ନାଗ ଦେବତାଙ୍କ ପ୍ରକୋପ ! 'ମନ୍ଦିର ହଟିବା ପରେ ଟନେଲରେ ଅସୁବିଧା ହୋଇଥିଲା'- ଗ୍ରାମବାସୀ
Advertisement
Article Detail0/zeeodisha/odisha1971504

ନାଗ ଦେବତାଙ୍କ ପ୍ରକୋପ ! 'ମନ୍ଦିର ହଟିବା ପରେ ଟନେଲରେ ଅସୁବିଧା ହୋଇଥିଲା'- ଗ୍ରାମବାସୀ

Uttarkashi tunnel rescue operation:  ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଯେ, ନାଗ ଦେବତାଙ୍କ କ୍ରୋଧ କାରଣରୁ ୪୧ ଶ୍ରମିକ ଟନେଲରେ ଫସି ରହିଥିଲେ । ବର୍ତ୍ତମାନ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ ହେଉଥିଲେ ମଧ୍ୟ ବିଭିନ୍ନ ସମସ୍ୟା ହେଉଛି ।

ନାଗ ଦେବତାଙ୍କ ପ୍ରକୋପ ! 'ମନ୍ଦିର ହଟିବା ପରେ ଟନେଲରେ ଅସୁବିଧା ହୋଇଥିଲା'- ଗ୍ରାମବାସୀ

Uttarkashi tunnel rescue operation: ଉତ୍ତରପ୍ରଦେଶର ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ବର୍ତ୍ତମାନ ଏକ ୬ ଇଞ୍ଚ ବ୍ୟାସ ପାଇପ୍ ଶ୍ରମିକମାନଙ୍କ ନିକଟରେ ପହଞ୍ଚାଯାଇଛି । ଏହା ମାଧ୍ୟମରେ ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି । ଆଜି ସକାଳେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଟନେଲ ଭିତରେ ଥିବା ଶ୍ରମିକମାନେ ସୁସ୍ଥ ଅଛନ୍ତି । ଏଥିସହ ସେମାନଙ୍କ ସହ କଥାବାର୍ତ୍ତା କରିବା ମଧ୍ୟ ସମ୍ଭବ ହୋଇଛି । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି, ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଏହା ଦାବି କରିଛନ୍ତି ଯେ, ଟନେଲ ନିର୍ମାଣ କରୁଥିବାବେଳେ ନିର୍ମାଣକାରୀମାନେ ସିଲ୍କିରିରେ ଥିବା ଏକ ପୁରୁଣା ମନ୍ଦିରକୁ ହଟାଇ ଦେଇଛନ୍ତି, ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ଲୋକଙ୍କ ମତ
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରକଳ୍ପ ଆରମ୍ଭ ପୂର୍ବରୁ ଟନେଲ ମୁହାଣ ନିକଟରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଥିଲା । ସ୍ଥାନୀୟ ବିଶ୍ୱାସକୁ ସମ୍ମାନ ଜଣାଇ ଅଧିକାରୀ ଏବଂ ଶ୍ରମିକମାନେ ପ୍ରଥମେ ପୂଜା କରିବା ପରେ ଟନେଲରେ ପ୍ରବେଶ କରୁଥିଲେ, କିନ୍ତୁ ଦୀପାବଳିର କିଛି ଦିନ ପୂର୍ବରୁ ନିର୍ମାଣକାରୀ କମ୍ପାନୀର ସଦସ୍ୟମାନେ ମନ୍ଦିରଟିକୁ ସେଠାରୁ ହଟାଇ ଦେଇଥିଲେ । ଲୋକମାନେ କହିଛନ୍ତି ଯେ, ମନ୍ଦିର ହଟାଯିବା ପରେ ହିଁ ଟନେଲରେ ଏହି ଦୁର୍ଘଟଣା ଘଟିଛି ଏବଂ ସମସ୍ତ ଉଦ୍ୟମ ସତ୍ତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ନାହିଁ।

