Top 10 News Today: ବଦଳିଲେ ୧୫ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ, ଭିନେଶଙ୍କ ଅବସର, ଓଡ଼ିଶା ଉପକୂଳରେ ହାଇ ଆଲର୍ଟ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2373654

Top 10 News Today: ବଦଳିଲେ ୧୫ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ, ଭିନେଶଙ୍କ ଅବସର, ଓଡ଼ିଶା ଉପକୂଳରେ ହାଇ ଆଲର୍ଟ ଓ ଅନ୍ୟାନ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ବଦଳିଲେ ୧୫ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ, ଭିନେଶଙ୍କ ଅବସର, ଓଡ଼ିଶା ଉପକୂଳରେ ହାଇ ଆଲର୍ଟ ଓ ଅନ୍ୟାନ୍ୟ ଖବର

H1. ବଡ଼ ଧରଣର ଆଇଏଏସ ଅଧିକାରୀଙ୍କର ଅଦଳବଦଳ
ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।

H2. ଅବସର ନେଲେ ଭିନେଶ
ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅନ୍ତର୍ଜାତୀୟ କୁସ୍ତିରୁ ଅବସର ଗ୍ରହଣ କରିଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ୍ସରେ ଲେଖିଛନ୍ତି। ସେ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି ନିଜର ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, "ମା, କୁସ୍ତି ମୋ ଠାରୁ ଜିତିଗଲା। ମୁଁ ହାରିଗଲି। ଏଥିପାଇଁ ଦୁଃଖିତ। ତୁମର ସ୍ୱପ୍ନ, ମୋର ସାହସ, ସବୁକିଛି ଭାଙ୍ଗି ଚୁରମାର ହୋଇ ଯାଇଛି।" ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪। ଆପଣ ସମସ୍ତଙ୍କ ନିକଟରେ ମୁଁ ଚୀର ଋଣି ରହିବି। 

H3.ଓଡ଼ିଶା ଉପକୂଳରେ ହାଇ ଆଲର୍ଟ
ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ସହିତ ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ସମୁଦ୍ରପଥରେ ଓଡ଼ିଶା ଆସିବାର ଆଶଙ୍କା କରାଯାଉଛି। ଏଥିପାଇଁ ଓଡ଼ିଶା ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ହାଇଆଲର୍ଟ କରାଯାଇଛି। କୂଳକୁ ଆସୁଥିବା ସମସ୍ତ ବୋଟ୍ ଓ ଟ୍ରଲରରେ ଆସୁଥିବା ବ୍ୟକ୍ତିଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ହିଂସା ଓ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ଶେରପୁର ଜିଲ୍ଲା ଜେଲ୍‌ରୁ ପାଖାପାଖି ୫୧୮ ଅପରାଧୀ ଅସ୍ତ୍ରଶସ୍ତ୍ର ସହିତ ଫେରାର ହୋଇଛନ୍ତି। ବାଂଲାଦେଶରୁ ସମୁଦ୍ରପଥରେ ଓଡ଼ିଶା ପ୍ରବେଶ କରିବା ଆଶଙ୍କାକୁ ନେଇ ଭାରତ ସରକାର ହାଇଆଲର୍ଟ ଜାରି କରିବା ପରେ ଓଡ଼ିଶା ସରକାର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ କରିଛନ୍ତି। ବାଲେଶ୍ବରରୁ ଗଞ୍ଜାମ ଯାଏ ୪୫୦ କିମି ଯାଏ ଲମ୍ବିଥିବା ବଙ୍ଗୋପସାଗର ଉପକୂଳ ଏବେ ଓଡ଼ିଶା ପୁଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

