୪୦ ଦିନର ନବଜାତ ପେଟ ଭିତରେ ବଢୁଥିଲା ଭୃଣ, ଡାକ୍ତର ଜାଣି ହୋଇଗଲେ ଆଶ୍ଚର୍ଯ୍ୟ
Advertisement

୪୦ ଦିନର ନବଜାତ ପେଟ ଭିତରେ ବଢୁଥିଲା ଭୃଣ, ଡାକ୍ତର ଜାଣି ହୋଇଗଲେ ଆଶ୍ଚର୍ଯ୍ୟ

ଜଣେ ୪୦ ଦିନର ଶିଶୁକନ୍ୟା ପେଟରେ ଗୋଟିଏ ଭୃଣ ଚିହ୍ନଟ କରାଯାଇଛି। ସଫଳ ଅସ୍ତ୍ରୋପଚାର ପରେ ଶିଶୁଟି ବର୍ତ୍ତମାନ ସୁସ୍ଥ ଅଛି। ଶିଶୁର ପେଟ ଫୁଲିବା ସହ ପରିସ୍ରା ବନ୍ଦ ହେଇଯିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ଆଣିଥିଲେ। ଯେଉଁଠାରେ ଶିଶୁ ପେଟରେ ଭୃଣ ଥିବା ଜଣା ପଡିଥିଲା। ପ୍ରତି ପାଞ୍ଚ ଲକ୍ଷରେ ଏପରି ଗୋଟିଏ ମାମଲା ଅସିଥାଏ ବୋଲି ରହମାନିଆ ମେଡିକାଲର ଡାକ୍ତର କହିଛନ୍ତି।

ପ୍ରତିକାତ୍ମକ ଫଟୋ

ପାଟନା: ବିହାରର ରେହମାନିଆ ମେଡିକାଲ ସେଣ୍ଟରରୁ ଏକ ବିରଳ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୪୦ ଦିନର ଶିଶୁକନ୍ୟା ପେଟରେ ଗୋଟିଏ ଭୃଣ ଚିହ୍ନଟ କରାଯାଇଛି। ସଫଳ ଅସ୍ତ୍ରୋପଚାର ପରେ ଶିଶୁଟି ବର୍ତ୍ତମାନ ସୁସ୍ଥ ଅଛି। ଶିଶୁର ପେଟ ଫୁଲିବା ସହ ପରିସ୍ରା ବନ୍ଦ ହେଇଯିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ଆଣିଥିଲେ। ଯେଉଁଠାରେ ଶିଶୁ ପେଟରେ ଭୃଣ ଥିବା ଜଣା ପଡିଥିଲା। ପ୍ରତି ପାଞ୍ଚ ଲକ୍ଷରେ ଏପରି ଗୋଟିଏ ମାମଲା ଅସିଥାଏ ବୋଲି ରହମାନିଆ ମେଡିକାଲର ଡାକ୍ତର କହିଛନ୍ତି।

ମାତ୍ର ୪୦ ଦିନର ଜଣେ ନବଜାତ ଶିଶୁ ପେଟରୁ ଅସ୍ତ୍ରୋପଚାର କରି ଗୋଟିଏ ଭୃଣ ବାହାର କରାଯାଇଛି। ଏହି ବିରଳ ଅସ୍ତ୍ରୋପଚାର ବିହାର ମୋତିହାରିସ୍ଥିତ ରେହମାନିଆ ମେଡିକାଲ ସେଣ୍ଟରର ଡାକ୍ତରମାନେ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ ଶିଶୁଟିର ତଳିପେଟ ଫୁଲି ଯାଇଥିଲା। ଫଳରେ ସେ ପରିସ୍ରା କରିବାରେ କଷ୍ଟ ଅନୁଭବ କରୁଥିଲେ। ଏହାର ଚିକିତ୍ସା ପାଇଁ ଶିଶୁକୁ ମେଡିକାଲ ସେଣ୍ଟରକୁ ଅଣାଜଣାଥିଲା। ଆଉ ଶିଶୁଟିର ପରୀକ୍ଷା ନୀରିକ୍ଷା ପରେ ରିପୋର୍ଟ ଦେଖି ଡାକ୍ତରମାନେ ଆବାକ ହୋଇଯାଇଥିଲେ।

Also Read: ପିଲାଙ୍କୁ ମାରି ପ୍ରତିଶୋଧ: ସୀମା ଟପିଲା ଶାଶୁଘର ନିର୍ଯ୍ୟାତନା, ୬ ଛୁଆଙ୍କୁ କୂଅରେ ଫିଙ୍ଗି..

