Advertisement
Article Detail0/zeeodisha/odisha2299059
Zee OdishaOdisha TrendingRatna Bhandar: ବଡ଼ ଖବର! ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

Ratna Bhandar: ବଡ଼ ଖବର! ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

Ratna Bhandar: ଶ୍ରୀମନ୍ଦିର ପରିଚାଳନା କମିଟି ବୁଧବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନିସାରେ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି ।

Ratna Bhandar
Ratna Bhandar

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନିସାରେ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ସବୁକୁଛି ଅନୁଧ୍ୟାନ ପରେ ରତ୍ନଭଣ୍ଡାରର ମରାମତି କରାଯିବ । ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ ଏହା ସୂଚନା ଦେଇଛନ୍ତି । ଏହା ସମେତ ପୁରୀ ରତ୍ନଭଣ୍ଡାର ଖୋଲିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।

ଏଏସଆଇ ସୁପରିଟେଡ଼େଣ୍ଟ ଗଡନାୟକ କହିଛନ୍ତି, "୨୦୧୮ ରିପୋର୍ଟ ଅନୁଯାୟୀ ଯାଞ୍ଚ କରାଯାଇଥିଲା ଏବଂ ଫାଟ ଦେଖିବାକୁ ମିଳିଥିଲା, କିଛି ପଥର ଖସି ପଡିଥିଲା ଏବଂ କିଛି ଲୁହା ରଡ ନିଖୋଜ ହୋଇଯାଇଥିଲା। ଅବସ୍ଥା ଭଲ ନଥିଲା। ଲେଜର ସ୍କାନିଂରେ ବାହାର କାନ୍ଥରେ ଫାଟ ଦେଖିବାକୁ ମିଳିଥିଲା ଏବଂ ଏହି ଫାଟ ମାଧ୍ୟମରେ ବର୍ଷା ଜଳ ଭିତରକୁ ଆସିପାରେ।"

ଯଦିଓ ଚଳିତ ବର୍ଷ ଫେବୃଆରୀରେ ASI ଦାବି କରିଛି ଯେ ସେ ଦୁଇମାସ ପୂର୍ବେ ରତ୍ନ ଭଣ୍ଡାର ଲେଜର ସ୍କାନିଂ ପୂରା କରିସାରିଛି, କିନ୍ତୁ ସ୍କାନିଂ ପରେ କୌଣସି ରିପୋର୍ଟ ପ୍ରଦାନ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଭଗବାନ ଜଗନ୍ନାଥଙ୍କ ଅନେକ ଭକ୍ତ ରତ୍ନ ଭଣ୍ଡାରର ସ୍ଥିତି ବିଷୟରେ ଅନ୍ଧକାରରେ ରହିଥିଲେ।

Add Zee News as a Preferred Source

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ରତ୍ନ ଭଣ୍ଡାର ଖୋଲିବା ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା। ଭାରତୀୟ ଜନତା ପାର୍ଟି (ବିଜେପି) ରତ୍ନ ଭଣ୍ଡାର ଚାବି ହଜିଯିବା ଓ ଓଡି଼ଆ ଅସ୍ମିତା ସହ ଏହାକୁ ଏକ ପ୍ରମୁଖ ନିର୍ବାଚନ ଅସ୍ତ୍ର କରିଥଲା । ୨୦୧୮ ରେ ନିଖୋଜ ହୋଇଥିବା ରତ୍ନ ଭଣ୍ଡାର ଚାବି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଏହି ଅଭିଯାନ ସମୟରେ ବିଜୁ ଜନତା ଦଳ (ବିଜେଡି) କୁ ପରାସ୍ତ କରିବାରେ ସଫଳ ହୋଇଥିଲା।

 

About the Author