ACF Soumya Death Case: ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ଜେଲ୍ ଯିବେ ଏହି ତିନି ଅଭିଯୁକ୍ତ!
Advertisement
Article Detail0/zeeodisha/odisha1762289

ACF Soumya Death Case: ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ଜେଲ୍ ଯିବେ ଏହି ତିନି ଅଭିଯୁକ୍ତ!

ACF Soumya Death Case: ଏବେବି ଚର୍ଚ୍ଚାରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା (ACF Soumya Death Case)। ଏହି ମାମଲାରେ ତିନି ଅଭିଯୁକ୍ତଙ୍କ ନାଁରେ (NBW) ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏହି ତିନି ଅଭିଯୁକ୍ତ ହେଲେ,ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା(Bidyabharati Panda), ଡିଏଫଓ ସଂଗ୍ରାମ ବେହେରା (DFO Sangram Behera )ଓ ରୋଷେୟା ମନ୍ମଥ କୁମ୍ଭ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

ACF Soumya Death Case: ଏବେବି ଚର୍ଚ୍ଚାରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା (ACF Soumya Death Case)।  ଏହି ମାମଲାରେ ତିନି ଅଭିଯୁକ୍ତଙ୍କ ନାଁରେ (NBW) ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।  ଏହି ତିନି ଅଭିଯୁକ୍ତ ହେଲେ,ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା(Bidyabharati Panda), ଡିଏଫଓ ସଂଗ୍ରାମ ବେହେରା (DFO Sangram Behera )ଓ ରୋଷେୟା ମନ୍ମଥ କୁମ୍ଭ(cook Manmath Kumbha) । ତିନି ଜଣଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ(Paralakhemundi SDJM court ) । ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।

Also Read: Mangal Gochar 2023: ସିଂହ ରାଶିରେ ପ୍ରବେଶ କଲେ ମଙ୍ଗଳ, ଆଜିଠୁ ଫିଟିଲା ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ହେବ ଟଙ୍କାର ବର୍ଷା!

କାହିଁକିନା, ପୂର୍ବରୁ କୋର୍ଟଙ୍କ ସମନ ଆସିଥିଲେ ସୁଧା ବିଭିନ୍ନ ଆଳ ଦେଖାଇ କୋର୍ଟରେ ହାଜର ହେଉ ନଥିଲେ ଏହି ତିନି ଅଭିଯୁକ୍ତ।  ଏହି ମାମଲାରେ ୩ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟ ଗତ ମେ ୧୬, ମେ ୨୭, ଜୁନ ୧୯ ଏବଂ ଜୁନ ୨୩ ତାରିଖରେ କୋର୍ଟରେ ହାଜର ହେବା ପାଇଁ କହିଥିଲେ ମଧ୍ୟ ସେମାନେ ହାଜର ହୋଇ ବିଚାର ପ୍ରକ୍ରିୟାରେ ସହଯୋଗ କରିବା ବଦଳରେ ବିଭିନ୍ନ ଆଳରେ ସମୟ ମାଗି ଚାଲିଥିଲେ ।  ଏନେଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ(Paralakhemundi SDJM court)  କ୍ଷୁବ୍ଧ ହୋଇଥିଲେ। ଏବଂ ତିନି ଜଣଙ୍କ ବିରୋଧରେ ଜାମିନ ବିହନ ଗିରଫ ପରୱାନା ଜାରି କରିଥିଲେ।

Also Read: Horoscope Today 02 July 2023: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

ସେପଟେ, ଏହି ମାମଲାରେ, ଡିଏଫଓ ସଂଗ୍ରାମ ବେହେରାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ସତ୍ତ୍ୱେ ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଗିରଫ କରୁନି ବୋଲି ବିରୋଧି ପ୍ରଶ୍ନ ଉଠାଇଛନ୍ତି। ୨୮ ତାରିଖରୁ କୋର୍ଟ ଅଭିଯୁକ୍ତ ଡିଏଫଓ, ବିଦ୍ୟାଭାରତୀ ଏବଂ ରୋଷେୟା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସତ୍ତ୍ୱେ କାହିଁକି ଆଜି ଯାଏଁ ପୁଲିସ ତାକୁ କାର୍ଯ୍ୟକାରୀ କରୁନି ? ଗିରଫ ନହେବା ପଛରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପୃଷ୍ଠ ପୋଷକତା ସାଜିଥିବା ବିଜେପିର ଅଭିଯୋଗ। ଏବେ ବି ମନ୍ତ୍ରୀ ଡ଼ିଏଫଓଙ୍କ ପଛରେ ଢାଲ ହୋଇ ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
 
ସୂଚନା ଅନୁସାରେ, ୨୦୨୧ ମସିହା ଜୁଲାଇ ୧୨  ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରୁ ସୌମ୍ୟଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ମାମଲା ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଦୋଷୀ କହିଥିବା ବେଳେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ କ୍ଳିନଚିଟ୍ ଦେଇଥିଲା । କ୍ରାଇମବ୍ରାଞ୍ଚର ଏହି ତଦନ୍ତରେ ଖୁସି ନଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଫଳରେ ସେ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ବିଚାର ପାଇଁ ଆବେଦନ କରିଥିଲେ । ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମଙ୍କ ଅଦାଲତରେ ଏହାର ବିଚାର ହେଉଛି।