Matric Exam 2023: ପରୀକ୍ଷା ଦେବାକୁ ଯାଇ ଗାଏବ ହେଲେ ଛାତ୍ର, ସେଣ୍ଟରକୁ ମିଳିନଥିଲା ଏଣ୍ଟ୍ରି
Advertisement
Article Detail0/zeeodisha/odisha1603760

Matric Exam 2023: ପରୀକ୍ଷା ଦେବାକୁ ଯାଇ ଗାଏବ ହେଲେ ଛାତ୍ର, ସେଣ୍ଟରକୁ ମିଳିନଥିଲା ଏଣ୍ଟ୍ରି

Matric Exam 2023: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା(Matric Exam) । ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । କିନ୍ତୁ ନୟାଗଡରେ (nayagarh district) ଜଣେ ଛାତ୍ର ମାଟ୍ରିକ ପରୀକ୍ଷା (matriculation examination)ଦେବାକୁ ଯାଇ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା (nayagarh district )ଦଶପଲ୍ଲାରୁ ଏହି ଅଭିଯୋଗ ଆସିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Matric  Exam 2023:  ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା(Matric Exam) । ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । କିନ୍ତୁ ନୟାଗଡରେ (nayagarh district) ଜଣେ ଛାତ୍ର ମାଟ୍ରିକ ପରୀକ୍ଷା (matriculation examination)ଦେବାକୁ ଯାଇ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା (nayagarh district )ଦଶପଲ୍ଲାରୁ ଏହି ଅଭିଯୋଗ ଆସିଛି । ଦଶପଲ୍ଲା (daspalla area) ରାଧାମୋହନ ଉଚ୍ଚ ବିଦ୍ୟାଳୟର (radha mohan nodal high school ) ଛାତ୍ର ପ୍ରଦୀପ ନାୟକ (class 10th student missing) । ସେ ୟୁନିଫର୍ମ ପିନ୍ଧିନଥିବାରୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ସେବେଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ । ଏ-ନେଇ ପରିବାର ଲୋକେ କୌଣସି ଲିଖିତ ଅଭିଯୋଗ କରିନଥିଲେ ବି ଗଣମାଧ୍ୟମରୁ ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ ପ୍ରଦୀପଙ୍କ ଘର ସମେତ ଅନ୍ୟ ସ୍ଥାନରେ ଖୋଜିବା ଆରମ୍ଭ କରିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ଗରିବ ପରିବାର । ଆର୍ଥିକ ଅଭାବ ଦୃଷ୍ଟିରୁ ସେ ୟୁନିଫର୍ମ କିଣି ପାରିନଥିଲେ । ତେଣୁ ସେ ଅନ୍ୟ ପୋଷାକରେ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ପରୀକ୍ଷା କେନ୍ଦ୍ରରେ ଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ । ତା ପରଠୁ ଛାତ୍ର ଜଣଙ୍କର କୌଣସି ପତ୍ତା ମିଳୁନଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । 

Also Read : Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି

Also Read : Mayurbhanj News: ନୃଶଂସ ସାଜିଲା ପୁଅ, ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ମାଆକୁ କଲା ହତ୍ୟା, ପରେ ବାପାକୁ...

ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଛନ୍ତି । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ଶେଷ ହୋଇଛି । ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଛି । ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି । ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ ହେବ । କପି ରୋକିବାକୁ ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।