Top 10 News Today : ମାଲକାନଗିରିରେ ବନ୍ୟା ପରିସ୍ଥିତି, ଗଢା ହେବା ନୂଆ ଏନଏସି, ବଢିଲା ଗହମ ଦର ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2423664

Top 10 News Today : ମାଲକାନଗିରିରେ ବନ୍ୟା ପରିସ୍ଥିତି, ଗଢା ହେବା ନୂଆ ଏନଏସି, ବଢିଲା ଗହମ ଦର ଏବଂ ଅନ୍ୟ ମୁଖ୍ୟ ଖବର

ରାଜ୍ୟରେ ଗଢ଼ା ହେବ ୭୫ ନୂଆ ଏନ୍‍ଏସି, ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସରକାର ରାଜ୍ୟ ସରକାର ୭୫ଟି ଗ୍ରାମ ପଞ୍ଚାୟତକୁ ଏନ୍‍ଏସି ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍‍ ଏହିସବୁ ପ୍ରମୁଖ ଗ୍ରାମ ପଞ୍ଚାୟତ ସହରାଞ୍ଚ ମାନ୍ୟତା ପାଇବ। ସହରାଞ୍ଚଳ ଭଳି ସ୍ଥାନୀୟ ସୁବିଧା ବି ମିଳିପାରିବ। ଏନେଇ ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍

Top 10 News Today : ମାଲକାନଗିରିରେ ବନ୍ୟା ପରିସ୍ଥିତି, ଗଢା ହେବା ନୂଆ ଏନଏସି, ବଢିଲା ଗହମ ଦର ଏବଂ ଅନ୍ୟ ମୁଖ୍ୟ ଖବର

ରାଜ୍ୟରେ ଗଢ଼ା ହେବ ୭୫ ନୂଆ ଏନ୍‍ଏସି, ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସରକାର
ରାଜ୍ୟ ସରକାର ୭୫ଟି ଗ୍ରାମ ପଞ୍ଚାୟତକୁ ଏନ୍‍ଏସି ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍‍ ଏହିସବୁ ପ୍ରମୁଖ ଗ୍ରାମ ପଞ୍ଚାୟତ ସହରାଞ୍ଚ ମାନ୍ୟତା ପାଇବ। ସହରାଞ୍ଚଳ ଭଳି ସ୍ଥାନୀୟ ସୁବିଧା ବି ମିଳିପାରିବ। ଏନେଇ ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତ। ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ତାଲିକାରେ ପୂର୍ବ ସରକାର ଘୋଷଣା କରିଥିବା ୫୭  ଏନ୍‍ଏସି ସହ ନୂଆକରି ଆଉ ୧୮ ଏନ୍‍ଏସି ନାଁ ଯୋଡ଼ାଯାଇଛି। 

୬ ଜିଲ୍ଲାରେ କାଚିବ ବର୍ଷା ; ୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଦକ୍ଷିଣ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ଆଜି ପ୍ରବଳ ବର୍ଷା। ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଏସବୁ ଜିଲ୍ଲାଗୁଡିକ ହେଉଛି ବଲାଙ୍ଗୀର, ନୂଆପଡା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା। ୩ ଘଣ୍ଟା ପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏବେବି ସବୁ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ପାଇଁ ତିନି ଜିଲ୍ଲାକୁ ଅରେଞ୍ଜ ଏବଂ ୪ ଜିଲ୍ଲାକୁ ୟୋଲୋ ୱାଣ୍ଠି ଜାରି କରାଯାଇଛି। ନୂଆପଡା, ବରଗଡ଼, ଝାରସଗୁଡା ଜିଲ୍ଲାକୁ ଅରେଞ୍ଜ ୱାଣ୍ଡି ଜାରି କରାଯାଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଜିଲ୍ଲାକୁ ୟୋଲା ୱାଣ୍ଠି ଜାରି କରାଯାଇଛି । 

ବର୍ଷା ଯୋଗୁଁ ମାଲକାନଗିରି, ଗଞ୍ଜାମରେ ସ୍ଥିତି ବେହାଲ 
ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ନିକଟସ୍ତ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଗତକାଲିଠାରୁ ଜଳ ଘେରରେ ରହିଥିଲା କନ୍ୟାଶ୍ରମ ଗାଁ। ଜଳସ୍ତର କମିବା ସହ ଧୋଇ ହୋଇଗଲା ରାସ୍ତା। ପତିଆ କାଲିମେଳା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏବେ ବି କନ୍ୟାଶ୍ରମ ପୋଲ ଉପରେ ୮ ଫୁଟ ଉଚ୍ଚ ପାଣି ଚାଲୁଛି। ସେପଟେ ଜିଲ୍ଲାର ପାଙ୍ଗାମ ପୋଲରୁ ଖସିଲା ବନ୍ୟାଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ ହୋଇଛି। ଜୟପୁର-ମାଲକାନଗିରି ମୁଖ୍ୟରାସ୍ତାରେ ସ୍ଵାଭାବିକ ହୋଇଛି ଯାତାୟାତ । ପାଙ୍ଗାମ ପୋଲ ଓ ଅଁଳାଯୋତି ବ୍ରିଜରୁ ବନ୍ୟା ଜଳସ୍ତର ହ୍ରାସ ପାଇଛି । ରବିବାରଠାରୁ ଅଟକିଥିବା ଯାନବାହାନ ଚଳାଚଳ ଆରମ୍ଭ ହୋଇଛି ଲଗାଣ ବର୍ଷା ଯୋଗୁ ଜିଲ୍ଲାର ଅନେକ ଗାଁ ଜଳ ଘେରରେ ରହିଛି। ମାଲକାନଗିରି ଜିଲ୍ଲାର ୫ ବ୍ଲକ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି ।

ବନ୍ୟା ସ୍ଥିତିକୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ରିଲିଫ ଓ ଉଦ୍ଧାର ଉପରେ ଗୁରୁତ୍ୱ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ  ସମୁଦ୍ରକୁ ଜଳ ନିଷ୍କାସନ ନ ହୋଇପାରିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟ ସୃଷ୍ଟି ହୋଇଛି। ବିଶେଷକରି ମାଲକାନଗିରି ଜିଲ୍ଲାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାରୁ ଜଣାପଡ଼ିଛି। 

ଓଡ଼ିଶାରେ ଗହମ ଦର ବଢ଼ିଲା
ଚଳିତ ବର୍ଷ ଫେବ୍ରୁଆରି ମାସରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଗହମର ଖୋଲା ବିକ୍ରି ବନ୍ଦ କରିଦେଇଛି। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଅଧୀନରେ ଖାଦ୍ୟଶସ୍ୟ ଯୋଗାଣ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ଉପରେ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଫଳରେ ଓଡ଼ିଶା ବଜାରରେ ଅଟା ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି।ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଅଗଷ୍ଟ ପହିଲାରୁ ଇ-ନିଲାମ ମାଧ୍ୟମରେ ଘରୋଇ କମ୍ପାନୀମାନଙ୍କୁ କ୍ୱିଣ୍ଟାଲ ପିଛା ୨,୩୩୫ ଟଙ୍କା ସଂରକ୍ଷିତ ମୂଲ୍ୟରେ ଗହମ ବିକ୍ରି ଆରମ୍ଭ କରିବାକୁ ଏଫ୍‍ସିଆଇକୁ ଅନୁମୋଦନ ଦେଇଥିଲେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ରାଜ୍ୟର ଅଟାକଳଗୁଡ଼ିକ ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଅଧିକ ମୂଲ୍ୟରେ ସେମାନଙ୍କ ଆବଶ୍ୟକତା କିଣୁଛନ୍ତି ବୋଲି ଜଣେ ମିଲର କହିଛନ୍ତି।

ପୁଣି ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ
ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠିଛି।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।  ସେ କହିଛନ୍ତି, ଏପ୍ରସଙ୍ଗରେ ଲୋକଙ୍କର ଯେଉଁ ସନ୍ଦେହ ରହିଛି, ତାର ଦୂର କରାଯିବା ଦରକାର। ଏଥିଲାଗି ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।  ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବେ ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

ବିବାଦୀୟ ଭାଷଣ ଦେଇ ପୁଣି ବିବାଦରେ ରାହୁଲ
ପୁଣି ଥରେ ବିବାଦୀୟ ଭାଷଣ ଦେଇ ବିବାଦ ଘେରକୁ ଆସିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି । ରାହୁଲ କହିଛନ୍ତି, ଭାରତ ବିବିଧତାର ଦେଶ ସମସ୍ତଙ୍କର ଦେଶ । ଉଦାହରଣ ଦେବାକୁ ଯାଇ ରାହୁଲ ଖାଇବା ପ୍ଲେଟ ସହ ଭାରତକୁ ତୁଳନା କରିଛନ୍ତି । ଗୋଟିଏ ଥାଳିରେ ଯେମିତି ସବୁ ଆଇଟମ୍ ରୁହେ ଭାରତ ମଧ୍ୟ ସେମିତି ବିବିଧତାରେ ଏକତା ବହନ କରେ । କେନ୍ଦ୍ରରେ ଶାସକ ବିଜେପି କିନ୍ତୁ କେବଳ ସଂଘର ନୀତିକୁ ଫଲୋ କରେ ବୋଲି କହି ବିବାଦକୁ ଆସିଛନ୍ତି ରାହୁଲ ଗାନ୍ଧି।

ଶସ୍ତା ହେବ କ୍ୟାନସର ଔଷଧ ; କମିଲା ଜିଏସଟି
ଶସ୍ତା ହେବ କ୍ୟାନସର ଔଷଧା କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର ହେଉଥ‌ିବା ଔଷଧ ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କରିଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ଯକ୍ଷତାରେ ବସିଥ‌ିବା ଜିଏସଟି କାଉନସିଲ ବୈଠକରେ ଆଲୋଚନା ହୋଇଛି ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ବାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ । ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ସ୍ଵାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମ ଉପରେ ଜିଏସଟି ଦରକୁ ୧୮ ପ୍ରତିଶତରୁ କମ କରିବା ଉପରେ ସ‌ହମତି ପ୍ରକାଶ ପାଇଛି । କିନ୍ତୁ ଏହା ଉପରେ ଜିଏସଟିର ପରବର୍ତ୍ତୀ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯିବ । କାର୍ ସିଟ୍ ଉପରେ ଜିଏସ୍ ଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ମଧ୍ୟ ଶସ୍ତା ହେବ । ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଜିଏସଟି କାଉନସିଲ ଗ୍ରହଣ କରିଛି।

ମଣିପୁରରେ ପୁଣି ସ୍ଥିତି ସଙ୍ଗୀନ
ଗତ ବର୍ଷ ଠାରୁ ହିଂସା ନିଆଁରେ ଜଳୁଛି ମଣିପୁରା କୁକି ଏବଂ ମୋଇତି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବାର ଏକ ବର୍ଷରୁ ଅଧ‌ିକ ସମୟ ବିତିଯାଇଛି, କିନ୍ତୁ ପରିସ୍ଥିତି ଏପର୍ୟ୍ୟନ୍ତ ସ୍ଵାଭାବିକ ଅବସ୍ଥାକୁ ଆସିନାହିଁ ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ସରକାର ଉତ୍ତର-ପୂର୍ବ ରାଜ୍ୟର ତିନୋଟି ଜିଲ୍ଲାରେ କର୍ପୁ ଲାଗୁ କରିଛନ୍ତି। ପୂର୍ବ ଏବଂ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ତ୍ତ୍ୟ ଲାଗୁ କରାଯାଇଛି ନିକଟରେ ଡ୍ରୋନ୍, ରକେଟ୍ ଆକ୍ରମଣ ମଧ୍ୟରେ ମଣିପୁରରେ ହିଂସା ବୃଦ୍ଧି ପାଇଥିଲା ଏବଂ ଗତ ବର୍ଷଠାରୁ ମଣିପୁର ହିଂସାରେ ୨ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । 

ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ ସରକାର ଆଣିବେ ଆଇନ
ଶିଶୁ ଓ କିଶୋରମାନଙ୍କୁ ସୋଶାଲ ମିଡିଆଠୁ ଦୂରରେ ରଖିବା ଲାଗି  ଅଷ୍ଟ୍ରେଲିଆ ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ ସୋଶାଲ ମିଡିଆ ବ୍ୟବହାର ଉପରେ ବୟସ କଟକଣା ରହିବ। ନିଜର ଏକ୍ସ ହ୍ୟାଣ୍ଡଲରେ ଏନେଇ ସୂଚନା ରଖିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‍।