Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2542054

Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

ଆଇଗିଣିଆ ଆଳୁ ଗୋଦାମରେ ଚଢ଼ଉ; ଦୋକାନୀକୁ ନୋଟିସ୍
ଆଳୁ ଦର ବଢ଼ିଚାଲି ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଚଢଉ କରାଯାଇଛି। ଆଳୁ ଗାଡ଼ି ଓ ଗୋଦାମ ଯାଞ୍ଚ କରିଛନ୍ତି ଅଧିକାରୀ। ଚଢ଼ଉ କରି ୫ ହୋଲସେଲରଙ୍କୁ ନୋଟିସ୍ କରିଛି ଯୋଗାଣ ବିଭାଗ। ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ନୋଟିସ୍ କରିଛି ଯୋଗାଣ ବିଭାଗ। ବୁଲି ବୁଲି ସବୁ ବ୍ୟବସାୟୀଙ୍କ ଦୋକାନ ଚେକ୍ କରୁଛନ୍ତି ଯୋଗାଣ ବିଭାଗର ୭ଜଣିଆ ଟିମ୍। ଚଢଉ ସମୟରେ ଅନେକ ଆଳୁ ଟ୍ରକ୍‌ର ଚାଲାଣ ନଥିବା ଦେଖିବାକୁ ମିଳିଛି। ଚିଫ୍ ସିଭିଲ ସପ୍ଲାଏ ଅଫିସରଙ୍କ ନେତୃତ୍ୱରେ ଚାଲିଛି ରେଡ୍। 

ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ: ମନ୍ତ୍ରୀ
ବିଗତ ଦିନରେ ବଢିଛି ଦାଦନ ସମସ୍ୟା। ସେହି ସମସ୍ୟା ଏବେ ଗଞ୍ଜାମ ଜିଲ୍ଲାରେ ସବାଧିକ ହୋଇଛି। ସେହିପରି ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ। ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି ଯେ, ଦାଦନ ସମସ୍ୟା ପରେ ଏବେ ଏବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୩ଜଣ ପ୍ରାଣ ହରାଇଛନ୍ତି। ସେହିପରି ବଲାଙ୍ଗୀରରୁ ୨୬ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ମୃତ ୨୩୩ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ଶବ ଓଡ଼ିଶାକୁ ଫେରିଛି। ସେହିପରି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଲାଗି ରହିଥ‌ବା ଦାଦନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। 

ରାଜ୍ୟର ୪୮ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିନି ସ୍ୱଚ୍ଛ ପାନୀୟ ଜଳ
ସ୍ୱଚ୍ଛ ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଥିବା ବେଳେ ଓଡ଼ିଶାରେ ଥିବା ଗ୍ରାମାଞ୍ଚଳ ଗୁଡ଼ିକରେ କିନ୍ତୁ ଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମାତ୍ର ୫୨ ପ୍ରତିଶତ ଲୋକଙ୍କ ପାଖରେ ସରକାର ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇ ପାରିଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ଅର୍ଥାତ ୪୮ ପ୍ରତିଶତ ଗ୍ରାମାଞ୍ଚଳର ଜନସଂଖ୍ୟା ଏପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ପାଇପାରିନାହାନ୍ତି। ସେମାନଙ୍କୁ ପିଇବା ପାଣି ବୁନ୍ଦାଏ ସଂଗ୍ରହ କରିବାକୁ ଅନେକ ସଂଗ୍ରାମ କରିବାକୁ ପଡ଼ୁଛି। ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ଏନେଇ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପ୍ରଶ୍ନରେ ସେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ରାଜ୍ୟର ଗ୍ରାମାଞ୍ଚଳରେ ପିଇବା ପାଣି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏ-ନେଇ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ହେବ ଉପନିର୍ବାଚନ। ଡିସେମ୍ଵର ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଏହା ପରେ ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ। ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ। 