ବିହାରର ରହମାନିଆ ମେଡିକାଲର ଡାକ୍ତର ତବ୍ରେଜ ଅଜିଜ, ଶିଶୁର ପେଟ ଫୁଲିବା ଏବଂ ପରିସ୍ରା ବନ୍ଦ ହେବାର କାରଣ ଜାଣିବା ପାଇଁ ସିଟି ସ୍କାନ କରିବାକୁ ପରାମର୍ଶ ଦେଇଥିଲେ। ଆଉ ରିପୋର୍ଟ ଦେଖି ସେ ଏବଂ ତାଙ୍କ ସାଥୀ ଡାକ୍ତର  ଚକିତ ହୋଇଯାଇଥିଲେ। କାରଣ ୪୦ ଦିନର ଶିଶୁର ପେଟ ଭିତରେ ଏକ ଭୃଣ ବଢୁଥିଲା। ଡାକ୍ତର ଅଜିଜ ପୁଣି କହିଛନ୍ତି ଯେ, ଏହା ଏକ ବିରଳ ମାମଲା। ଏହାକୁ ଡାକ୍ତରୀ ଭାଷାରେ 'ଫିଟସ୍ ଇନ୍ ଫେଟୁ' ବା ଶିଶୁର ପେଟରେ ଭୃଣ ବୋଲି କୁହାଯାଏ।

ତାଙ୍କ କହିବାନୁସାରେ, ଏହା ଏକ ବିରଳ ମାମଲା, ଯାହା ପ୍ରତି ପାଞ୍ଚ ଲକ୍ଷ ଶିଶୁଙ୍କ ମଧ୍ୟରୁ କେବଳ ଗୋଟିଏରେ ଦେଖାଯାଏ। ଶିଶୁର ସଫଳ ଅସ୍ତ୍ରୋପଚାର କରାଯାଇଛି, ବର୍ତ୍ତମାନ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଶିଶୁର ପେଟ ଭିତରେ ତାର ଯମଜ ଥିଲା। କୌଣସି କାରଣରୁ ଗୋଟିଏ ଶିଶୁର ଶରୀର ଭିତରେ ଅନ୍ୟଟି ବଢିଥିଲା। କିନ୍ତୁ ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତିରେ ତାହାକୁ ବାହାର କରାଯାଇଛି।

Also Read: World No Tobacco Day : ସାଇଲେଣ୍ଟ କିଲର୍ କବଜାରେ ରାଜ୍ୟର ଅଧା ପୁରୁଷ, ଏକ ଚତୁର୍ଥାଂଶ ମହିଳା

ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ହଂକଂରେ ଏହିପରି ମାମଲା ରିପୋର୍ଟ କରାଯାଇଥିଲା। ନବଜାତ ଶିଶୁକନ୍ୟା ଜନ୍ମ ପୂର୍ବରୁ ହିଁ ଗର୍ଭବତୀ ଥିଲେ। ତାଙ୍କ ଭିତରେ ଏକ ଭୃଣ ଥିଲା। ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁଯାୟୀ, ଇସ୍ରାଏଲରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା, ​​ଯେଉଁଠାରେ ଏକ ଭୃଣ ସହିତ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲେ। ବିହାରର ମୋତିହାରୀ ଘଟଣା ଭାରତରେ ପ୍ରଥମ ବୋଲି କୁହାଯାଉଛି। ତେବେ ଏହି ବିରଳ ମାମଲା କ୍ୱିଚିତ ରିପୋର୍ଟ ହୋଇଥିବା ସୂଚନା ମିଳିଛି।