ବାୟୁସେନା ଲଢୁଆ ବିମାନ ଦୁର୍ଘଟଣା, ଥିଲେ ଦୁଇ ପାଇଲଟ୍
Advertisement
Article Detail0/zeeodisha/odisha2109274

ବାୟୁସେନା ଲଢୁଆ ବିମାନ ଦୁର୍ଘଟଣା, ଥିଲେ ଦୁଇ ପାଇଲଟ୍

IAF Fighter jet crashes: ପଶ୍ଚିମବଙ୍ଗ ମେଦିନାପୁର ନିକଟ କଲାଇକୁଣ୍ଡା ଏୟାରବେସ ପାଖରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନଟି ଏକ ବିଲରେ ଖସିପଡିଥିବା ଦେଖିବାକୁ ମିଳିଛି ।

ମିଳିଥିବା ଖବର ମୁତାବକ, ବାୟୁସେନାର ଯୁଦ୍ଧ ବିମାନଟିକୁ ଟ୍ରେନିଂ ପାଇଁ ବ୍ୟବହାର କରାଯାଉଥିଲା । କଲେଇକୁଣ୍ଡା ଏୟାରବେସରୁ ଉଡାଣ ଭରିଥିବା ଏହି ବିମାନଟି ଖଡଗପୁର ଦିଆସା ନିକଟରେ ଥିବା ଚାଷ ଜମିରେ ଖସିଥିଲା । ବିମାନ ଚଳାଉଥିବା ଦୁଇ ପାଇଲଟ ଅଳ୍ପକେ ରକ୍ଷା ପାଇଛନ୍ତି । ବିମାନରୁ ଡେଇଁ ପାରାସୁଟ୍ ସାହାଯ୍ୟରେ ଭୂମିରେ ଅବତରଣ କରିଛନ୍ତି ପାଇଲଟ୍ । ବିମାନ ପଡିଥିବା ଚାଷ ଜମି ନିକଟରେ ସ୍ଥାନୀୟ ଲୋକେ ବିମାନକୁ ଦେଖିବା ପାଇଁ ଭିଡ ଲଗାଇଛନ୍ତି । ଦୁର୍ଘଟଣା ପରେ ବିମାନଟିର ଅଧିକାଂଶ ଭାଗ ନଷ୍ଟ ହୋଇଥିବା ଜଣାପଡିଛି ।

Also Read- ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

Also Read- କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ !