Major IAS Reshuffle: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ସହିତ ବଦଳିଲେ ୨୦ ଜିଲ୍ଲାପାଳ, ପଢନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha2373690

Major IAS Reshuffle: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ସହିତ ବଦଳିଲେ ୨୦ ଜିଲ୍ଲାପାଳ, ପଢନ୍ତୁ ପୂରା ତାଲିକା

ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାରକୁ ଦୁଇ ମାସ ବିତିଛି। ଆଉ ଏହାରି ମଧ୍ୟରେ ଆଇଏଏସ ସ୍ତରରେ ପ୍ରଥମ ଥର ପାଇଁ ବଡ଼ ଧରଣର ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ସରକାର। ତେବେ ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦରେ ଜଣେ ଓଡ଼ିଆ ଅଫିସରଙ୍କୁ ନିଯୁକ୍ତ କରିଛନ

Major IAS Reshuffle: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ସହିତ ବଦଳିଲେ ୨୦ ଜିଲ୍ଲାପାଳ, ପଢନ୍ତୁ ପୂରା ତାଲିକା

Major IAS Reshuffle: ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାରକୁ ଦୁଇ ମାସ ବିତିଛି। ଆଉ ଏହାରି ମଧ୍ୟରେ ଆଇଏଏସ ସ୍ତରରେ ପ୍ରଥମ ଥର ପାଇଁ ବଡ଼ ଧରଣର ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ସରକାର। ତେବେ ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦରେ ଜଣେ ଓଡ଼ିଆ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି ମୋହନ ସରକାର। ଜାରି ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୨ ଜଣ ଆଇଏଏସ ଅଫିସର ଓ ୩ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ସେପଟେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଜିଲ୍ଲାପାଳ ରହିଥିବା ଆଶିଷ ଠାକରେଙ୍କୁ ରାଜସ୍ୱ ସଚିବ ସଦସ୍ୟ ଭାବେ ବଦଳି କରାଯାଇଛି। 

ରାଜସ୍ୱ ସଚିବ ଥିବା ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଚନ୍ତି। ଏହା ସହିତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ସୂର୍ଯ୍ୟବଂଶୀ ମୟୂରଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି ସରକାର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଥିବା ସିଦ୍ଧେଶ୍ୱର ବଳିରାମ ବନ୍ଦାରଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।  ସେହିପରି ନବରଙ୍ଗପୁର ଜିଲ୍ଲାପାଳ ଥିବା କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଅଥରିଟିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଯାଜପୁରର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ମୃତ୍ତିକା ମୃତ୍ତିକା ସଂରକ୍ଷଣ ଓ ଜଳସେଚନ ବିକାଶ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ସେହିପରି କଟକ ମୁନିସିପାଲି କର୍ପୋରେସନର କମିଶନର ଥିବା ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଗଜପତି ଜିଲ୍ଲାର ଜିଲ୍ଲପାଳ ଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ନୟାଗଡ଼ର ଜିଲ୍ଲାପାଳ ଥିବା ସ୍ୱଧାଦେବ ସିଂହଙ୍କୁ ପିଆର ଓ ଡିଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରିଛନ୍ତି। ମୋ ସ୍କୁଲ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ କନ୍ଧମାଳର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଥିବା ସିଦ୍ଦେଶ୍ୱର ବଲିରାମ ବୋନ୍ଦାରୁଙ୍କୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଚି। 

ମୟୂରଭଞ୍ଜର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ନୂଆପଡ଼ା ଜିଲ୍ଲାପାଳ ଥିବା ହେମାକାନ୍ତ ସାଏଙ୍କୁ ମୟୂରଭଞ୍ଜରେ, କଳାହାଣ୍ଡି ଜିଲ୍ଲାପାଳ ଥିବା ପି ଅନ୍ୱେଷ ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାପାଳ ଥିବା ଆଶିଷ ଇଶ୍ୱର ପାଟିଲଙ୍କୁ ମାଲକାନଗିରି ଜିଲ୍ଲାପାଲ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଦେଓଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଥିବା ଡ. ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। 

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଥିବା ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ, ବୌଦ୍ଧ ଜିଲ୍ଲାପାଳ ଥିବା ଜେ. ସୋନଲଙ୍କୁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଥିବା ପୱର ସଚିନ ପ୍ରକାଶଙ୍କୁ କଳାହାଣ୍ଡି, ସମ୍ବଲପୁର ଜିଲ୍ଲାପାଳ ଥିବା ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ, ରାୟଗଡ଼ା ଜିଲ୍ଲାପାଳ ଥିବା ମନୋଜ ସତ୍ୟୱାନ ମହାଜନଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। 

ସେହିପରି ୩ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି। ତିନି ଓଏଏସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶା ଖଣି ନିଗମ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଜମି) କବିନ୍ଦ୍ର କୁମାର ସାହୁଙ୍କୁ ବଦଳି କରାଯାଇ ଦେବଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ପୂର୍ବରୁ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଥିବା ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।