Crime News: କାମାକ୍ଷାନଗର ପୋଲିସର ଚଢାଉ, ୩ ଡକାୟତ ଗିରଫ
Advertisement
Article Detail0/zeeodisha/odisha2196894

Crime News: କାମାକ୍ଷାନଗର ପୋଲିସର ଚଢାଉ, ୩ ଡକାୟତ ଗିରଫ

Crime News: ୮ ଜଣିଆ ଡକାୟତ ଗ୍ୟାଙ୍ଗ ଏକ ଡକାୟତି ଘଟଣା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ସେହି ସମୟରେ ୩ଜଣ ଡକାୟତଙ୍କୁ ଗିରଫ କରାଯାଇଛି ।

Crime News: କାମାକ୍ଷାନଗର ପୋଲିସର ଚଢାଉ, ୩ ଡକାୟତ ଗିରଫ

ଢେଙ୍କାନାଳ: କାମାକ୍ଷାନଗର ଥାନା ପୋଲିସକୁ ଏକ ସଫଳତା ମିଳିଛି । ୮ ଜଣିଆ ଡକାୟତ ଗ୍ୟାଙ୍ଗ ଏକ ଡକାୟତି ଘଟଣା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ସେହି ସମୟରେ ୩ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ୫ଜଣ ଡକାୟତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ସମୟରେ ଧରାପଡିଥିବା ଡକାୟତଙ୍କୁ ପଚରାଉଚରା କରି ସମସ୍ତଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟା ଚଳାଇଛି ।

ସୂଚନା ମୁତାବକ, ଡକାୟତମାନେ ଆଳତୁମା ରଜ ମହୋତ୍ସବ ପଡ଼ିଆରେ ଏକ ଡକାୟତି ପାଇଁ ଯୋଜନା କରୁଥିଲେ । ଗିରଫ ହୋଇଥିବା ଡକାୟତମାନଙ୍କଠାରୁ ପୋଲିସ ବ୍ୟାପକ ମାରଣାସ୍ତ୍ର ଜବତ କରିଛି । ଗୋଟିଏ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି, ଖଣ୍ଡା, ଭୁଜାଲି ସହ ତିନୋଟି ବୋମା ଜବତ ହୋଇଛି । ଏଥିସହ ସେମାନେ ବ୍ୟବହାର କରୁଥିବା ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଡକାୟତଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ସଦର ଥାନା ଅଞ୍ଚଳର ବାସିନ୍ଦା ଅନୀଲ କୁମାର ନାୟକ, କାମାକ୍ଷାନଗର ଅନ୍ତର୍ଗତ ଅନନ୍ତପୁର ସାହିର ମିଞ୍ଜ ଇବ୍ରାହିମ ବେଗ ଏବଂ ଗୋଡିସାହିର ବିଶ୍ୱଜିତ ବେହେରା । କାମାକ୍ଷାନଗର ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ଧୀରେନ ବେହେରା କହିଛନ୍ତି ।

Also Read- Election 2024: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର-ବବି ଯୁଦ୍ଧ !

Also Read- କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