Weather Update: ଏଥର କଲବଲ କରିବ ଖରା, ଜାଣନ୍ତୁ ଆଜି କେତେ ରହିଛି କେଉଁ ଜିଲ୍ଲାର ତାପମାତ୍ରା?
Advertisement
Article Detail0/zeeodisha/odisha1646360

Weather Update: ଏଥର କଲବଲ କରିବ ଖରା, ଜାଣନ୍ତୁ ଆଜି କେତେ ରହିଛି କେଉଁ ଜିଲ୍ଲାର ତାପମାତ୍ରା?

Weather Update News In Odia: ରାଜ୍ୟରେ ଗତ କିଛି ଦିନଧରି କାଳବୈଶାଖି ବର୍ଷା (Rain)ଲାଗି ରହିଥିଲା । ଏହି କାରଣରୁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା(rain) ମଧ୍ୟ ହୋଇଥିଲା। କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ଠାରୁ ପୁଣି ରାଜ୍ୟରେ ତାତି (temperature)ବଢିବା ଆରମ୍ଭ କରିଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update News In Odia: ରାଜ୍ୟରେ ଗତ କିଛି ଦିନଧରି କାଳବୈଶାଖି ବର୍ଷା (Rain)ଲାଗି ରହିଥିଲା । ଏହି କାରଣରୁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା(rain) ମଧ୍ୟ ହୋଇଥିଲା। କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ଠାରୁ ପୁଣି ରାଜ୍ୟରେ ତାତି (temperature)ବଢିବା ଆରମ୍ଭ କରିଛି। ଏପରିକି ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୭.୨ ( Bhubaneswar temperature)ଡ଼ିଗ୍ରୀ ରେ ପହଞ୍ଚିଛି (Bhubaneswar records over 37 degrees C) ।  ଏ-ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର(IMD ) । ଆଜି ସକାଳ ତାପମାତ୍ରାକୁ ଦେଖିଲେ ଲାଗୁଛି ଦିନରେ ଆହୁରି ବଢ଼ିବାରେ ଗରମ । ଆଜିଠୁ ଦୁଇରୁ ତିନି ଡିଗ୍ରୀ ସେଲସିୟସ୍ ପାରଦ ବଢ଼ିବା ନେଇ ପୂର୍ବରୁ ସୂଚନା ଦେଇଥିଲା ପାଣିପାଗ ବିଭାଗ (India Meteorological Department )।

ସେହିପରି ରାଜ୍ୟର , ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି (Temperature rises in Odisha) । ଭୁବନେଶ୍ୱରରେ ୩୭.୨ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ଝାରସୁଗୁଡାରେ ୩୭.୨  ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ ,ବାଲେଶ୍ୱରରେ ୩୬ ଡ଼ିଗ୍ରୀ ,ସମ୍ବଲପୁରେ ୩୬  ଡ଼ିଗ୍ରୀ,ହୀରାକୁଦରେ ୩୫.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୫ ଡ଼ିଗ୍ରୀ ଓ ଗୋପାଳପୁରରେ ୩୫ ଡ଼ିଗ୍ରୀ ତାପମାତ୍ରା ରହିଛି । ସେହିପରି ପୁରୀରେ ୩୪ ଡ଼ିଗ୍ରୀ ଥିବା ବେଳେ ପାରାଦୀପରେ ୩୨.୮ ଡ଼ିଗ୍ରୀ ରହିଛି। 

fallback

Also Read : Jacqueline Fernandez: ଜ୍ୟାକଲିନଙ୍କୁ ଭୁଲିପାରୁନି ଠକ ସୁକେଶ, ପୁଣି ଭାଇରାଲ ହେଲା 'ବେବି ଆଇ ଲଭ ୟୁ' ଚିଠି...

Also Read : Vastu Plants: ଘରେ ଲଗାନ୍ତୁ ଏହି ଗଛ, କେବେ ହେବନି ଟଙ୍କାର ଅଭାବ!

ରାଜ୍ୟରେ ଆଜିବି କେତେକ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା କୁ ୱାର୍ଣ୍ଣିଂ ଜାରି ହୋଇଛି । ଏ-ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ,ଆଜି ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ (Akola District) ଝଡ଼ତୋଫାନ (Storm) ଓ ବର୍ଷା (Heavy Rain) ଯୋଗୁଁ ୭ ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି। ଜିଲ୍ଲାର ବାଲାପୁର ତହସିଲର (Balapur Tahasil) ପାରାସ ଅଞ୍ଚଳରେ ଅବସ୍ଥିତ ବାବୁଜୀ ମହାରାଜ ମନ୍ଦିର କମ୍ପ୍ଲେକ୍ସର ଟିଣଶେଡ ଉପରେ ଏକ ବଡ଼ ନିମ୍ୱ ଗଛ ଉପୁଡ଼ି ପଡ଼ିବାରୁ ଶେଡ୍ ଭୁଶୁଡି ପଡିଥିଲା। ଏହା ପରେ ଶେଡରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଝଡ଼ତୋଫାନରେ (Storm) ୩୩ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ବର୍ଷା (Rain) ଏବଂ ଝଡ଼ ସମୟରେ ଟିଣ ଶେଡ ତଳେ ସମୁଦାୟ ୩୦ ରୁ ୪୦ ଜଣ ଲୋକ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଡାକ୍ତରଖାନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ଆକୋଲା ମେଡିକାଲ (Akola Medical) କଲେଜରେ ଚିକିତ୍ସା କରାଯାଉଛି।