Advertisement
Article Detail0/zeeodisha/odisha2196949
Zee OdishaOdisha Trendingଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ୱାମୀ, ୬ମାସ ତଳେ ହୋଇଥିଲା ବିବାହ

ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ୱାମୀ, ୬ମାସ ତଳେ ହୋଇଥିଲା ବିବାହ

କର୍ଣ୍ଣଲ ଅଞ୍ଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ନିଜ ପତ୍ନୀଙ୍କ ମୃତ୍ୟୁ ପରେ ମାନସିକ ଭାରସ୍ୟାମ ହରାଇ କଳ୍ପନା ଚାୱଲା ମେଡିକାଲ କଲେଜର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ । ଅସୁସ୍ଥତା କାରଣରୁ ମହିଳାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟ

ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ୱାମୀ, ୬ମାସ ତଳେ ହୋଇଥିଲା ବିବାହ

ହରିୟାଣା: କର୍ଣ୍ଣଲ ଅଞ୍ଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ନିଜ ପତ୍ନୀଙ୍କ ମୃତ୍ୟୁ ପରେ ମାନସିକ ଭାରସ୍ୟାମ ହରାଇ କଳ୍ପନା ଚାୱଲା ମେଡିକାଲ କଲେଜର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ । ଅସୁସ୍ଥତା କାରଣରୁ ମହିଳାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। 

ମୃତ ୨୫ ବର୍ଷୀୟ ଯୁବକ ଆଶୁ ଏକ ଘରୋଇ କାରଖାନାରେ କାମ କରୁଥିଲେ ।  ଆଶୁଙ୍କ ଭାଇ ଅମାନ ଶର୍ମା କହିଛନ୍ତି ଯେ, ତାଙ୍କ ଘର ବିହାର କିନ୍ତୁ ସେ ବର୍ତ୍ତମାନ ପାନିପାଟରେ ରହୁଥିଲେ । ତାଙ୍କ ଭାଇ ଅଶୁ ମାତ୍ର ୬ ମାସ ତଳେ ପାନିପାଟର ବାସିନ୍ଦା କାଜଲଙ୍କୁ ବିବାହ କରିଥିଲେ। ତିନି ଦିନ ପୂର୍ବେ କାଜଲ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ, ପରେ ତାଙ୍କୁ ନିକଟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଅମାନ କହିଛନ୍ତି ଯେ, ଆଶୁଙ୍କ ପତ୍ନୀ କାଜଲ ଗର୍ଭବତୀ ଥିଲେ । ଅସୁସ୍ଥତା ସତ୍ୱେ ମଧ୍ୟ ସେ ଗର୍ଭଧାରଣ କରିଥିଲେ। ସେ କହିଛନ୍ତି ଯେ, ଆଶୁଙ୍କ ପତ୍ନୀଙ୍କର ଏକ ଅପରେସନ୍ ହୋଇଥିଲା । ଅପରେସନ୍ ପରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତେଣୁ ତାଙ୍କୁ କର୍ଣ୍ଣାଲର କଳ୍ପନା ଚାୱଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ସେ ଭୋର ୩ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, କାଜଲଙ୍କ ମୃତ୍ୟୁ ସମୟରେ ତାଙ୍କ ମା ଏବଂ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ଉଭୟେ ଆଶୁଙ୍କୁ ସାନ୍ତ୍ୱନା ଦେବା ବଦଳରେ ତାଙ୍କୁ କଟୁକଥା କହିଥିଲେ ଫଳରେ ସେ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ । ଆଶୁଙ୍କୁ କୁହାଯାଇଥିଲା ଯେ, ଏବେ କାଜଲ ଆଉ ନାହିଁ, ତମେ ବଞ୍ଚି କଣ କରିବ ? ଏହା ପରେ ଆଶୁ ମେଡିକାଲ କଲେଜର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

Add Zee News as a Preferred Source

ଥାନାରେ ଖବର ପହଞ୍ଚିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣା ସହ ଜଡିତ ସମସ୍ତ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଉଭୟ ପତି-ପତ୍ନୀଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପରିବାର ସଦସ୍ୟଙ୍କ ଅଭିଯୋଗ ଶୁଣିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Also Read- Crime News: କାମାକ୍ଷାନଗର ପୋଲିସର ଚଢାଉ, ୩ ଡକାୟତ ଗିରଫ

Also Read- Election 2024: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର-ବବି ଯୁଦ୍ଧ !

About the Author