Top 10 News Headlines: ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1978261

Top 10 News Headlines: ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines

1- Rajasthan Election: କଡା ସୁରକ୍ଷା ବଳୟ ମଧ୍ୟରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଭୋଟରମାନେ ଲମ୍ବାଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି ଦେଉଛନ୍ତି । ଭୋଟିଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସମୁଦାୟ ୧ ହଜାର ୮୬୨ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବାକୁ ଥିବାବେଳେ ଚଳିତଥର ୫ କୋଟି ୨୫ ଲକ୍ଷରୁ ଅଧିକ ଭୋଟର ମତ ଦାନ କରିବେ । ଭୋଟ ଗ୍ରହଣ ପାଇଁ ସମୁଦାୟ ୫୧ ହଜାର ୭୫୬ ମତଦାନ କେନ୍ଦ୍ର କରାଯାଇଛି । 

2- Fire in shopping mall: ପାକିସ୍ତାନ କରାଚୀ ସ୍ଥିତ ରଶିଦ୍‌ ମିନ୍‌ହାସ୍‌ ରୋଡ୍‌ରେ ଥିବା ‘ଆର୍‌.ଜେ. ସପିଂ ମଲ୍‌’ରେ ଆଜି ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ଫଳରେ ୧୧ ଜଣ ଜୀବନ୍ତ ଜଳିଯିବା ସହ ୧୩ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କେଉଁ କାରଣରୁ ଏଭଳି ଭୟଙ୍କର ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

3- Pneumonia in China: ଚୀନରେ ନିମୋନିଆ ଓ ଏଚ୯ଏନ୨ ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ବେଳେ ଏହାର ମୁକାବିଲା ନେଇ ଭାରତ ସରକାର ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏନେଇ ଶୁକ୍ରବାର କେନ୍ଦ୍ର କହିଛି ଯେ, ଚୀନରେ ଶିଶୁଙ୍କଠାରେ ଶ୍ବାସକ୍ରିୟା ସଂକ୍ରମଣ ଜନିତ ରୋଗ ବ୍ୟାପୁଥିବା ଗଣମାଧ୍ଯମରେ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଭାରତ ପ୍ରତି କୌଣସି ବିପଦ ନାହିଁ ।

4- No Non Veg Day: ସାଧୁ ଟି. ଏଲ୍ ବାସୱାନୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶରେ ନଭେମ୍ବର ୨୫ ତାରିଖକୁ ସାରା ରାଜ୍ୟରେ ‘ନିରାମିଷ ଦିବସ’ଭାବେ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଆଜି ସମଗ୍ର ଉତ୍ତରପ୍ରଦେଶରେ ଆମିଷ ଖାଇବାକୁ ବାରଣ କରାଯାଇଛି । ଏନେଇ ଆଜି ପୂରା ରାଜ୍ୟରେ ସମସ୍ତ ମାଂସ ଦୋକାନ ବନ୍ଦ ରହିଛି । ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ଯୋଗୁଁ ଏଭଳି ନିଷ୍ପତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର। 

5- Uttarakhand Tunnel Rescue: ଉତ୍ତରାଖଣ୍ତ ଟନେଲ୍ ଟ୍ରାଜେଡି଼ ଘଟଣାରେ ଦିନେ ନୁହେଁ କି ଦୁଇ ଦିନ  ଆଜକୁ ୧୪ ଦିନ ହେବ ୪୧ ଜଣ ଶ୍ରମିକ ନିର୍ମାଣଧିନ ଟନେଲ ଭିତରେ ଫସି ରହିଛନ୍ତି। ଏହି ଘଟଣାରେ ଏକ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି।  ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକି ଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଅଧାରେ ଅଟକି ଯାଇଛି । ତେଣୁ ବିକଳ୍ପ ବାଟ ବାଛି ଛନ୍ତି ଉଦ୍ଧାରକାରୀ ଦଳ ।

6- VK Pandian on Tunnel Rescue: ଫସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ସଦସ୍ୟ ଆଜି ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶାର ମୁଖ୍ୟ ଭିକେ ପାଣ୍ତିଆନଙ୍କୁ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ । ପୂର୍ବରୁ  ଅନ୍ୟ ଦୁଇ ଶ୍ରମିକଙ୍କ  ପରିବାର  ଉତ୍ତରକାଶୀ ରେ  ପହଂଚି  ସାରିଛନ୍ତି।  ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ । 

7- Road Accident: ମାଲକାନଗିରି ହନ୍ତାଳଗୁଡା ଘାଟିରେ ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

8- Rare Disease: ୧୩ ପ୍ରକାରର ବିରଳ ରୋଗ ଓ ରକ୍ତହୀନତା ପାଇଁ ଆଉ ରୋଗୀଙ୍କୁ ବିଦେଶୀ ଔଷଧ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଣିକି ଭାରତରେ ପ୍ରସ୍ତୁତ ହେବ ଏସବୁ ଔଷଧ। ଆସନ୍ତା ବର୍ଷ ‘ମେଡ୍‍ ଇନ୍‍ ଇଣ୍ଡିଆ’ ଡ୍ରଗ୍‍ ନାଁରେ ବଜାରକୁ ଆସିବ ଏସବୁ ଔଷଧ। ଏହାଦ୍ୱାରା ସମ୍ପୃକ୍ତ ରୋଗର ଚିକିତ୍ସା ବାବଦ ଖର୍ଚ୍ଚ ୧୦୦ ଭାଗ ହ୍ରାସ ପାଇବା ନେଇ ସମ୍ଭାବନା ରହିଛି। ଗତ ବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ଏବେ ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

9- LAccMI Bus Yojana In Rayagada: ଆଜିଠୁ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ ବସ୍’ସେବା । ଜିଲ୍ଲାରେ ଏକା ସାଙ୍ଗରେ ଗଡି଼ବ ୫୨ଟି ବସ୍। ରାୟଗଡା ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ‘ଲକ୍ଷ୍ମୀ ବସ୍’ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି଼ଡିଓ କନଫରେସିଂ ଯୋଗେ ଏହାର ଉଦଘାଟନ କରିଛନ୍ତି।  ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

10- Weather Update: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ରବିବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ତେବେ ଏହାପରେ ୨୯ ତାରିଖରେ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ସୂଚନା ଅନୁଯାୟୀ, ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବାର ବିଶେଷ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Also Read- Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର

Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?