BMC Action Against Hotel: ପାଳନ ହେଉଥିଲା ସ୍ୱଚ୍ଛତା ମାନଦଣ୍ଡ; ହୋଟେଲ ବିରୋଧରେ ବିଏମସି ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ
Advertisement

BMC Action Against Hotel: ପାଳନ ହେଉଥିଲା ସ୍ୱଚ୍ଛତା ମାନଦଣ୍ଡ; ହୋଟେଲ ବିରୋଧରେ ବିଏମସି ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ

Bhubaneswar Municipal Corporation: ସ୍ୱଚ୍ଛତା ପାଇଁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡ ପାଳନ କରିବାରେ ବିଫଳ ହେବାରୁ କଳ୍ପନା ଛକରେ ଅବସ୍ଥିତ ଏକ ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ।

 

ଫଟୋ ସୌଜନ୍ୟ: ଟ୍ୱିଟର@bmcbbsr

BMC Sanitation Drive in Bhubaneswar: ସ୍ୱଚ୍ଚତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। ସ୍ୱଚ୍ଚତା ପାଳନ କରିବାରେ ବିଫଳ ହୋଇଥିବା ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗୁରୁବାର କଳ୍ପନା ଛକରେ ଅବସ୍ଥିତ ଏକ ହୋଟେଲ ସାମ୍ନାରେ ଟ୍ରାକ୍ଟର ଯୋଗେ ଆସିଥିବା ଅଳିଆ ଆବର୍ଜନା ପକାଇ ଏକ ସାହସିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ହୋଟେଲ ପରିମଳ ନିୟମକୁ ଖଣ୍ଡନ କରିଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି (BMC) ଦ୍ୱାରା ପରିଚାଳିତ ଏକ ଟ୍ରାକ୍ଟର, ହୋଟେଲ ସାମ୍ନାରେ ଓଦା ନଡ଼ା ପକାଇ ଦିଆଯାଇଥିଲା। ଯାହା ବିଏମସି ୱାର୍ଡ ନମ୍ବର ୫୬ ଠାରେ ପରିମଳ ନିରୀକ୍ଷକଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ ଅବମାନନା କରି ରାସ୍ତାରେ ବର୍ଜ୍ୟବସ୍ତୁ ପକାଇଥିବା ନେଇ ଅଭିଯୋଗ ହୋଇଥିଲା। ବିଏମସି ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଅନ୍ୟ ସମ୍ଭାବ୍ୟ ଉଲ୍ଲଂଘନକାରୀଙ୍କ ବିରୋଧରେ ଏକ ଖୋଲା ସ୍ପଷ୍ଟ ଚେତାବନୀ ସ୍ୱରୂପ। 

ଏନେଇ ପ୍ରତିକ୍ରିୟା ରଖି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି (BMC Commissioner Vijay Amruta Kulange) ଯେ ଏହି କାର୍ଯ୍ୟ ସମସ୍ତ ଉଲ୍ଲଂଘନକାରୀଙ୍କୁ କଠୋର ବାର୍ତ୍ତା ପଠାଇବା ପାଇଁ ଉଦ୍ଦିଷ୍ଟ। ସମସ୍ତ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ବିଏମସି ପକ୍ଷରୁ ସ୍ଥାପିତ ମାନଦଣ୍ଡ ସତ୍ତ୍ୱେ ବର୍ଜ୍ୟବସ୍ତୁ ସଂଗ୍ରହ ଯାନକୁ (BMC Designated Garbage Collection Vehicle) ହସ୍ତାନ୍ତର କରିବାରେ ହୋଟେଲ ବିଫଳ ହୋଇଥିଲା। 

ଏହା ସହିତ ବିଏମସି କମିଶନର କହିଛନ୍ତି ଯେ, ଘରୁ ଅଳିଆ ସଂଗ୍ରହ ପାଇଁ ‘ସଫା’ ଆପ୍ (BMC Safa App) ବ୍ୟବହାର କରିବାର ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ହେଲେ ସହରରେ ପରିଷ୍କାର ପରିଚ୍ଛନତା ବଜାୟ ରଖିବା ବହୁ ବିକ୍ରେତା ଏବଂ ବ୍ୟବସାୟୀ ସହଯୋଗ କରୁନାହାଁନ୍ତି। ଯାହା ଦ୍ୱାରା ଅଳିଆ ଆବର୍ଜନା ସଂଗ୍ରହରେ ଭୁବନେଶ୍ୱର ମହାନଗର ନିଗମର ଦକ୍ଷତା ବିଷୟରେ ଭୁଲ ଧାରଣା ସୃଷ୍ଟି ହୋଇଛି। ଏଭଳି ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଏମସି କମିଶନର।

ବିଏମସି ଦକ୍ଷିଣ ପୂର୍ବ ଜୋନ୍ କର୍ତ୍ତୃପକ୍ଷ ଏହି ସ୍ଥାନକୁ ସିଲ୍ କରି ହୋଟେଲ ମାଲିକଙ୍କ ଠାରୁ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି। ଏହି ହୋଟେଲ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଏମସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡ ପାଳନ କରିବାରେ ବିଫଳ ହୋଇଥିଲା।