ହେବେ ମୁଖ୍ୟମନ୍ତ୍ରୀ
ଆଜି ଇଡ଼ିରେ ହାଜର ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଜି ହାଜର ହେବା ପାଇଁ ଇଡ଼ି ପୂର୍ବରୁ ସମନ ଜାରି କରିଥିଲା। ଏହାକୁ ମିଶାଇ ଚାରିଥର ସମନ ଜାରି କଲାଣି ଇଡ଼ି। କିନ୍ତୁ କୌଣସି ଥର ଅରବିନ୍ଦ କେଜରିୱାଲ ଇଡ଼ିରେ ହାଜର ହୋଇନାହାନ୍ତି। ତେବେ ଆଜି ହାଜର ହେବେ କି ନାହିଁ ସେ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି। 

କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା
ଚତୁର୍ଥ ଦିନରେ ପହଁଚିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା। ବୁଧବାର ସକାଳୁ ରାହୁଲ ନାଗାଲାଣ୍ଡର ବିକେ ଟାଉନରୁ ପଦଯାତ୍ରାରେ ବାହାରିଥିବା ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି। ପଦଯାତ୍ରାରେ ରାହୁଲ ଗାନ୍ଧୀ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହିତ ଆଲୋଚନା କରିଛନ୍ତି। ଜନସଭାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି ରାହୁଲ। ମୋଦି ସରକାର ଗତ ୯ବର୍ଷର ଶାସନ କାଳ ମଧ୍ୟରେ ନାଗାଲାଣ୍ଡକୁ ଅଣଦେଖା କରିଛନ୍ତି। ସେହିପରି ଦେଶର ଶାସନ ବ୍ୟବସ୍ଥାକୁ ମୋଦିଙ୍କ ଘନିଷ୍ଠ କୁହାଯାଉଥିବା କେତେକ ହାତଗଣତି ବ୍ୟବସାୟୀ ଅକ୍ତିଆର କରିନେଇଥିବା ରାହୁଲ ଅଭିଯୋଗ କରିଛନ୍ତି।

ରୋହିତ ଶର୍ମା ମାରିଲେ ପଞ୍ଚମ ଟି-୨୦ ଇଣ୍ଟରନ୍ୟାସନାଲ ଶତକ
ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ପର୍ମାଟର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ତାଙ୍କ ଆକାଉଣ୍ଟ ଖୋଲି ନଥିଲା। ବର୍ତ୍ତମାନ ତୃତୀୟ ଟି-୨୦ ଇଣ୍ଟରନ୍ୟାସନାଲରେ ହିଟମ୍ୟାନ୍ ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନିଜର ପଞ୍ଚମ ଟି-୨୦ ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ସେ ବର୍ତ୍ତମାନ ପୁଣିଥରେ ଏହି ପ୍ରସଙ୍ଗରେ ବିଶ୍ୱ ନମ୍ବର-1 ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ନିକଟରେ ସୂର୍ଯ୍ୟକୁମାର ଯାଦବ ଓ ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କ ସମକକ୍ଷ ହୋଇଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଥରେ ହିଟମ୍ୟାନ୍ ଟି-୨୦ ଇଣ୍ଟରନ୍ୟାସନାଲରେ ଶତକର ରାଜା ହୋଇଛନ୍ତି।

ସିରିଜ କ୍ଲିନ ସ୍ୱିପ କଲା ଭାରତ
ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜକୁ କ୍ଲିନ ସ୍ୱିପ କରିଛି ଭାରତ। ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା। ଦୁଇଟି ସୁପର ଓଭର ପରେ ଧାର୍ଯ୍ୟ ହୋଇଥିବା ବିଜୟୀ ଦଳ। ମ୍ୟାଚ୍‌ର ପ୍ରଥମ ସୁପର ଓଭର ମଧ୍ୟ ଏକ ଟାଇ ହୋଇଥିଲା। ଯାହା ପରେ ମ୍ୟାଚର ଫଳାଫଳ ସ୍ଥିର କରିବାକୁ ଦ୍ୱିତୀୟ ସୁପର ଓଭର କରାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ ଜିତିଥିଲା। ପ୍ରଥମ ସୁପର ଓଭରରେ ଉଭୟ ଦଳ ୧୬ ରନ୍ ସ୍କୋର କରିଥିଲେ ଓ ଏହା ଯୋଗୁଁ ମ୍ୟାଚ୍ ଟାଇ ହୋଇଥିଲେ ଏବଂ ପରେ ଦ୍ୱିତୀୟ ସୁପର ଓଭରରେ ଭାରତ ୧୦ ରନ୍ ଜିତିଥିଲା। ରବି ବିଷ୍ଣୋଇ ଭାରତ ପାଇଁ ଦ୍ୱିତୀୟ ସୁପର ଓଭର ବୋଲିଂ କରିଥିଲେ।