ରଦ୍ଦ ହେଲା ୬ ଲକ୍ଷ ଲୋକଙ୍କ ଆଧାର କାର୍ଡ; ଏଥିରେ ଆପଣଙ୍କର ନାହିଁ ତ?
Advertisement

ରଦ୍ଦ ହେଲା ୬ ଲକ୍ଷ ଲୋକଙ୍କ ଆଧାର କାର୍ଡ; ଏଥିରେ ଆପଣଙ୍କର ନାହିଁ ତ?

ସରକାର ନିକଟରେ ଏକ ତଥ୍ୟ ପ୍ରକାଶ କରିଛନ୍ତି UIDAI ପ୍ରାୟ ୬ ଲକ୍ଷ ଆଧାର କାର୍ଡ ରଦ୍ଦ କରି ଦେଇଛି । ଏହି ସମସ୍ତ ଆଧାର ନମ୍ବର ନକଲି ଅଟେ । ନକଲି ଆଧାର କାର୍ଡ ଓ ଆଧାର ନମ୍ବର ପ୍ରାୟତଃ ଗୁରୁତର ଅପରାଧ କରିବା ପାଇଁ ବ୍ୟବହୃତ ହୁଏ ଓ UIDAI ଏହାକୁ ରଦ୍ଦ କରିବା ପାଇଁ ଅନେକ ପଦକ୍ଷେପ ନେଉଛି । ବର୍ତ୍ତମାନ ସମସ୍ୟା ହେଉଛି ଯେ ଆପଣଙ୍କ ଆଧାର ନକଲି କି

ସାଙ୍କେତିକ ଫଟୋ

Aadhaar card: ସରକାର ନିକଟରେ ଏକ ତଥ୍ୟ ପ୍ରକାଶ କରିଛନ୍ତି UIDAI ପ୍ରାୟ ୬ ଲକ୍ଷ ଆଧାର କାର୍ଡ ରଦ୍ଦ କରି ଦେଇଛି । ଏହି ସମସ୍ତ ଆଧାର ନମ୍ବର ନକଲି ଅଟେ । ନକଲି ଆଧାର କାର୍ଡ ଓ ଆଧାର ନମ୍ବର ପ୍ରାୟତଃ ଗୁରୁତର ଅପରାଧ କରିବା ପାଇଁ ବ୍ୟବହୃତ ହୁଏ ଓ UIDAI ଏହାକୁ ରଦ୍ଦ କରିବା ପାଇଁ ଅନେକ ପଦକ୍ଷେପ ନେଉଛି । ବର୍ତ୍ତମାନ ସମସ୍ୟା ହେଉଛି ଯେ ଆପଣଙ୍କ ଆଧାର ନକଲି କି ଅସଲି, ତାହା ଆପଣ କିପରି ଜାଣିବ । ଆମେ ଆପଣଙ୍କ ପାଇଁ ଏହି ଖବର ସେଥିପାଇଁ ଆଣିଛୁ, ଯାହାଦ୍ୱାରା ଆପଣ ନିଜେ ଘରବସି ଆପଣଙ୍କ ଅଦାହର କାର୍ଡ ଅସଲି କି ନକଲି ତାହା ଚିହ୍ନଟ କରିପାରିବେ ।

ଏପରି ଚିହ୍ନଟ କରନ୍ତୁ ଆପଣଙ୍କ ଆଧାର ଅସଲି କି ନକଲି:

ଷ୍ଟେପ୍ ୧: ଯଦି ଆପଣ ଆଧାର ନମ୍ବର ଅସଲି କିମ୍ବା ନକଲି ତାହା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ UIDAI ର ଅଫିସିଆଲ୍ ୱେବସାଇଟ୍ https://resident.uidai.gov.in/offlineaadhaar ଭିଜିଟ କରନ୍ତୁ ।

ଷ୍ଟେପ୍ ୨: ଏହାପରେ 'ଆଧାର ଭେରିଫିକେସନ' ର ବିକଳ୍ପ ଚୟନ କରନ୍ତୁ । ନକଲି କିମ୍ବା ଅସଲି ଆଧାର କାର୍ଡ ଯାଞ୍ଚ କରିବାକୁ ଆପଣ ସିଧାସଳଖ https://myaadhaar.uidai.gov.in/verifyAadhaar ଲିଙ୍କ ଭିଜିଟ କରିପାରିବେ ।

ଷ୍ଟେପ୍ ୩: ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ୍ ID ଏଣ୍ଟ୍ରି କରନ୍ତୁ ।

ଷ୍ଟେପ୍ ୪: ଯେତେବେଳେ ଆପଣ ନମ୍ବର ଏଣ୍ଟ୍ରି କରୁଛନ୍ତି, ସେତବେଳେ ସ୍କ୍ରିନ୍ ଉପରେ ସୁରକ୍ଷା କୋଡ୍ ଏଣ୍ଟ୍ରି କରନ୍ତୁ ଓ ୱାନ ଟାଇମ ପାସୱାର୍ଡ କିମ୍ବା OTP ପାଇଁ ଅନୁରୋଧ କରନ୍ତୁ ।

ଷ୍ଟେପ୍ ୫: ବର୍ତ୍ତମାନ ଦିଆଯାଇଥିବା ଆଧାର ନମ୍ବର କିମ୍ବା ଭର୍ଚୁଆଲ୍ ଆଇଡି ପାଇଁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ଯିବ । ୱେବସାଇଟରେ OTP ଏଣ୍ଟ୍ରି କରନ୍ତୁ ।

ଷ୍ଟେପ୍ ୬: ଏହା ଆପଣଙ୍କୁ ଏକ ନୂତନ ପେଜକୁ ନେଇଯିବ, ଯେଉଁଠାରେ ଆପଣ ଏକ ବାର୍ତ୍ତା ପାଇପାରିବେ ଯେ ଆପଣଙ୍କର ଆଧାର ନମ୍ବର ବୈଧ କି ନୁହେଁ ।

ଷ୍ଟେପ୍ ୭: ମେସେଜ ସହିତ ଆଧାର କାର୍ଡରେ ନାମ, ରାଜ୍ୟ, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀ ମଧ୍ୟ ସ୍କ୍ରିନରେ ଦେଖାଯିବ । ଯଦି ଏହି ସମସ୍ତ ବିବରଣୀ ଆପଣଙ୍କୁ ଦୃଶ୍ୟମାନ ହୁଏ, ତେବେ ଆପଣଙ୍କ ପାଖରେ ଥିବା ଆଧାର ନମ୍ବର ଅସଲି ଅଟେ ।

ଏହା ବି ପଢ଼ନ୍ତୁ: CWG ରେ ଭାରତକୁ ମିଳିଲା ପ୍ରଥମ ପଦକ, ସଙ୍କେତ ସରଗର ଜିତିଲେ ରୌପ୍ୟ

ଏହା ବି ପଢ଼ନ୍ତୁ: ଟି-୨୦ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ବୋମା ବିସ୍ଫୋରଣ, ୪ ଦର୍ଶକ ଆହତ