Sourin Bhatt: ଗିରଫ ଭୟରେ କେଉଁଠି ଲୁଚିଛନ୍ତି କଣ୍ଠଶିଳ୍ପୀ? କଲିକତାରେ ସୌରିନ୍‌ଙ୍କୁ ପାଇଲାନି କମିସନରେଟ୍ ପୋଲିସ
Advertisement
Article Detail0/zeeodisha/odisha1750414

Sourin Bhatt: ଗିରଫ ଭୟରେ କେଉଁଠି ଲୁଚିଛନ୍ତି କଣ୍ଠଶିଳ୍ପୀ? କଲିକତାରେ ସୌରିନ୍‌ଙ୍କୁ ପାଇଲାନି କମିସନରେଟ୍ ପୋଲିସ

Sourin Bhatt: ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ(Singer Sourin Bhatt)। ଯୌନ ଶୋଷଣ ମାମଲାରେ ହୋଇଛନ୍ତି ଛନ୍ଦି(Harassment Sexual Harassment case)। ଏନେଇ ସୌରିନଙ୍କୁ ଗିରଫ ପାଇଁ କଲିକତା ଯାଇଥିଲା କଟକ ପୋଲିସର ଏକ ଟିମ୍ । । କିନ୍ତୁ ବାସଭବନରେ ନଥିଲେ ସୌରିନ୍ । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Sourin Bhatt: ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ(Singer Sourin Bhatt)। ଯୌନ ଶୋଷଣ ମାମଲାରେ ହୋଇଛନ୍ତି ଛନ୍ଦି(Harassment Sexual Harassment case)। ଏନେଇ ସୌରିନଙ୍କୁ ଗିରଫ ପାଇଁ କଲିକତା ଯାଇଥିଲା କଟକ ପୋଲିସର ଏକ ଟିମ୍ । । ସୌରିନଙ୍କ କଲିକତା ବାସଭବନରେ ପହଞ୍ଚି ଥିଲା ପୋଲିସ୍ । କିନ୍ତୁ ବାସଭବନରେ ନଥିଲେ ସୌରିନ୍ । ଏନେଇ ସୌରିନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ୍ । ସୌରିନ ଦିଲ୍ଲୀରେ ଥିବାରୁ ଯୋଗାଯୋଗ କରାଯାଇପାରି ନାହିଁ । ସୌରିନଙ୍କୁ ନ ପାଇ ଖାଲି ହାତରେ କଟକକୁ ଫେରିଛି ପୋଲିସ୍ (Sourin Bhatt Missing)। ସତରେ କଣ ସେ କୌଣସି କାମରେ ଦିଲ୍ଲୀ ଯାଇଛନ୍ତି ନା ତାଙ୍କୁ ଜାଣିଶୁଣି ଫେରାର କରାଇ ଦେଇଛନ୍ତି ପରିବାର ଲୋକେ । ଏ-ଭଳି ଅନେକ ପ୍ରଶ୍ନର କାରଣ ଖୋଜୁଛି ପୋଲିସ୍ । ସେପଟେ, ଏହି ଘଟଣା  ନେଇ ପୋଲିସ୍ ଆଗରେ ମୁହଁ ଖୋଲିଛନ୍ତି ସୌରିନଙ୍କ ପରିବାର ଲୋକେ ।  ପରିବାର ଲୋକେ କହିଛନ୍ତି, କଟକର ଏକ ଯୁବତୀଙ୍କ ସହ ସମ୍ପର୍କ ଥିବା ସେମାନେ ଜାଣିଛନ୍ତି । ହେଲେ ସେ ଝିଅ ସୌରିନଙ୍କୁ ବ୍ଲାକମେଲ କରୁଥିବା ଓଲଟା ଅଭିଯୋଗ ଆଣିଛନ୍ତି ସୌରିନଙ୍କ ପରିବାର । ତେବେ, ସତରେ କଣ ସୌରିନ କଟକର ସମ୍ପକ୍ତ ଯୁବତୀଙ୍କୁ ଯୌନ ନିର୍ଯ୍ୟାତାନ ଦେଇଛନ୍ତି । ତାଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ ରଖିକି ତାଙ୍କୁ ବ୍ଲାକ୍ ମେଲ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ? 

ଏହାବି ପଢନ୍ତୁ: Weather Update: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଆଜିଠୁ ଏହି ୪ ଜିଲ୍ଲାରେ ୫ ଦିନ ଯାଏଁ ପ୍ରବଳ ବର୍ଷିବ!

ଏହାବି ପଢନ୍ତୁ: State Dinner For PM Modi in White House: ହ୍ବାଇଟ୍ ହାଉସରେ ଅମ୍ବାନୀ ଦମ୍ପତି, ଜାଣନ୍ତୁ ଏହା ପଛର କାରଣ?

କ'ଣ ଥିଲା ପୂରା ଘଟଣାକ୍ରମ , ଜାଣନ୍ତୁ?:
ଅଭିଯୋଗ ଅନୁସାରେ, କଟକ ଜଗତପୁରର ଜଣେ ଯୁବତୀଙ୍କ ସହ ଦିର୍ଘ ୮ ବର୍ଷ ଧରି ସମ୍ପର୍କ ରଖିଥିଲେ ସୌରିନ୍ । ସୌରିନ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ସମ୍ପର୍କ ତୁଟାଇବା ସହିତ ଦୂରେଇ ଯାଇଥିଲେ । ମାତ୍ର ଏଥିରେ ରାଗି ଯାଇଥିଲେ ସୌରିନ୍ । ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ତାଙ୍କ ସହ ପୁଣି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ପୀଡ଼ିତା ବିରୋଧ କଲେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିଲେ। ଗଲା ଏପ୍ରିଲ ମାସରେ ସେ ଯୁବତୀ ଜଣଙ୍କୁ ମହନଦୀରେ ଠେଲି ମାରିଦେବାକୁ ବି ଉଦ୍ୟମ କରିଥିଲେ। ଏଭଳି ସଂଗିନ ଅଭିଯୋଗ ନେଇ ପୀଡ଼ିତା ଜଣକ ସୋମବାର ମହିଳା ଥାନାରେ ଫେରାଦ ହୋଇଛନ୍ତି। ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ସେପଟେ ସୌରିନଙ୍କୁ ଧରିବା ପାଇଁ କଟକ ଏକ ପୋଲିସ୍ ଟିମ୍ ତାଙ୍କ କଲିକତା ସ୍ଥିତ ବାସଭବନକୁ ଯାଇଥିଲା । ବାସଭବନରେ ମଧ୍ୟ ପାଇ ନଥିଲା ।

ଅନ୍ୟପଟେ ଗିରଫ ଭୟରେ ସୌରିନ୍ ଫେରାର ଥିବା କୁହାଯାଉଛି। ତେବେ, ଯୁବତୀ ଜଣକ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ । ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ସୌରିନ୍ ତାଙ୍କ ଠାରୁ  ୯ ଲକ୍ଷ ଟଙ୍କା ଠକି କରି ନେଇଥିବା କହିଛନ୍ତି ଯୁବତୀ । ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ଗୀତ ଗାଇବା ତାଙ୍କର ଏକ ସଉକ ଥିଲା । ସେ ସୌରିନଙ୍କ ର ଜଣେ ବଡ ଫ୍ୟାନ ବି । ଏକ ଷ୍ଟେଜ୍ ଶୋରେ ସୌରିନଙ୍କ ସହ ଯୁବତୀଙ୍କ ଦେଖା ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା।