ତ୍ରେତୟା ଯୁଗ ଆସିଲା, ଏବେ ଦ୍ୱାପର ପାଇଁ ପ୍ରସ୍ତୁତି: ଧିରେନ୍ଦ୍ର ଶାସ୍ତ୍ରୀ
Advertisement
Article Detail0/zeeodisha/odisha2099415

ତ୍ରେତୟା ଯୁଗ ଆସିଲା, ଏବେ ଦ୍ୱାପର ପାଇଁ ପ୍ରସ୍ତୁତି: ଧିରେନ୍ଦ୍ର ଶାସ୍ତ୍ରୀ

Dhirendra Shastri: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଅଭିନନ୍ଦନ ଜଣାଇ ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, ରାମ ମନ୍ଦିରରୁ ତ୍ରେତୟା ଯୁଗର ଆରମ୍ଭ ହୋଇ ସାରିଛି।

ତ୍ରେତୟା ଯୁଗ ଆସିଲା, ଏବେ ଦ୍ୱାପର ପାଇଁ ପ୍ରସ୍ତୁତି: ଧିରେନ୍ଦ୍ର ଶାସ୍ତ୍ରୀ

Dhirendra Shastri: ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀ ଏବେ ରାଜସ୍ଥାନ ଗସ୍ତରେ ଅଛନ୍ତି। ସେ ଭିନମାଲ ସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରରେ ରାମ କଥା କରିବାକୁ ଯାଉଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହିତ ହିଁ ତ୍ରେତୟା ଯୁଗ ଆରମ୍ଭ ହୋଇ ସାରିଛି। ଏଥିପାଇଁ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏବେ ଦ୍ୱାପର ଯୁଗ ପାଇଁ ପ୍ରସ୍ତୁତି ଚାଲିଛି ।

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଅଭିନନ୍ଦନ ଜଣାଇ ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, ରାମ ମନ୍ଦିରରୁ ତ୍ରେତୟା ଯୁଗର ଆରମ୍ଭ ହୋଇ ସାରିଛି। ଏବେ ଦ୍ୱାପର ଯୁଗ ପାଇଁ ପ୍ରସ୍ତୁତି ଚାଲିଛି । ରାଜସ୍ଥାନର ଏହି ବୀର ଭୂମିରୁ ଏହାର ସ୍ୱର ଉଠିବ । ଜାଲୋରର ଭିନମାଲ ସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରରେ ଆୟୋଜିତ ରାମକଥାରେ ଭାଗ ନେବାକୁ ଧିରେନ୍ଦ୍ର ଶାସ୍ତ୍ରୀ ଚାର୍ଟର ବିମାନରେ ସିରୋହି ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ।

ଏଠାରେ ସେ କହିଛନ୍ତି, ରାଜସ୍ଥାନର ଅବସ୍ଥା ବଦଳି ଯାଇଛି। ଏଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ରାମ ରାଜ୍ୟ ପ୍ରତିଷ୍ଠା ହେବା ଉଚିତ ଏବଂ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବା ଉଚିତ, ଏହା ଆମର ସଂକଳ୍ପ। ଏହି ସଂକଳ୍ପ ସହିତ ଆମେ ପୁନଶ୍ଚ ରାଜସ୍ଥାନ ଆସିଛୁ ଏବଂ ସାରା ଜୀବନ ଆସିବା ଜାରି ରଖିବୁ ।

ରାମଭକ୍ତ ହନୁମାନଙ୍କ ଇଚ୍ଛାରେ ଏଠାକୁ ଆସିଛୁ- ଧିରେନ୍ଦ୍ର ଶାସ୍ତ୍ରୀ 

ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, “ଶ୍ରୀ ହନୁମାନଙ୍କ ଇଚ୍ଛାରେ ମୁଁ ବୀର ଭୂମି ରାଜସ୍ଥାନର ଭିନମାଲ ସ୍ଥିତ ନୀଳକଣ୍ଠ ମହାଦେବଙ୍କ ଦର୍ଶନ କରିବାକୁ ଆସିଛି। ହଠାତ୍ ଏହି ଯୋଗ ସୃଷ୍ଟି ହେଲା । ଜଣେ ମହାପୁରୁଷ ମହାତ୍ମା ବହୁଥର କହି ଆସୁଥିଲେ। ତାଙ୍କର ଆଜ୍ଞା ଥିଲା ଯେ, ଆପଣ ଦୁଇ ମିନିଟ୍ ପାଇଁ ପଛେ ଆସନ୍ତୁ, କିନ୍ତୁ ଏଠାକୁ ଆସନ୍ତୁ । ବହୁତ କଷ୍ଟରେ ବାଗେଶ୍ୱର ଧାମରୁ ସମୟ ମିଳିଲା, ତେଣୁ ମୁଁ ସମସ୍ତଙ୍କ ଦର୍ଶନ କରିବାକୁ ଆସିଲି।”

ସେ କହିଛନ୍ତି ଯେ, ହିନ୍ଦୁ ରାଷ୍ଟ୍ର ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ।  ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ନୂତନ ରାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ଅଯୋଧ୍ୟାକୁ ରାମ ଭକ୍ତଙ୍କ ଆଗମନ ହେଉଛି । ହାରାହାରି ଦିନକୁ ପ୍ରାୟ ଦୁଇ ଲକ୍ଷ ଲୋକ ଅଯୋଧ୍ୟାରେ ପହଞ୍ଚୁଛନ୍ତି ।

Also Read- ଭୁବନେଶ୍ବରରେ ଶେଷ ହେଲା ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪

Also Read- Bank Jobs 2024: IDBI ବ୍ୟାଙ୍କରେ ୫ଶହ ଖାଲି ପଦବୀ, ତୁରନ୍ତ କରନ୍ତୁ ଆବେଦନ