ଡିବିରି ଆଲୁଅରେ ଗାଁ, ନାହିଁ ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !
Advertisement

ଡିବିରି ଆଲୁଅରେ ଗାଁ, ନାହିଁ ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !

ରାଜ୍ୟରେ ଏପରି ଏକ ଗାଁ ରହିଛି ଯେଉଁଠି ଗାଁ ସ୍ଥାପନ ହେବା ପରଠାରୁ ଆଜି ଯାଏଁ ଲୋକେ ପାଇନାହାନ୍ତି ବିଦ୍ୟୁତ୍ ସେବା ।

ଡିବିରି ଆଲୁଅରେ ଗାଁ, ନାହିଁ ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !

ଗଜପତି: ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । ସ୍ବାଧିନତାର ସାତ ଦଶନ୍ଧି ପରେ ବି ଅନେକ ଗାଁକୁ ପହଞ୍ଚିପାରିନି ବିଦ୍ୟୁତ୍ ସେବା । ଯାହା ଫଳରେ ଅନ୍ଧାର ସହ ଜୀବନ ସଂଗ୍ରାମ ଜାରି ରଖିଛନ୍ତି ଗ୍ରାମବାସୀ। ସଂନ୍ଧ୍ୟା ହେଲେ ଡିବିରି ଆଲୁଅ ଗ୍ରାମବାସୀଙ୍କ ସାହା ପାଲଟିଛି। ଏହା ସହ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପିଲାଙ୍କ ପାଠ ପଢ଼ା ମୁଖ୍ୟ ସମସ୍ୟା ପାଲଟିଛି । ଏଭଳି ସମସ୍ୟା ଦୈନିକ ଭୋଗୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବାଡେଗୁଡ଼ା ଗ୍ରାମ ପଞ୍ଚାୟତର ବୁଢ଼ାକୁଆ ଗ୍ରାମବାସୀ । 

ବୁଢାକୁଆ ଗ୍ରାମ ବସତି ସ୍ଥାପନ ହେବାର ପଚାଶରୁ ଉର୍ଦ୍ଧ୍ବ ବର୍ଷ ହେବାକୁ ବସିଥିବା ବେଳେ ଗାଁରେ ପ୍ରାୟ ୧୨ ଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ଡିବିରି ଜାଳିବା ପାଇଁ ପୂର୍ବରୁ ପଡ଼ି କାର୍ଡରେ କିରୋସିନି ମିଳୁଥିଲା , ହେଲେ କିଛି ମାସ ହେବ ତାହା ମିଳୁନଥିବା ହେତୁ କିଛି ଗରୀବ ନିରିହ ଆଦିବାସୀ ପରିବାର ନିଜ ଟଙ୍କାରେ ସୋଲାର ଲାଇଟ୍ ବ୍ୟବହାର କରୁଥିବା ବେଳେ ଆଉ କିଛି ପରିବାର ମହମବତୀ ଜାଳି ରାତ୍ରିଯାପନ କରୁଛନ୍ତି । ବନ୍ୟ ଜନ୍ତୁ ଭୟରେ ସଂନ୍ଧ୍ୟା ହେବା ଘରେ କବାଟ ପକାଇ ରହୁଛନ୍ତି। ଫଳରେ ସନ୍ଧ୍ୟା ସମୟରୁ ଗାଁଟି ଏକ ପ୍ରକାରର ଶୁନଶାନ୍ ହୋଇପଡୁଛି । ତେବେ ଗାଁକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଗ୍ରାମବାସୀ ବହୁବାର ଅଡବା ସ୍ଥିତ ଟାଟା ପାୱାର୍ ବିଭାଗୀୟ ଅଧିକାରୀଙ୍କୁ ଗୁହାରି ଜଣାଇ ଆସିଛନ୍ତି କିନ୍ତୁ ଆଜି ଯାଏଁ ଗାଁରେ ବିଦ୍ୟୁତ ସଂଯୋଗିକରଣ ହୋଇପାରିନାହିଁ । ବହୁ ବର୍ଷ ତଳେ ଗ୍ରାମବାସୀ ନିଜେ ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ୍ ଝୁଣ୍ଟ ପୋତିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଜାଣିଶୁଣି ପରବର୍ତ୍ତୀ ପଦକ୍ଷେପ ନେଉନଥିବା ଗ୍ରାମବାସୀ।

ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେଉଁ ସବୁ ଗାଁରେ ବିଦ୍ୟୁତ୍ ସଂଯୋଗିକରଣ ହୋଇନାହିଁ, ସେ ସବୁ ଗାଁର ତାଲିକା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଅଡବା ଅଞ୍ଚଳର ୧୫ଟି ପଞ୍ଚାୟତର ୨୨ଟି ଗ୍ରାମର ସମାନ ଅବସ୍ଥା ଥିବା ସେ ଅବଗତ ଥିବା ବେଳେ ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗିକରଣ ହୋଇଯିବ ବୋଲି କହିଛନ୍ତି । ଅନ୍ୟ ପଟେ ବୁଢାକୁଆ ପାର୍ଶ୍ବବର୍ତ୍ତୀ ଗ୍ରାମ ବାଡେଗୁଡା , ସିମିଳି, ପାଦେରେମାରେ ବିଜୁଳି ସେବା ଉପଲବ୍ଧ ରହିଛି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟ ପକ୍ଷରେ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବ୍ଳକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦଙ୍କ ଜରିଆରେ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ସହ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ମଧ୍ୟ ସମସ୍ୟା ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରି ଟିକେ ଆନ୍ତରିକତା ନଥିବା କହିଛନ୍ତି ଗ୍ରାମବାସୀ।‌ ତେଣୁ ନିର୍ବାଚନ ପୁର୍ବରୁ ଗାଁରେ ବିଦ୍ୟୁତ ନପହଁଚିଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ପ୍ରକାଶ କରିଛନ୍ତି ଗ୍ରାମବାସୀ।

ରିପୋର୍ଟ - ପ୍ରେମାନନ୍ଦ ପୁଜାରୀ (ଗଜପତି)

Also Read- World Cup 2023: ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଥିଲେ ସାମି-ଜାଡେଜା, ଏମିତି କହିଲେ ପିଏମ ମୋଦୀ

Also Read- World Cup 2023: ଭାରତ ହାରିବା ପରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଲେ ଏମିତି...