Road Accident: କାଶ୍ମୀରରେ ବଡ ଦୁର୍ଘଟଣା, ଓଲଟିଲା BSF ଯବାନଙ୍କ ଗାଡି, ୪ ମୃତ, ୨୮ ଆହତ
Advertisement
Article Detail0/zeeodisha/odisha2439397

Road Accident: କାଶ୍ମୀରରେ ବଡ ଦୁର୍ଘଟଣା, ଓଲଟିଲା BSF ଯବାନଙ୍କ ଗାଡି, ୪ ମୃତ, ୨୮ ଆହତ

Kashmir road accident: କାଶ୍ମୀରରେ ବଡ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବିଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ଗାଡି ଏକ ଖାଲରେ ଖସିବା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Road Accident: କାଶ୍ମୀରରେ ବଡ ଦୁର୍ଘଟଣା, ଓଲଟିଲା BSF ଯବାନଙ୍କ ଗାଡି, ୪ ମୃତ, ୨୮ ଆହତ

Kashmir road accident: କାଶ୍ମୀର ବୁଦ୍ଧଗାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ବିଏସଏଫ୍ ଯବାନଙ୍କୁ ନେଇ ଏକ ଯାଉଥିବା ଗାଡି ନିୟନ୍ତ୍ରଣ ହରାଇ ଏକ ଖାଲରେ ଖସିପଡିବା କାରଣରୁ ୪ ଯବାନଙ୍କ ମୃତ୍ୟୁ ହୋଇଛି । ଏଥିସହ ୨୮ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ବସରେ ମୋଟ ୩୬ ଜଣ ବିଏସଏପ ଯବାନ ଯାତ୍ରା କରୁଥିଲେ । ହଠାତ ଏପରି ଦୁର୍ଘଟଣା ହେବାପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଦମକଳ ବାହିନୀ, ଆମ୍ୱୁଲାନ୍ସ ଏବଂ ପୋଲିସକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ଯବାନଙ୍କୁ ବାହାର କରିଥିଲେ । ବର୍ତ୍ତମାନ ଆହତ ୨୮ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଯେତେବେଳେ ଯବାନଙ୍କ ବସ୍ ବୁଡଗାମର ବ୍ରିଲ୍ ଗାଁ ନିକଟରେ ପହଞ୍ଚିଲା ସେହି ସମୟରେ ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇଥିଲେ । କୁହାଯାଉଛି ଯେ, ଡ୍ରାଇଭର ବସ୍‌କୁ ନିୟନ୍ତ୍ରଣ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ବସ୍ କିଛି ସମୟ ମଧ୍ୟରେ ରାସ୍ତାରୁ କିଛି ଫୁଟ ତଳେ ଥିବା ଖାଲରେ ପଡ଼ିଯାଇଥିଲା।

Also Read- Surya Grahan 2024: ବର୍ଷର ଶେଷ ସୂର୍ଯ୍ୟ ପରାଗ, ୩ ରାଶି ପାଇଁ ଆଣିବ ଶୁଭଫଳ

Also Read- ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟମନ୍ତ୍ରୀ