Top 10 News Today: ଆସନ୍ତାକାଲି ବଜେଟ, ସୁପ୍ରିମକୋର୍ଟଙ୍କ ଶୁଣାଣି ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2348152

Top 10 News Today: ଆସନ୍ତାକାଲି ବଜେଟ, ସୁପ୍ରିମକୋର୍ଟଙ୍କ ଶୁଣାଣି ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆସନ୍ତାକାଲି ବଜେଟ, ସୁପ୍ରିମକୋର୍ଟଙ୍କ ଶୁଣାଣି ଏବଂ ଅନ୍ୟ ଅପଡେଟ

H1. ଆସନ୍ତାକାଲି ବଜେଟ
ଆଜିଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ। ଆରମ୍ଭରୁ ଗୃହରେ ନିଟକୁ ନେଇ ପ୍ରଶ୍ନକାଳ ବେଶ ଉଷ୍ମ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଆସନ୍ତା କାଲି ଜୁଲାଇ ୨୩ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଗୃହରେ ଦିନ ୧୧ଟାରେ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ତେବେ ଆଜି ପ୍ରଥମ ଦିନରେ ଗୃହରେ ନିଟକୁ ନେଇ ତୁମ୍ଭିତୋଫାନ ଦେଖିବାକୁ ମିଳିଛି। 

H2. ଆରମ୍ଭ ହେଲା ମୌସୁମୀ ଅଧିବେଶନ
ଆରମ୍ଭ ହେଲା ସପ୍ତଦଶ ବିଧାନସଭ। ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ  ଅଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। ଓଡ଼ଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

H3. ଗୃହତ୍ୟାଗ କଲା ବିଜେଡି
ଆଜି ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ବିଜେଡି କକ୍ଷତ୍ୟାଗ କରିଛି। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଓ ମୋ ଦଳ ଅତି ଦୁଃଖିତ, କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇ ଥିବାରୁ ଆମେ ଗୃହ ପରିତ୍ୟାଗ କଲୁ ବୋଲି ନବୀନ କହିଥିଲେ।

H4. ୧୬ ଜଣିଆ ମିଡିଆ ସେଲ୍ ତାଲିକା ଘୋଷଣା କଲା ବିଜେଡି
ସୋମବାର ବିଜେଡି ନୂଆ ମିଡିଆ ଟିମ ଘୋଷଣା କରିଛି। ଏଥିରେ ୧୬ ଜଣଙ୍କୁ ସାମିଲ କରାଯାଇଛି।  ଏମାନେ ବୈଦ୍ୟୁତିକ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖିବେ । ଏହାସହ ବିଭିନ୍ନ ଆଲୋଚନାରେ ନେତାମାନେ ଅଂଶଗ୍ରହଣ କରିବେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ବିଜେଡିର ବରିଷ୍ଠ ମିଡିଆ କୋର୍ଡିନେଟର ପ୍ରତାପ ଜେନା ସୂଚନା ଦେଇଛନ୍ତି । ମିଡିଆ ସେଲରେ ଅଛନ୍ତି, ପ୍ରଶାନ୍ତ ମୁଦୁଲି, ବ୍ଯୋମକେଶ ରାୟ, ସୁବାସ ସିଂ, ଗୌତମବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନ। ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାଏ, ଚିନ୍ମୟ ସାହୁ ମଧ୍ୟ ମିଡିଆ ସେଲରେ ଅଛନ୍ତି । ଏମାନଙ୍କ ସହ ମିଡିଆ ସେଲରେ ଇପ୍ସିତା ସାହୁ, ସୋଫିଆ ଆଲାମ, ଇରାନୀ ରାୟ, ବିଶ୍ବପ୍ରତାପ ସାହୁ, ଏବଂ ଅରୁପ ଶ୍ରୀଚନନ୍ଦନ ଅଛନ୍ତି।

H5. ଯୋଗୀଙ୍କୁ ସୁପ୍ରିମକୋର୍ଟ ଝଟକା
ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏହାର ଜବାବ ଦେବା ପାଇଁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ। ୟୁପି ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି,ବର୍ତ୍ତମାନ ଏହି ନିଷ୍ପତ୍ତି ଦୁଇଟି ରାଜ୍ୟରେ ନିଆଯାଇଛି। ଆଉ ୨ଟି ରାଜ୍ୟ ଏହା କରିବାକୁ ଯାଉଛନ୍ତି। 

