Amou Haji: 'ଦୁନିଆର ସବୁଠୁ ମଇଳା ବ୍ୟକ୍ତି'ଙ୍କ ପ୍ରଥମ ଥର ପାଇଁ ଗାଧୋଇବା ଯୋଗୁଁ ମୃତ୍ୟୁ!
Advertisement

Amou Haji: 'ଦୁନିଆର ସବୁଠୁ ମଇଳା ବ୍ୟକ୍ତି'ଙ୍କ ପ୍ରଥମ ଥର ପାଇଁ ଗାଧୋଇବା ଯୋଗୁଁ ମୃତ୍ୟୁ!

Amou Haji Died: ଇରାନର ବାସିନ୍ଦା ଆମୋ ହାଜି ସମଗ୍ର ବିଶ୍ୱରେ ଦୁନିଆର ସବୁଠାରୁ ମଇଳା ବ୍ୟକ୍ତି ଭାବରେ ପ୍ରସିଦ୍ଧ ଥିଲେ।  ମଙ୍ଗଳବାର ଦିନ ଆଇଆରଏନଏ ନ୍ୟୁଜ ଏଜେନ୍ସି କହିଛି ଯେ ତାଙ୍କର ମୃତ୍ୟୁ ହୋଇଛି ।

ସୌ: ସୋସିଆଲ ମିଡିଆ

Amou Haji Died: ପ୍ରାୟତଃ ଲୋକମାନେ ଶୀତ ଦିନରେ ଗାଧୋଇବାକୁ ପସନ୍ଦ କରି ନ ଥାନ୍ତି । ପିଲାମାନଙ୍କ ଠାରୁ ଆରମ୍ଭ କରି ଅନେକ ବୟସ୍କମାନେ ମଧ୍ୟ ଏହି ସମୟରେ ଗାଧୋଇବା କ୍ଲାନ୍ତ ଅନୁଭବ କରନ୍ତି । କିନ୍ତୁ କିଛି ଲୋକ, ଶୀତ ହେଉ କିମ୍ବା ଗ୍ରୀଷ୍ମ, କେବେ ବି ଗାଧାନ୍ତି ନାହିଁ । ଏପରିକି ଏହି ଲୋକମାନେ ସେମାନଙ୍କର ଶରୀର ବିଷୟରେ କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଇରାନର ଏପରି ଜଣେ ବ୍ୟକ୍ତି ଏହି କାରଣରୁ ୬୭ ବର୍ଷ ଧରି ଗାଧୋଇ ନଥିଲେ । କିନ୍ତୁ ଯେତେବେଳେ ସେ ପ୍ରଥମ ଥର ଗାଧୋଇବାକୁ ମନସ୍ଥ କଲେ, ପରିସ୍ଥିତି ତାଙ୍କ ପାଇଁ ସାଂଘାତିକ ହୋଇଯାଇଥିଲା ଓ ବର୍ତ୍ତମାନ ସେହି ମଇଳା ବ୍ୟକ୍ତି ଆଉ ଏହି ଦୁନିଆରେ ନାହାଁନ୍ତି ।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଇରାନର ବାସିନ୍ଦା ଆମୋ ହାଜି ସମଗ୍ର ବିଶ୍ୱର ସବୁଠାରୁ ମଇଳା ବ୍ୟକ୍ତି ଭାବରେ ପ୍ରସିଦ୍ଧ ଥିଲେ । ମଙ୍ଗଳବାର ଦିନ ଆଇଆରଏନଏ ନ୍ୟୁଜ ଏଜେନ୍ସି କହିଛି ଯେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ଟାଇମ୍ସ ନ୍ୟୁଜ ସମେତ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ୬୭ ବର୍ଷ ଧରି ଗାଧୋଇ ନଥିଲେ । ଅର୍ଥାତ୍ ଆମୋ ହାଜି ପଚାଶ ବର୍ଷରୁ ଅଧିକ ସମୟ ଧରି ନିଜକୁ ସଫା କରିନଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ପ୍ରାୟ ୭ ଦଶନ୍ଧି ଧରି ନ ଗାଧୋଇବା ପଛରେ ଥିବା ବ୍ୟକ୍ତିଙ୍କ ଏକ ଅଦ୍ଭୁତ ଭୟ ଥିଲା । ସେ ଜଳକୁ ଭୟ କରୁଥିଲେ ଓ ଅନୁଭବ କଲେ ଯେ ଯଦି ସେ ହଠାତ୍ ଗାଧୋଇବେ, ତେବେ ସେ ଅସୁସ୍ଥ ହୋଇଯିବେ । ବର୍ତ୍ତମାନ ବୁଝା ଯାଇପାରୁଛି ବୋଧହୁଏ ସେ ଠିକ୍ ଚିନ୍ତା କରୁଥିଲେ । ଖବର ଅନୁଯାୟୀ ରବିବାର ଦିନ ଦକ୍ଷିଣ ପ୍ରଦେଶର ଦେଗା ଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି । ଗାଧୋଇବା ତାଙ୍କ ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି ।

କିଛି ମାସ ପୂର୍ବେ ଗାଁର ଲୋକମାନେ ତାଙ୍କୁ ଧରି ବାଥରୁମକୁ ନେଇଯାଇଥିଲେ ଓ ଏକାଠି ମିଶି ଗାଧୋଇ ଦେଇଥିଲେ । କିନ୍ତୁ ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ପ୍ରଥମ ଥର ଗାଧୋଇବା ପରେ ସେ ଅସୁସ୍ଥ ହେବା ଆରମ୍ଭ କରି ରବିବାର ମୃତ୍ୟୁ ବରଣ କରିଥିଲେ । ଇରାନର ଗଣମାଧ୍ୟମ ଅନୁଯାୟୀ, ୨୦୧୩ ମସିହାରେ ତାଙ୍କ ଉପରେ “The Strange Life of Amou Haji” ନାମକ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ତାଙ୍କ ବିଷୟରେ ଅଧିକ ସୂଚନା ଦେଇ ତେହେରାନ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ସେ ମୃତ ପଶୁମାନଙ୍କର ମାଂସ ଖାଇବାକୁ ସେ ପସନ୍ଦ କରନ୍ତି ଓ ସିଗାରେଟ ପାଇପରେ ଧୂମପାନ କରୁଥିଲେ, କିନ୍ତୁ ତମାଖୁ ବଦଳରେ ସେ ଏଥିରେ ଶୁଖିଲା ପଶୁ ମଳ ପୂରାଉଥିଲେ । ଛୋଟ ବୟସରେ, ସେ ବ୍ୟକ୍ତିଗତ ଭାବରେ ଅନେକ ଅସୁବିଧା ଦେଖିଥିଲେ, ଯେଉଁଥିପାଇଁ ସେ ନିଜକୁ ଦୁନିଆରୁ ଅଲଗା କରିବାକୁ ଚିନ୍ତା କରିଥିଲେ ।

ଏହା ବି ପଢ଼ନ୍ତୁ: CCI Fines Google: ଭାରତରେ ଗୁଗୁଲର ମନାମାନୀ, ସରକାର ପୁଣି ଲଗାଇଲେ ୯୩୫ କୋଟିର ଜରିମାନା ଛାଟ