Top 10 News Today: ଏଥର ପରୀକ୍ଷାଫଳରେ ଝିଅ ଆଗରେ, ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2264759

Top 10 News Today: ଏଥର ପରୀକ୍ଷାଫଳରେ ଝିଅ ଆଗରେ, ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢିନିଅନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today: ଏଥର ପରୀକ୍ଷାଫଳରେ ଝିଅ ଆଗରେ, ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today:

01-  ପ୍ରକାଶ ପାଇଛି ମ୍ୟାଟ୍ରିକ ରେଜଲ୍ଟ । ଚଳିତଥର ମୋଟ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ସମୟରେ କୌଣସି ସ୍କୁଲରେ ୦ ପ୍ରତିଶତ ରେଜଲ୍ଟ ହୋଇନାହିଁ । ଅନ୍ୟପଟେ ଏଥର ପାସ୍ ହାରରେ ରେକର୍ଡ କରିଛି ଖୋର୍ଦ୍ଧା । ୯୭.୯୮ ପ୍ରତିଶତ ରେଜଲ୍ଟ କରି ଆଗରେ ରହିଛି ଜିଲ୍ଲା । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ଓ  ପୁଅଙ୍କ ପାସ୍‌ ହାର ୯୬.୩୯% ରହିଛି। ଚଳିତ ବର୍ଷ, ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ।

02-ପ୍ରକାଶ ପାଇଲା +୨ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକାଥରକେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ ଥିବାବେଳେ ବିଜ୍ଞାନରେ ୮୬.୯୩ ପ୍ରତିଶତ ଏବଂ ବାଣିଜ୍ୟରେ ୮୨.୨୭ ପ୍ରତିଶତ ପାସହାର ରହିଛି । ଚଳିତଥର ମଧ୍ୟ ଛାତ୍ରୀମାନେ ବାଜିମାତ କରିଥିବା ସୂଚନା ମିଳିଛି । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି । କଳାରେ ପୁଅଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ଏବଂ ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି ।

03- ପୁଣି ଥରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ୨ ଦିନରେ ମୋଟ ୮ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖ ଦିନ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କାକଟପୁରରେ ଏବଂ ୨୮ରେ ରାଇରଙ୍ଗପୁର, ମୋରଡ଼ା, ସୋର, ଜଗତସିଂହପୁରରେ ସଭା କାର୍ଯ୍ୟକ୍ରମ ରହିଛି ।

04- ମଇ ୨୮ ତାରିଖ ଦିନ ଓଡ଼ିଶା ଗ୍ରସ୍ତରେ ଆସି ୩ଟି ସଭା କରିବେ ଗୃହ ମନ୍ତ୍ରୀ ଅମିତ୍ ଶାହ । ଦିନ ୧୦ଟାରେ ଚାନ୍ଦବାଲିରେ ପ୍ରଥମ ସଭା କରିବା ପରେ କୋରେଇ ଓ ନିମାପଡାରେ ଜନସଭାରେ ସମ୍ବୋଧନ କରିବେ । ପରେ ୨୯ ମଇରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗ୍ରସ୍ତରେ ଆସି ବାରିପଦା ଛଉ ପଡ଼ିଆରେ ପ୍ରଥମ ସଭା କରିବେ । ପରେ ୧.୩୦ରେ ବାଲେଶ୍ବରରେ ଏବଂ ୩ଟା ୩୦ରେ କେନ୍ଦ୍ରାପଡ଼ାରେ ସଭାରେ ଯୋଗଦେବେ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

05- କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗର ସାଇ ମନ୍ଦିର ନିକଟରେ ମଦ ମାଫିଆର ଆକ୍ରମଣ ଜଣେ ଗୁରୁତର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଯୁବକ ହେଲେ ଅଞ୍ଚଳର ତାରିଣୀ ସେଠୀ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏ ନେଇ ତାରିଣୀଙ୍କ ମା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ବୃତ୍ତ ମାନେ ଫେରାର ଥିବା ବେଳେ ପୁଲିସ ବିଭିନ୍ନ ଆଡେ ଖୋଜୁଥିବା ଜଣାପଡ଼ିଛି।