H6. ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟର ନୋଟିସ୍‌
ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ଆଜି ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍‌ କରିଛନ୍ତି । ପ୍ରତିପକ୍ଷ ଦିଲ୍ଲୀପ ରାୟଙ୍କ ମାମଲା ଆଧାରରେ ନୋଟିସ କରିଛନ୍ତି କୋର୍ଟ। ଆସନ୍ତା ଅଗଷ୍ଟ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ଜଣାପଡ଼ିଛି। 

H7. ନିଟ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି
ରସାୟନ ବିଜ୍ଞାନର ଗୋଟିଏ ବିବାଦୀୟ ପ୍ରଶ୍ନର ୨ଟି ଉତ୍ତରର ସମୀକ୍ଷା କରିବା ପାଇଁ ଆଇଆଇଟି ଦିଲ୍ଲୀକୁ ଗୋଟିଏ ପ୍ୟାନେଲ ଗଠନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସର୍ବୋର୍ଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ନିଟ-ୟୁଜି ପରୀକ୍ଷାର ରସାୟନ ବିଜ୍ଞାନରେ ଏମିତି ଏକ ପ୍ରଶ୍ନ ପଡ଼ିଥିଲା, ଯାହାର ୪ଟି ବିକଳ୍ପ ମଧ୍ୟରୁ ୨ଟି ଠିକ ଉତ୍ତର ଥିଲା। ତା’ ମଧ୍ୟରୁ ଯଦି କେହି ଗୋଟିଏ ଉତ୍ତରକୁ ଚୟନ କରିଥିଲେ, ତାଙ୍କୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ମାର୍କ ଦେଇଥିଲା।

H8. ବିଜ୍ଞପ୍ତି ପ୍ରତ୍ୟାହାର କଲା କ୍ରୀଡ଼ା ବିଭାଗ
କ୍ରୀଡ଼ା ସମ୍ମାନ ଗାଇଡଲାଇନ୍ ବିଜ୍ଞପ୍ତିକୁ ଆଜି ବିଧିବଦ୍ଧ ଭାବେ ପ୍ରତ୍ୟାହାର କରି ନେଇଛି କ୍ରୀଡ଼ା ବିଭାଗ। ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀଙ୍କ ଅଜାଣତରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁକୁ ଉଚ୍ଛେଦ କରି ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନର ଗାଇଡଲାଇନ୍ ଗତ ୧୯ ତାରିଖରେ ଜାରି ହୋଇଥିଲା। ତେବେ କ୍ରୀଡ଼ା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୩ ଜୁନ୍ ୫ତାରିଖରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଗାଇଡଲାଇନ୍ ବଳବତ୍ତର ରହିବ। କ୍ରୀଡ଼ା ବିଭାଗ ଜୁଲାଇ ୧୯ତାରିଖ ୨୦୨୪ରେ ଜାରି କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ୧୯ ତାରିଖର ବିଜ୍ଞପ୍ତିକୁ ଆଜି ପ୍ରତ୍ୟାହାର କରାଯିବା ସମ୍ପର୍କରେ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। 

H9. ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଉପନିର୍ଦ୍ଦେଶକ
ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ। ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରିବା ଅଭିଯୋଗରେ ଉପନିର୍ଦ୍ଦେଶକ ବସନ୍ତ ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର, ପୁରୀ, ଭଦ୍ରକରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ବସନ୍ତ ଦାଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। 

H10. ପିଆର ଶ୍ରୀଜେଶଙ୍କ ଅବସର ଘୋଷଣା
ଭାରତୀୟ ହକି ଦଳର ଅଭିଜ୍ଞ ଗୋଲକିପର ତଥା ପୂର୍ବତନ ଅଧିନାୟକ ପି.ଆର ଶ୍ରୀଜେଶ ସୋମବାର ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ। କ୍ୟାରିୟରରେ PR ଶ୍ରୀଜେଶ ତିନୋଟି ଅଲିମ୍ପିକ୍ସ, ଅନେକ କମନୱେଲଥ ଗେମ୍ସ, ବିଶ୍ୱକପ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ସହିତ ୩୨୮ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ଭାରତୀୟ ଦଳ ପାଇଁ ଦୃଢ ପ୍ରଦର୍ଶନ କରିଥିଲେ। ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେବେ ବୋଲି ଶ୍ରୀଜେଶ କହିଛନ୍ତି। ୨୦୦୬ ଦକ୍ଷିଣ ଏସିଆ ଗେମ୍ସରେ ଶ୍ରୀଜେଶ ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ।