Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଭକ୍ତଙ୍କୁ ସ୍ୱତନ୍ତ୍ର ନିବେଦନ ଜଣାଇଲା ଟ୍ରଷ୍ଟ; ଜାଣନ୍ତୁ କ'ଣ
Advertisement
Article Detail0/zeeodisha/odisha1946103

Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଭକ୍ତଙ୍କୁ ସ୍ୱତନ୍ତ୍ର ନିବେଦନ ଜଣାଇଲା ଟ୍ରଷ୍ଟ; ଜାଣନ୍ତୁ କ'ଣ

Shri Ram Janmabhoomi Teerth Kshetra Trust: ଆସନ୍ତା ବର୍ଷ ଅଯୋଧ୍ୟ ସ୍ଥିତ ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ରାମ ଭକ୍ତଙ୍କୁ ଏକ ସ୍ୱତନ୍ତ୍ର ନିବେଦନ କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ।

Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଭକ୍ତଙ୍କୁ ସ୍ୱତନ୍ତ୍ର ନିବେଦନ ଜଣାଇଲା ଟ୍ରଷ୍ଟ; ଜାଣନ୍ତୁ କ'ଣ

Ayodhya Ram Mandir Pran Pratistha Celebration: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟ ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି ଅବସରରେ ରାମ ମନ୍ଦିରରେ ଭାଗବାନ ଶ୍ରୀରାମଙ୍କ ନୂତନ ବାଳ ବିଗ୍ରହ ପ୍ରତିମାର ପ୍ରାଣ ପ୍ରତିଷ୍ଠା କରାଯିବ। ଯାହାକୁ ରାମ ମନ୍ଦିରର ଗର୍ଭଗୃହର ତଳ ମହଲାରେ ସ୍ଥାପନ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ରାମ ଭକ୍ତଙ୍କ ଲାଗି ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଏକ ବାର୍ତ୍ତା ଜାରି କରାଯାଇଛି। ଏନେଇ ଟ୍ରଷ୍ଟ ପକ୍ଷରୁ ରାମ ଭକ୍ତଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଆବେଦନରେ କୁହାଯାଇଛି ପ୍ରାଣ ପ୍ରତିଷ୍ଠା ଦିନ ପୂର୍ବାହ୍ନ ୧୧:୦୦ ସମୟରୁ ମଧ୍ୟାନ୍ନ ୧:୦୦ ପର୍ଯ୍ୟନ୍ତ ସେମାନେ ନିଜେ ବସବାସ କରୁଥିବା ସ୍ଥାନରେ ଅବସ୍ଥିତ ଯେକୌଣସି ମନ୍ଦିରରେ ଏକାଠି ହୋଇ ସମସ୍ତେ ଭଗବାନ ଶ୍ରୀରାମଙ୍କ ଭଜନ କୀର୍ତ୍ତନ କରିବା ଆବଶ୍ୟକ।

ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟ ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହର (Ayodhya Ram Mandir Pran Pratistha  Ceremony) ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra Trust) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନିଜେ ଏହି ନିମନ୍ତ୍ରଣ ଗ୍ରହଣ କରିବା ବିଷୟରେ କହିଥିଲେ। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ (Ayodhya Ram Mandir Pran Pratistha Celebration) ଯୋଗ ଦେବା ତାଙ୍କର ସୌଭାଗ୍ୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। 

ଅଯୋଧ୍ୟ ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରର ଆକୃତି ଏବଂ ରୂପ କିପରି ରହିଛି ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତାହାର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ "X" ମାଧ୍ୟମରେ ଅଂଶୀଦାର କରାଯାଇଛି। ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏଲଇଡ଼ି ସ୍କ୍ରିନ୍ ଲଗାଇ ସାଧାରଣ ଲୋକଙ୍କ ଲାଗି ପ୍ରଦର୍ଶିତ କରିବାକୁ ରାମ ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସମୟରେ ଘଣ୍ଟ ଶଙ୍ଖ ବଜାଇବା, ଆରତୀ କରିବା ଏବଂ ଲୋକଙ୍କୁ ପ୍ରସାଦ ବାଣ୍ଟିବାକୁ କୁହାଯାଇଛି।

ସାମୂହିକ ରୂପେ ଶ୍ରୀ ରାମଙ୍କ ବିଜୟ ମନ୍ତ୍ରକୁ ୧୦୮ ଥର ଜପନ୍ତୁ
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହି କାର୍ଯ୍ୟକ୍ରମ କରିବା ସମୟରେ ରାମ ମନ୍ଦିରର ପ୍ରତିକୃତି ରଖିବାକୁ ଅନୁରୋଧ କରିଛି। ମନ୍ଦିରରେ ପୂଜା ପାଉଥିବା ଦେବଦେବୀଙ୍କ ଭଜନ କୀର୍ତ୍ତନ ସହ ଆରତୀ କରିବାକୁ କୁହାଯାଇଛି। ଏହା  ସହିତ ୧୦୮ ଥର ସାମୂହିକ ଭାବରେ "ଶ୍ରୀ ରାମ ଜୟ ରାମ ଜୟ ରାମ" ବିଜୟ ମନ୍ତ୍ର ଜପ କରିବାକୁ କୁହାଯାଇଛି। ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ, ରାମରକ୍ଷା ସ୍ତୋତ୍ର ମଧ୍ୟ ସାମୂହିକ ଭାବରେ ପଠନ କରାଯାଇ ପାରିବ। ଯାହା ସମସ୍ତ ଦେବାଦେବୀ ପ୍ରସନ୍ନ ହେବେ। ଏହା ସହିତ ସମଗ୍ର ଭାରତୀୟ ପରିବେଶ ସାତ୍ତ୍ୱିଖ ଏବଂ ରାମମୟ ହୋଇଯିବ। ଏହି ଦିନ ସନ୍ଧ୍ୟା ସମୟରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କ ଘର ସାମ୍ନାରେ ଏକ ଦୀପ ଜାଳନ୍ତୁ। ଏହି ଦି ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କ ଘରେ ଦୀପୋତ୍ସବ ପାଳନ କରାଯିବା ଆବଶ୍ୟକ। ସମାରୋହ ପରେ ଲୋକେ ନିଜ ପରିବାର ସହିତ ଅଯୋଧ୍ୟା ଠାରେ ପହଞ୍ଚି ଭଗବାନ ଶ୍ରୀରାମ ଏବଂ ନବ ନିର୍ମିତ ମନ୍ଦିର ପରିଦର୍ଶନ କରନ୍ତୁ।