ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ରେ ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି
Advertisement
Article Detail0/zeeodisha/odisha1904841

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ରେ ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି

Reliance Retail Ventures Limited: ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ (ଆରଆରଭିଏଲ)ରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ (Investment) କରିବା ନେଇ ଆରଆରଭିଏଲ ପକ୍ଷରୁ ଘୋଷଣା କରାଯାଇଛି । 

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ରେ ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ (Reliance Retail Ventures Limited) (ଆରଆରଭିଏଲ)ରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ (Investment) କରିବା ନେଇ ଆରଆରଭିଏଲ ପକ୍ଷରୁ ଘୋଷଣା କରାଯାଇଛି । ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ୦.୫୯ ପ୍ରତିଶତ ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ । ଏହି ନିବେଶ ଆରଆରଭିଏଲର ପ୍ରି-ମନି ଇକ୍ୱିଟି (Pre-money equity) ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛି, ଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି ।

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ ଏହାର ସହଯୋଗୀ କମ୍ପାନୀ ଗୁଡିକ ଜରିଆରେ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି । ଗ୍ରୋସରୀ, କଂଜୁମର ଇଲେକ୍ଟ୍ରୋନିକ୍ସ, ଫ୍ୟାସନ ଓ ଲାଇଫଷ୍ଟାଇଲ (Fashion and Lifestyle) ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮୫୦୦ ରୁ ଉର୍ଦ୍ଧ୍ୱ ଷ୍ଟୋର ଏବଂ ଡିଜିଟାଲ କମର୍ସ ପ୍ଳାଟଫର୍ମ ନେଟୱାର୍କ (Digital Commerce Platform Network) ଜରିଆରେ ଏହା ୨୬୭ ନିୟୁତରୁ ଅଧିକ ନିୟମିତ ଗ୍ରାହକମାନଙ୍କ ଆବଶ୍ୟକତା ପୁରଣ କରୁଛି । ଏହାର ନିଉ-କମର୍ସ ବ୍ୟବସାୟ (New Commerce Business) ଜରିଆରେ ଆରଆରଭିଏଲ ୩୦ ଲକ୍ଷରୁ ଅଧିକ ଛୋଟ ଓ ଅସଂଗଠିତ ବ୍ୟବସାୟୀଙ୍କୁ ଡିଜିଟାଇଜ ହେବାରେ ସହାୟକ ହୋଇଛି । ଏହା ଦ୍ୱାରା ଏହି ବ୍ୟବସାୟୀ ମାନେ ଟେକ୍ନୋଲୋଜି ବଳରେ ସେମାନଙ୍କ ନିଜ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସୁବିଧା ଓ ସେବା ଦେଇପାରିବେ ।

ଏହି ଅବସରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ (isha ambani) କହିଛନ୍ତି " ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ଏକ ନିବେଶକ ଭାବରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି ସହିତ ଆମର ସମ୍ପର୍କକୁ ଆହୁରି ସୁଦୃଢ କରି ଆମେ ବେଶ ଆନନ୍ଦିତ । ବିଶ୍ୱରେ ମୂଲ୍ୟ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ରହିଥିବା ସୁଦୀର୍ଘ ଅଭିଜ୍ଞତା ଆମକୁ ଭାରତର ରିଟେଲ କ୍ଷେତ୍ରକୁ ପରିବର୍ଦ୍ଧିତ କରିବାନେଇ ଆମର ରହିଥିବା ଲକ୍ଷ୍ୟ ହାସଲରେ ସହାୟକ ହେବ । ଆରଆରଭିଏଲରେ ଏହି ନିବେଶ ଭାରତୀୟ ଅର୍ଥନୀତି ତଥା ଆମ ବ୍ୟବସାୟିକ ମୂଳଭିତ୍ତି ଏବଂ କାର୍ଯ୍ୟ ସମ୍ପାଦନ କ୍ଷମତା ନେଇ ସେମାନଙ୍କର ରହିଥିବା ବିଶ୍ୱାସର ପରିଚାୟକ । "

ଏହି ଅବସରରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର (Abu Dhabi Investment Authority) ଘରୋଇ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମଦ ଅଲଢ଼ହେରି କହିଛନ୍ତି " ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ବଜାରରେ ରିଲାଏନ୍ସ ରିଟେଲ ଦୃଢ ଅଭିବୃଦ୍ଧି ଓ ନମନୀୟତା ପ୍ରଦର୍ଶିତ କରିଛି । ରିଲାଏନ୍ସ ସହିତ ଆମର ସହଭାଗିତା ବଢ଼ାଇ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା କ୍ଷେତ୍ରରେ ଆମ ଉପସ୍ଥିତି ବୃଦ୍ଧି କରି ଆମେ ବେଶ ଆନନ୍ଦିତ । "

Also Read- Shardiya Navratri 2023: ଶାରଦୀୟ ନବରାତ୍ରୀରେ ଦୁର୍ଲଭ ସଂଯୋଗ, ରାଜଯୋଗ କରାଇବ ଧନର ବର୍ଷା, ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ

Also Read- Success Story: ବଦଳିଲା ଚାଷୀଙ୍କ ଭାଗ୍ୟ, ଲାଉ ବିକ୍ରି କରି ପାଉଛନ୍ତି ୮୦ ହଜାର