Aadhaar Card Alert: ଦେଶର କୋଟି କୋଟି ଆଧାର କାର୍ଡଧାରୀଙ୍କ ପାଇଁ ସରକାର ଜାରି କଲେ ଚେତାବନୀ! ଜାଣନ୍ତୁ କ'ଣ ରହିଛି ମାମଲା
Advertisement
Article Detail0/zeeodisha/odisha1584386

Aadhaar Card Alert: ଦେଶର କୋଟି କୋଟି ଆଧାର କାର୍ଡଧାରୀଙ୍କ ପାଇଁ ସରକାର ଜାରି କଲେ ଚେତାବନୀ! ଜାଣନ୍ତୁ କ'ଣ ରହିଛି ମାମଲା

Aadhaar Card Alert:  ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କାରଣ ଏଥିରେ କେବଳ ଆପଣଙ୍କ ନାମ, ବୟସ, ଠିକଣା ଭଳି ସୂଚନା ନଥାଏ ବରଂ ଆପଣଙ୍କର ବାୟୋମେଟ୍ରିକ୍ ସୂଚନା ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ଆଧାର କାର୍ଡ ମାଧ୍ୟମରେ ଅନେକ ପ୍ରକାରର ଠକେଇ ମଧ୍ୟ କରାଯାଇପାରେ । ଆଧାର ପ୍ରଦାନକାରୀ ସଂସ୍ଥା ସମୟ ସମୟରେ ଆଧାର ସହ ଜଡିତ ଅନେକ ପରାମର୍ଶ ବିଷୟରେ ସୂଚନା ପ୍ରଦାନ କରିଥା’ନ୍ତି ।

Aadhaar Card Alert: ଦେଶର କୋଟି କୋଟି ଆଧାର କାର୍ଡଧାରୀଙ୍କ ପାଇଁ ସରକାର ଜାରି କଲେ ଚେତାବନୀ! ଜାଣନ୍ତୁ କ'ଣ ରହିଛି ମାମଲା

Aadhaar Card Alert: ଆଜିର ସମୟରେ ଆଧାର କାର୍ଡ (Aadhaar Card) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଉଭା ହୋଇଛି । ଏହା ବିନା କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ଅସମ୍ଭବ । ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କାରଣ ଏଥିରେ କେବଳ ଆପଣଙ୍କ ନାମ, ବୟସ, ଠିକଣା ଭଳି ସୂଚନା ନଥାଏ ବରଂ ଆପଣଙ୍କର ବାୟୋମେଟ୍ରିକ୍ ସୂଚନା ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ଆଧାର କାର୍ଡ ମାଧ୍ୟମରେ ଅନେକ ପ୍ରକାରର ଠକେଇ ମଧ୍ୟ କରାଯାଇପାରେ । ଆଧାର ପ୍ରଦାନକାରୀ ସଂସ୍ଥା ସମୟ ସମୟରେ ଆଧାର ସହ ଜଡିତ ଅନେକ ପରାମର୍ଶ ବିଷୟରେ ସୂଚନା ପ୍ରଦାନ କରିଥା’ନ୍ତି । ଆଜିକାଲି UIDAI ନାମରେ ଏକ ମେସେଜ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି । ଏହି ମେସେଜରେ ଏକ ଦାବି ରହିଛି ଯେ ଆଧାର କାର୍ଡ ବ୍ୟବହାରକାରୀଙ୍କ ପାଇଁ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି । 

ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଏହି ମେସେଜ ପାଇଛନ୍ତି, ତେବେ ଆମେ ଆପଣଙ୍କୁ ଏହି ମେସେଜର ସତ୍ୟତା ବିଷୟରେ ସୂଚନା ଦେବାକୁ ଯାଉଛୁ । UIDAI ନାମରେ ଭାଇରାଲ ହେଉଥିବା ଏକ ମେସେଜରେ ଦାବି କରାଯାଇଛି ଯେ ଆଧାର ବ୍ୟବହାରକାରୀଙ୍କ ପାଇଁ ଆଧାର (Aadhaar Card) ସମ୍ପର୍କିତ ସୂଚନା କାହା ସହ ସେୟାର ନକରିବାକୁ ସରକାର ଏକ ଆଡଭାଇଜାରୀ ଜାରି କରିଛନ୍ତି । ଏହା ସହିତ କୌଣସି ସରକାରୀ ଯୋଜନାର ଲାଭ ଉଠାଇବାକୁ କାହା ସହିତ ଆଧାର କାର୍ଡ (Aadhaar Card)  ର କପି ସେୟାର କରନ୍ତୁ ନାହିଁ । ଏହା ସହିତ କୌଣସି କାମ ପାଇଁ ଆଧାର କାର୍ଡର କପି ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ଯାହା ଦ୍ୱାରା ଆଧାର କାର୍ଡର ଅପବ୍ୟବହାର ବନ୍ଦ ହୋଇପାରିବ ।

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଲାଗିବ ଜୋରଦାର ଝଟକା, ୪ ଗୁଣା ବଢ଼ିବ ବିଦ୍ୟୁତ୍ ବିଲ୍!

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶେଷ ହେଲା କ୍ୟାରିୟର! BCCI ହଠାତ୍ କରିଦେଲା ବାହାର

ଏହା ବି ପଢ଼ନ୍ତୁ:-ଜିଓ ଓ ଏୟାରଟେଲ ସମସ୍ତଙ୍କ ଛୁଟି, BSNL ୩୦୦ ଟଙ୍କାରେ ଦେଉଛି ୧୩ ମାସର ବୈଧତା, ମାଗଣା ଡାଟା ଏବଂ କଲିଂ!

 

ଏହି ବାମେସେଜ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ମେସେଜ ଉପରେ ଆଧାର ଜାରି କରୁଥିବା ସଂସ୍ଥା UIDAI ସୂଚନା ଦେଇଛି ଯେ ଏହି ଭାଇରାଲ ଦାବି ସମ୍ପୂର୍ଣ୍ଣ ଫେକ୍ । ଏହି ଖବରରେ ସଂପୂର୍ଣ୍ଣ ସତ୍ୟ ନାହିଁ । କେନ୍ଦ୍ର ସରକାର ଆଦୌ ଏଭଳି ସର୍କୁଲାର ଜାରି କରିନାହାଁନ୍ତି । ଏହା ସହିତ UIDAI ର ଲିଙ୍କ୍ ମଧ୍ୟ ସର୍କୁଲାରରେ ଭୁଲ ଭାବରେ ଉଲ୍ଲେଖ କରାଯାଇଛି । ଆଧାର ସମ୍ବନ୍ଧୀୟ ସୂଚନା ପାଇବାକୁ  ଆପଣ uidai.gov.in ଭିଜିଟ୍ କରନ୍ତୁ ।