06- ବାତ୍ୟା 'ରେମାଲ' ପାଇଁ ୬ଟି ଟ୍ରେନ୍ ବାତିଲ୍ କରାଯାଇଛି । ଆଜି ଓ କାଲି ପାଇଁ ୬ଟି ଟ୍ରେନକୁ ବାତିଲ୍ କରିଛି ଦକ୍ଷିଣ-ପୂର୍ବ ରେଳପଥ । ହାୱଡ଼ା-ଦୀଘା-ହାୱଡ଼ା ଏକ୍ସପ୍ରେସ ଆଜି ପାଇଁ ବାତିଲ ହୋଇଛି । ପଂଶକୁରା-ଦୀଘା ମେମୁ, ପଂଶକୁରା-ଦୀଘା EMU ଟ୍ରେନ୍ ବାତିଲ କରାଯାଇଛି । ଏଥିସହ କାଲି ପାଇଁ ଦୀଘା-ପଂଶକୁରା EMU, ଦୀଘା-ପଂଶକୁରା ମେମୁ ବାତିଲ ହୋଇଥିବା ସୂଚନା । ଦୀଘା-ପୁରୀ ସାପ୍ତାହିକ ଟ୍ରେନ୍ ଆଜି ଦୀଘା ବଦଳରେ ଖଡଗପୁରରୁ ବାହାରିବ ବୋଲି ଖବର ମିଳିଛି । 

07-  ବାତ୍ୟା 'ରେମାଲ' ଭୀଷଣ ରୂପ ନେଇଛି। ରେମାଲ ଆଜି ମଧ୍ୟ ରାତ୍ରିରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି! ତେଣୁ ଏହାର ପ୍ରଭାବରେ ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପରେ ଆଜି ମୟୂରଭଞ୍ଜର ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ବିଜେପି ଦଳର ‘ବିଜୟ ସଂକଳ୍ପ ସଭା’ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଯୋଗଦାନକୁ ବାତିଲ କରିଛନ୍ତି।

08- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୪ଟି ନୂଆ ବିଭାଗ ଯୋଡି ହୋଇଛି । ଏନଭରମେଣ୍ଟାଲ ଷ୍ଟଡିଜ୍, ଲାଇବ୍ରେରୀ ଏବଂ ଇନଫର୍ମେସନ ସାଇନ୍ସ, ବାୟୋଟେକ୍ନୋଲୋଜି, ଟୁରିଜିମ୍ ଏବଂ ଟ୍ରାଭେଲ୍ ଷ୍ଟଡିଜ୍ ରହିଛି । ମୋଟ ପିଜି ବିଭାଗ  ସଂଖ୍ୟା ୨୪ରେ ପହଞ୍ଚିଛି ।

09- ଆଇପିଏଲ୍ ୨୦୨୪ର ଫାଇନାଲ୍ ମୁକାବିଲାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରାତି ସାଢ଼େ ୭ଟାରେ ଆରମ୍ଭ ହେବ ମୁକାବିଲା । ଏଥିପାଇଁ ସନ୍ଧ୍ୟା ୭ଟାରେ ପଡ଼ିବ ଟସ୍ । ଚଳିତ ଆଇପିଏଲ୍ ସଂସ୍କରଣରେ ଏହି ୨ ଟିମ୍ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର-୧ ଖେଳା ଯାଇଥିଲା । ଯେଉଁଥିରେ କୋଲକାତା ୮ ୱିକଟରେ ମ୍ୟାଚ୍ ଜିତି ନେଇଥିଲା । ଆଜି ପ୍ରଥମଥର ପାଇଁ ଆଇପିଏଲ୍ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ ।

10- ବାତ୍ୟା 'ରେମାଲ' ପ୍ରଭାବରେ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ଜଗତସିଂହପୁର । ଦକ୍ଷିଣ ଓ ଉତ୍ତର ଉପକୂଳରେ ପବନର ବେଗ ୬୦ରୁ ୭୦ କିମି ରହିପାରେ' ସେଥିପାଇଁ 'ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Also Read- BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ 4TB ଡାଟା