Budget 2024: ଚଳିତ ଅନ୍ତରୀଣ ବଜେଟ୍ ରେ ଚାଷୀଙ୍କୁ ମିଳିଲା କି ଫାଇଦା, ଜାଣନ୍ତୁ ଅପଡେଟ୍
Advertisement
Article Detail0/zeeodisha/odisha2089596

Budget 2024: ଚଳିତ ଅନ୍ତରୀଣ ବଜେଟ୍ ରେ ଚାଷୀଙ୍କୁ ମିଳିଲା କି ଫାଇଦା, ଜାଣନ୍ତୁ ଅପଡେଟ୍

Budget 2024: ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ସେହିପରି ବିଶେଷ ଭାବେ କୃଷି କ୍ଷେତ୍ରରେ ସଫଳତା ଘୋଷଣା କରି ସରକାର ଖୁସି ବ୍ୟକ୍ତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ମସିହାରେ ୧୧.୮ କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଛି।

 

Budget 2024: ଚଳିତ ଅନ୍ତରୀଣ ବଜେଟ୍ ରେ ଚାଷୀଙ୍କୁ ମିଳିଲା କି ଫାଇଦା, ଜାଣନ୍ତୁ ଅପଡେଟ୍

Budget 2024:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ୍‌‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌‌ ମୋଦି ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍‌‌। ଅର୍ଥମନ୍ତ୍ରୀ ଚଳିତ ଥର ୬ଷ୍ଠ ବଜେଟ୍‌‌ ସଂସଦରେ ଉପସ୍ଥାପନ କରିଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛିା ସବ୍‌‌କା ସାଥ୍‌‌ ,ସବ୍‌‌କା ବିକାଶ ଓ ସବ୍‌‌କା ପ୍ରୟାସ ଚାଲୁ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ସେହିପରି ବିଶେଷ ଭାବେ କୃଷି କ୍ଷେତ୍ରରେ ସଫଳତା ଘୋଷଣା କରି ସରକାର ଖୁସି ବ୍ୟକ୍ତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ମସିହାରେ ୧୧.୮ କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଛି।

  • ଏହା ସହିତ ୪ କୋଟିରୁ ଅଧିକ ଚାଷୀ ଫସଲ ବୀମା ଯୋଜନାର ଲାଭ ପାଇଛନ୍ତି।
  • ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଦ୍ୱାରା ୩୮ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି।
  • PM Kisan Sampada Yojana ମାଧ୍ୟମରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । 
  • ସରକାରୀ ଏବଂ ବେସରକାରୀ ନିବେଶକୁ ସରକାର ପ୍ରୋତ୍ସାହିତ କରିବେ।
  • କୃଷି ଏବଂ ଜଳବାୟୁ କ୍ଷେତ୍ରରେ ନାନୋ DAP ବ୍ୟବହୃତ ହେବ । 
  • ଦୁଗ୍ଧ ଚାଷୀଙ୍କ ପାଇଁ ସରକାର ଏକ ବ୍ୟାପକ କାର୍ଯ୍ୟକ୍ରମ କରିବେ।
  • ସ୍କିଲ ଇଣ୍ଡିଆ ମିଶନରୁ ୧.୪ କୋଟି ଚାଷୀ ଉପକୃତ ହୋଇଛନ୍ତି, ୩୯୦ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । 
  • ତୈଳବୀଜରେ ଆତ୍ମନିର୍ଭରଶୀଳତା ପାଇଁ ସରକାର ଏକ ନୀତି ପ୍ରସ୍ତୁତ କରିବେ।
  • ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବାକୁ ଅନେକ ପ୍ରୟାସ କରାଯାଇଥିଲା । 
  • କୃଷକଙ୍କ ଉତ୍ପାଦନ ଏବଂ ଆୟ ବୃଦ୍ଧି ପାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।
  • କୃଷି କ୍ଷେତ୍ରର ବିକାଶ ପାଇଁ ସରକାରୀ ଏବଂ ବେସରକାରୀ ନିବେଶକୁ ଉତ୍ସାହିତ କରାଯାଇଛି।
  • କୃଷି କ୍ଷେତ୍ରରେ ଭ୍ୟାଲୁ ଏଡିସନ ବା ମୂଲ୍ୟ ବୃଦ୍ଧି ଏବଂ କୃଷକଙ୍କ ଆୟ ପାଇଁ ଅନେକ ପ୍ରୟାସ କରାଯାଇଛି।
  • ନାନୋ ୟୁରିଆ ସଫଳତାର ସହିତ ଗ୍ରହଣ କରାଯାଇଥିଲା। 
  • ଅଧିକ ଅମଳ ପ୍ରଦାନ କରୁଥିବା ଅନୁସନ୍ଧାନ ଏବଂ କୃଷି କୌଶଳଗୁଡିକ ବହୁ ପରିମାଣରେ ଆଧୁନିକୀକରଣ କରାଯାଇଥିଲା ।   
  • Also Read: କାହାକୁ ଫାଇଦା, କିଏ ହେଲା ନିରାଶ? ଜାଣନ୍ତୁ ଆଜିର ବଜେଟ ବିଷୟରେ କିଛି ଖାସ୍ କଥା