Ayodhya Ram Mandir: ବାରବାଙ୍କିରେ ପହଞ୍ଚିଲା ୧୦୮ ଫୁଟ ଲମ୍ବର ଅଗରବତୀ; ଜୋରଦାର କରାଗଲା ସ୍ୱାଗତ
Advertisement
Article Detail0/zeeodisha/odisha2053181

Ayodhya Ram Mandir: ବାରବାଙ୍କିରେ ପହଞ୍ଚିଲା ୧୦୮ ଫୁଟ ଲମ୍ବର ଅଗରବତୀ; ଜୋରଦାର କରାଗଲା ସ୍ୱାଗତ

Ayodhya Ram Mandir Pran Pratishtha: ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ଅବସରରେ ଜଳିବ ୧୦୮ ଫୁଟ ଲମ୍ବାର ଏକ ଧୂପ କାଠି। ଯାହାକୁ ଗୁଜୁରାଟ ଠାରେ ପ୍ରସ୍ତୁତ କରାଯାଇ ଅଯୋଧ୍ୟ ଅଭିମୁଖେ ପଠାଯାଇଛି।

Ayodhya Ram Mandir: ବାରବାଙ୍କିରେ ପହଞ୍ଚିଲା ୧୦୮ ଫୁଟ ଲମ୍ବର ଅଗରବତୀ; ଜୋରଦାର କରାଗଲା ସ୍ୱାଗତ

Ayodhya Ram Mandir Inauguration: ଆସନ୍ତା ୨୨ ତାରିଖରେ ହେବ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଭଗବାନ ଶ୍ରୀରାମଙ୍କ ଚରଣ ଅର୍ପଣ କରାଯିବାକୁ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଜିନିଷ ଆସି ଅଯୋଧ୍ୟା ଠାରେ ପହଞ୍ଚୁଛି। ଏହି କ୍ରମରେ ଗୁଜୁରାଟ ଠାରେ ପ୍ରସ୍ତୁତ ହୋଇଥିବା ୧୦୮ ଫୁଟ ଲମ୍ବର ଅଗରବତୀ ଅଯୋଧ୍ୟାର ପଡୋଶୀ ଜିଲ୍ଲା ବାରବାଙ୍କୀ ଠାରେ ଆସି ପହଞ୍ଚିଛି। ବିଳମ୍ବିତ ରାତିରେ ଶତାଧିକ ଲୋକେ ଏହି ବିଶାଳକାୟ ଅଗରବତୀକୁ ବାଜା ବଜାଇ ପୁଷ୍ପମାଲ୍ୟ ଅର୍ପଣ କରି ଜୋରଦାର ସ୍ୱାଗତ କରିଥିଲେ। ଏହି ଅବସରରେ ଲୋକେ ଜୟ ଶ୍ରୀରାମଙ୍କ ସ୍ଲୋଗାନ ମଧ୍ୟ ଦେଇଥିଲେ।

ଅଯୋଧ୍ୟା ଆସୁଛି ୧୦୮ ଫୁଟ ଲମ୍ବର ଅଗରବତୀ
ଏହି ୧୦୮ ଫୁଟ ଲମ୍ବର ଅଗରବତୀ ସୋମବାର ରାଜସ୍ଥାନର ଭରତପୁର ଦେଇ ଉତ୍ତର ପ୍ରଦେଶରେ ପ୍ରବେଶ କରିଛି। ଯେଉଁଠାରେ ଲୋକେ ପୁଷ୍ପମାଲ୍ୟ ଅର୍ପଣ କରି ଏହାକୁ ସ୍ୱାଗତ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ ପ୍ରାୟ ୬ ମାସ ମଧ୍ୟରେ ପ୍ରସ୍ତୁତ ହୋଇଛି ଏପରି ବିଶାଳକାୟ ଅଗରବତୀ। ଗୁଜରାଟ ଭଦୋଦରା ଠାରେ ପ୍ରସ୍ତୁତ ହେଉଛି ୧୦୮ ଫୁଟ ଲମ୍ବାର ଏକ ଧୂପ କାଠି। ଯାହାର ଓଜନ ୩୬୧୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ବ 108 ଫୁଟ ଏବଂ ମୋଟେଇ ପ୍ରାୟ ସାଢେ ୩ ଫୁଟ। 

ନିରବିଚ୍ଛିନ୍ନ ଭାବେ ଦେଢ ମାସ ଧରି ଜଳିବ ୧୦୮ ଫୁଟ ଲମ୍ବର ଅଗରବତୀ 
ଅଯୋଧ୍ୟା ଅଭିମୁଖେ ଆସୁଥିବା ୧୦୮ ଫୁଟ ଲମ୍ବର ଅଗରବତୀ ନିର୍ମାଣରେ ଅନେକ ପ୍ରକାରର ଜଡ଼ି଼ବୁଟି ବ୍ୟବହାର କରାଯାଇଛି। ଯାହା ନିରବିଚ୍ଛିନ୍ନ ଭାବେ ଦେଢ ମାସ ଧରି ଜଳିବ। ଏହି ଅଗରବତୀ ପ୍ରାୟ ୫୦ କିଲୋମିଟର ଅଞ୍ଚଳରେ ଏହାର ସୁଗନ୍ଧ ବିସ୍ତାର କରିବ। ଅଗରବତୀ ପ୍ରସ୍ତୁତ କରୁଥିବା ଗୁଜୁରାଟ ବାସିନ୍ଦା ବିହା ଭାଇ ଭରୱାଡ କହିଛନ୍ତି ଯେ ଅଯୋଧ୍ୟା ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅଗରବତୀକୁ ପ୍ରାଣ ପ୍ରତିଷ୍ଠା  ଉତ୍ସବୱ କାର୍ଯ୍ୟକ୍ରମରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି।

Also Read: Ayodhya Ram Mandir Inauguration: ରାମ ମନ୍ଦିର ଉଦଘାଟନ ସମାରୋହରେ ଜଳିବ ୧୦୮ ଫୁଟ ଲମ୍ବର ଅଗରବତୀ

ବିଶାଳକାୟ ଅଗରବତୀ ସୁଗନ୍ଧରେ ମହକି ଉଠିବ ରାମ ମନ୍ଦିର
୧୦୮ ଫୁଟ ଲମ୍ବ ଅଗରବତୀ ନିର୍ମାଣରେ ଦେଶୀ ଗାଈ ଗୋବର ସହ ଘିଅ, ଧୂପ ସାମଗ୍ରୀ ସହିତ ଅନେକ ପ୍ରକାରର ଜଡ଼ିବୁଟି ବ୍ୟବହାର କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଏହି ବିଶାଳକାୟ ଅଗରବତୀ ଏହାର ସୁଗନ୍ଧକୁ ୫୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତାର କରିପାରିବ। ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ପରିସରର ଏହାର ସୁଗନ୍ଧରେ ମହକି ଉଠିବ।

ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଉତ୍ତର ପ୍ରଦେଶ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଗୁଜୁରାଟର ଭଦୋଦରା ଠାରୁ ଅଯୋଧ୍ୟା ଅଭିମୁଖେ ଏକ ୧୦୮ ଫୁଟ ଲମ୍ବା ଧୂପକାଠି ପଠାଯିବ। ପଞ୍ଚଗବ୍ୟ ଏବଂ ହବନ ସାମଗ୍ରୀ ଏବଂ ଗାଈ ଗୋବରରୁ ପ୍ରସ୍ତୁତ ହୋଇଛି ଏହି ଧୂପ କାଠି। ଯାହାର ଓଜନ ହେଉଛି ୩୫୦୦ କିଲୋଗ୍ରାମ। ଏହି ଧୂପ କାଠିର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲ କୁହାଯାଉଛି। ଏହାକୁ ପ୍ରସ୍ତୁତ କରିବାକୁ ୬ ମାସ ସମୟ ଲାଗିଥିଲା। ଏହି ୧୦୮ ଫୁଟ ଲମ୍ବାର ଏକ ଧୂପ କାଠିକୁ ୧୧୦ ଫୁଟ ଲମ୍ବର ରଥରେ ଭଦୋଦରା ଠାରୁ ଅଯୋଧ୍ୟା ପଠାଯିବ। ଏହାକୁ ପ୍ରସ୍ତୁତ କରିଥିବା ବିହା ଭାଇ ଭରୱାଡ କହିଛନ୍ତି ଯେ ଏହାକୁ ଥରେ ଜଳିବା ପରେ ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ଏହା ଲଗାତାର ଜଳିବ।