ଉପ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଶେଷରେ ମୁଣ୍ଡ ନୁଆଁଇଛନ୍ତି। ରେଜଲ୍ଟ ବାହାରିବାକୁ ୧୧ ଦିନ ବିତି ଯାଇଥିଲେ ହେଁ ସଂଖ୍ୟା ଥାଇ ମଧ୍ୟ ମହାୟୁତି(ବିଜେପି-ଶିବସେନା ଓ ଏନସିପି) ସରକାର ଗଠନ କରିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ପଦର ଅଙ୍କ ଛିଡ଼ୁ ନଥିବାରୁ ଶପଥ ପାଠ ଉତ୍ସବ ହୋଇପାରୁନି।କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ସିନ୍ଦେ ଲୁଚକାଳି ଖେଳ ଜାରି ରଖିଥିଲେ। ସିନ୍ଦେଙ୍କ ଆଭିମୁଖ୍ୟ ଏବେ ବଦଳିଛି। ସେ ମହାୟୁତି ସରକାରରେ ସାମିଲ ହେବାକୁ ଏକପ୍ରକାରର ବିକଳ ହୋଇ ଉଠିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀରୁ ଏଥର ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଆସୁଛନ୍ତି ରାଷ୍ଟ୍ରପତି
ଆଜିଠାରୁ ରାଷ୍ଟ୍ରପତି ଦୌପ୍ରଦୀଙ୍କର ୫ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେଉଛି। ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ଅପରାହ୍ନରେ ୨.୩୦ରେ ରାଷ୍ଟ୍ରପତି ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିବେ। ପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା
୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି କୃତଜ୍ଞତା ଜଣାଇଛନ୍ତି ପ୍ରଯୋଜିକା ଏକତା କପୁର। ସେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ସିନେମାଟି ଦେଖିବା ଲାଗି ଅନୁରୋଧ କରିଛନ୍ତି। ଏହାଛଡ଼ା ଏକତା କପୁର ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଆସନ୍ତାକାଲି ନୌସେନା ଦିବସ
ଆସନ୍ତାକାଲି ଭାରତୀୟ ନୌସେନା ଦିବସ-୨୦୨୪ ପାଳନ କରାଯିବ। ଏନେଇ ପୂରା ପ୍ରସ୍ତୁତ ହୋଇଛି ପୁରୀ ବେଳାଭୂମି। ଏନେଇ  ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆଜି ଅପରାହ୍ନରେ ମଧ୍ୟ ହେବ । ୪ ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ୩ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ 15ଟି ଯୁଦ୍ଧପୋତ ଓ 40ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । 

ବଢିପାରେ ସିଗାରେଟ, ମୃଦ୍ୟୁ ପାନୀର ଦର
ଅବକାରୀ ସାମଗ୍ରୀ ଉପରେ ପ୍ରଯୁଜ୍ୟ ଜିଏସଟି ହାର ବୃଦ୍ଧି ହୋଇପାରେ। ଜିଏସଟି ପରିଷଦ ବୈଠକ ପୂର୍ବରୁ ଏହାର ମୂଲ୍ୟକୁ ଯୁକ୍ତିଯୁକ୍ତ କରିବା ପାଇଁ ଗଠିତ ଗୋଷ୍ଠୀ ମନ୍ତ୍ରୀ ତମାଖୁ ଉତ୍ପାଦ ଉପରେ ଜିଏସଟିକୁ ୨୮ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଚଳିତ ମାସ ୨୧ ଡିସେମ୍ବରରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପିଟିଆଇ ରିପୋର୍ଟ ଅନୁଯାୟୀ, ସୋମବାର ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଗଠିତ ମନ୍ତ୍ରୀ ସିଗାରେଟ ଏବଂ ତମାଖୁ ଭଳି କ୍ଷତିକାରକ ଦ୍ରବ୍ୟ ତଥା କୋଲଡ୍ରିଙ୍କସ ପାନୀୟ ଉପରେ ବର୍ତ୍ତମାନର ୨୮ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି, ତେବେ ଏହି ଦ୍ରବ୍ୟର ମୂଲ୍ୟରେ ଏକ ବଡ଼ ଡେଇଁପାରେ।

କମ ହେବ ଶୀତ
ଚଳିତ ବର୍ଷ  ରାଜ୍ୟରେ କମ୍  ଶୀତ ଅନୁଭବ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ  ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଡିସେମ୍ବର ମାସରୁ ଫେବୃଆରୀ ମାସ ଯାଏ ରାଜ୍ୟରେ ଏଭଳି  ସାମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଆଇଏମଡି କରିଥିବା ଆକଳନରୁ ଏହା ଜଣାପଡିଛି।