ମନ୍ଦିର ହଟାଇବା ପରେ ସମସ୍ୟା
ଲୋକମାନେ କହିଛନ୍ତି ଯେ, ଏହା ସତ ଯେ ମନ୍ଦିର ଅପସାରଣ ପରେ ହିଁ ଆମେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛୁ। ପ୍ରଥମେ ଦୀପାବଳି ଦିନ ଶ୍ରମିକମାନେ ଟନେଲରେ ଫସି ଯାଇଥିଲେ। ଏହା ପରେ, ଯେତେବେଳେ ସେମାନଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଇଥିଲା, ବେଳେବେଳେ ଭୂସ୍ଖଳନ କାରଣରୁ କାମରେ ବାଧା ଉପୁଜିଥିଲା । ଅନେକ ସମୟରେ ମେସିନ୍ ମଧ୍ୟ ଭାଙ୍ଗି ଯାଇଥିଲା । ଯେତେବେଳେ ସମସ୍ତ ପଦକ୍ଷେପ ବିଫଳ ହେଲା, ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ନାଗ ଦେବତାଙ୍କ ପୁରୋହିତଙ୍କୁ ଡାକି ତାଙ୍କ ନିକଟରେ କ୍ଷମା ମାଗି ପୂଜା କରିଥିଲେ। ଗ୍ରାମବାସୀଙ୍କ ଚାପ ଦେଖିବା ପରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଟନେଲ ବାହାରେ ବୁଖନାଗ ଦେବତାଙ୍କ ମନ୍ଦିରକୁ ପୁଣିଥରେ ପ୍ରତିଷ୍ଠା କରାଯାଇଥିଲା ।

ମନ୍ଦିର ପ୍ରତିଷ୍ଠା ହେବା ପରେ କର୍ମଚାରୀଙ୍କ ନିକଟରେ  କ୍ୟାମେରା ପହଞ୍ଚିଥିଲା
ସ୍ଥାନୀୟ ଲୋକମାନେ ନାଗ ଦେବତାଙ୍କୁ ଖୁବ୍ ବିଶ୍ୱାସ କରନ୍ତି । ସେମାନେ କହିଛନ୍ତି ଯେ, ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ସଫଳତା ମିଳିଥିଲା କାରଣ ୬ ଇଞ୍ଚର ପାଇପ୍ ଆବର୍ଜନା ଅତିକ୍ରମ କରି ଶ୍ରମିକମାନଙ୍କ ନିକଟରେ ପହଞ୍ଚିଲା । ଏହି ପାଇପ୍ ସାହାଯ୍ୟରେ ଖାଦ୍ୟ ଓ ପାନୀୟ ବର୍ତ୍ତମାନ ଶ୍ରମିକମାନଙ୍କ ନିକଟକୁ ସହଜରେ ପଠାଯାଇପାରିବ । ଏଥି ସହିତ, ପାଇପ୍ ମାଧ୍ୟମରେ ପଠାଯାଇଥିବା କ୍ୟାମେରା ସାହାଯ୍ୟରେ ଶ୍ରମିକମାନଙ୍କ ସହ ବାର୍ତ୍ତାଳାପ ହୋଇଛି । ଶ୍ରମିକମାନେ ସୁସ୍ଥ ଥିବା କ୍ୟାମେରା ଭିଜୁଆଲରେ ଦେଖାଯାଉଥିଲା । ଟନେଲ ଭିତରେ ଫସି ରହିଥିବା ଜଣେ ଶ୍ରମିକ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ଠିକ୍ ସମୟରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଟନେଲରେ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହାଁନ୍ତି।

Also Read- ଡିବିରି ଆଲୁଅରେ ଗାଁ, ନାହିଁ ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !

Also Read- World Cup 2023: ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଥିଲେ ସାମି-ଜାଡେଜା, ଏମିତି କହିଲେ ପିଏମ ମୋଦୀ