H4. ୨ଜଣ ସବରେଜିଷ୍ଟ୍ରାର ନିଲମ୍ବିତ
ଜମି ବିକ୍ରିରେ ବେଆଇନ କାରବାର କରିବା ଅଭିଯୋଗରେ ରାଜ୍ୟ ସରକାର ଆଜି ଜଗତପୁର ଓ ପିପିଲି ସବରେଜିଷ୍ଟ୍ରାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର ପାଶ୍ୱର୍ରେ ଥିବା ଏହି ଦୁଇ ତହସିଲ ଅଂଚଳରେ ଜମି କିଣାବିକା ବ୍ୟାପକ ଭାବେ ବଢ଼ିଥିବାବେଳେ ସବରେଜିଷ୍ଟ୍ରାରଙ୍କୁ ଧରି ଜମି ମାଫିଆମାନେ ବେଆଇନ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ନିବନ୍ଧନ ସେବାର ସମୀକ୍ଷା କରିବା ଅବସରରେ କାର୍ଯ୍ୟରେ ଖିଲାପ କରୁଥିବା ନିବନ୍ଧନମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

H5. ଆସୁଛି ଆଉ ଏକ ଲଘୁଚାପ!
ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସମାନ୍ତରାଳ ଭାବେ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ସହିତ ଦିଘା ଦେଇ ଅତିକ୍ରମ କରୁଥିବା ମନ୍‌ସୁନ୍ ଟ୍ରଫ୍‌ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

H6. ଅନୁପ୍ରବେଶ ପାଇଁ ସୀମାରେ ଭିଡ଼, ଜଗିଛନ୍ତି ବିଏସଏଫ ଯବାନ
ବାଂଲାଦେଶ ବର୍ତ୍ତମାନ ଏକ ଭୟଙ୍କର ଅରାଜକତାର ସମୟ ଦେଇ ଗତି କରୁଛି। ପ୍ରବଳ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଂଲାଦେଶ ଛାଡି ଭାରତ ଆସିଯାଇଛନ୍ତି । ଏହା ପରେ ସେଠାରେ ସଂଖ୍ୟାଲଘୁମାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ ଆରମ୍ଭ ହୋଇଛି। ପୂର୍ବରୁ ଯେପରି ବିଶ୍ବାସ କରାଯାଉଥିଲା, ବର୍ତ୍ତମାନ ବାଂଲାଦେଶର ବହୁ ସଂଖ୍ୟକ ଲୋକ ସୀମା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ବାଂଲାଦେଶୀ ନାଗରିକଙ୍କୁ ସୀମା ପାର କରିବାରୁ ଅଟକାଉଛନ୍ତି।

H7. ରଶ୍ମୀ ରଞ୍ଜନ ହେଲେ ଜମ୍ମୁ କାଶ୍ମୀରର ଡିଜିପି
ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ୧୯୯୧ ବ୍ୟାଚର ଆଇପିଏସ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଏହାର ଦାୟିତ୍ବ ଭାର ଦେଇଛନ୍ତି ସରକାର। ଓଡ଼ିଶା ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ। 

H8. ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ
ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆଜି ସକାଳେ ଏକକାନୀଳ ୮ଟି ସ୍ଥାନରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଏହି ଚଢ଼ାଉରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି। ପ୍ରଦୀପ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି।

H9. ଖୋଲିବ ଜନ ଆରୋଗ୍ୟ ମନ୍ଦିର
ପ୍ରତି ପଞ୍ଚାୟତରେ ଖୋଲିବ ଜନ ଆରୋଗ୍ୟ ମନ୍ଦିର। ଏଠାରେ ସବୁ ପ୍ରକାର ମେଡିସିନ୍ ମହଜୁଦ ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେଠାରେ ଉପକୃତ ହେବେ। ଜଣେ ଯୋଗ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ। ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସହାୟତା ମିଳିପାରିବ। ଏହା ଫଳରେ ନିଜ ପଞ୍ଚାୟତ ଛାଡ଼ି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। 

H10. ୨୭ ବର୍ଷ ପରେ ଭାରତ ବିପକ୍ଷରେ ସିରିଜ ଜିତିଲା ଶ୍ରୀଲଙ୍କା
ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା। ଆଜି ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି। ପ୍ରଥମ ଦିନିକିଆ ଟାଇ ହୋଇଥିଲା। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ଭଳି ଚାମ୍ପିୟନ ଟିମ ବିପକ୍ଷରେ ଶ୍ରୀଲଙ୍କା ୨୧ଶ ଶତାବ୍ବୀରେ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି।