Bomb Scare On Flight: ପୁଣି ବିମାନରେ ବୋମା ଆତଙ୍କ, ବନ୍ଦ ହେଲା ବୋର୍ଡିଂ ଆତଙ୍କିତ ଯାତ୍ରୀ
Advertisement
Article Detail0/zeeodisha/odisha1526407

Bomb Scare On Flight: ପୁଣି ବିମାନରେ ବୋମା ଆତଙ୍କ, ବନ୍ଦ ହେଲା ବୋର୍ଡିଂ ଆତଙ୍କିତ ଯାତ୍ରୀ

Bomb Threat On Delhi Pune SpiceJet Flight: ବିମାନରେ ବୋମା ଆତଙ୍କ । ଗତକାଲି ସଂନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଯିବାକୁ ଥିବା ସ୍ପାଇସ୍ ଜେଟର ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ବିମାନ ଉଡାଣ ଭରିବା ପୂର୍ବରୁ  ବୋମା ସମ୍ପର୍କରେ ଫୋନ କଲ ଆସିଥିଲା ।

Bomb Scare On Flight: ପୁଣି ବିମାନରେ ବୋମା ଆତଙ୍କ, ବନ୍ଦ ହେଲା ବୋର୍ଡିଂ ଆତଙ୍କିତ ଯାତ୍ରୀ

Bomb Threat On Delhi-Pune SpiceJet Flight: ବିମାନରେ ବୋମା ଆତଙ୍କ । ଗତକାଲି ସଂନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଯିବାକୁ ଥିବା ସ୍ପାଇସ ଜେଟର ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ବିମାନ ଉଡାଣ ଭରିବା ପୂର୍ବରୁ  ବୋମା ସମ୍ପର୍କରେ ଫୋନ କଲ ଆସିଥିଲା । ଯାହା ଫଳରେ ଯାତ୍ରୀଙ୍କ ବୋର୍ଡିଂ ବନ୍ଦ କରାଯାଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାକୁ ଭଲ ଭାବରେ ଯାଞ୍ଚ କରାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିବା ସୂଚନା ମିଳିଛି । ବିମାନର କ୍ରୁ ସଦସ୍ୟଙ୍କ ସହ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି । 

ସୂଚନା ମୁତାବକ, ସ୍ପାଇସ ଜେଟର sg 8938 ବିମାନ ବନ୍ଦର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ  ଗୁରୁବାର ସଂନ୍ଧ୍ୟା ୫ଟା ୩୫ ମିନିଟ ସମୟରେ ପୁଣେ ଅଭିମୁଖେ ଉଡାଣ ଭରିବାକୁ ଥିଲା । ଏନେଇ ସମସ୍ତ ଯାତ୍ରୀ ବୋର୍ଡି ଅଭୁମୁଖେ ଗେଟ ନିକଟରେ ପହଞ୍ଚି ଥିଲେ । ହେଲେ ବିମାନ ଉଡାଣ କରିବା ପୂର୍ବରୁ ଏଥିରେ ବୋମା ଥିବା ନେଇ ଏକ ଫୋନ କଲ ଆସିଥିଲା । ଯାହା ଫଳରେ ବିମାନ ବନ୍ଦର ପରିସରରେ ଆତଙ୍କ ଖେଳି ଯାଇଥିଲା। ଏନେଇ ବୋମସ୍କ୍ବାର୍ଡକୁ ଖବର ଦିଆଯାଇଥିବା ବେଳେ ପୋଲିସ ଓ ସିଆଇଏସଫ ମଧ୍ୟ ସଜାଗ ରହିଥିଲେ । ଯାତ୍ରୀଙ୍କ ବୋଡିଂ ବନ୍ଦ କରାଯାଇ ବିମାନକୁ ତଲାସୀ କରାଯାଇଥିଲା । ହେଲେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିବା ଜଣାଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।  ହେଲେ ବିମାନରେ ବୋମା ଥିବା ନେଇ କିଏ କଲ କରିଥିଲା । ଏହା ମିଥ୍ୟା କଲ ଥିଲା କି ,ସେନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ବିମାନରେ ଏଭଳି ବୋମା ଧମକ ମିଳିବା ପ୍ରଥମ ଘଟଣା ନୁହେଁ । ଅନେକ ସମୟରେ ବିମାନରେ ବୋମାଥିବା ନେଇ ଗୁଜବ ଖବର ମଧ୍ୟ ଆସୁଛି । 

Also Read : SpiceJet: ସ୍ପାଇସ ଜେଟ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ଯାତ୍ରୀ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଏହା ପୂର୍ବରୁ ଜାନୁଆରୀ ୧୦ରେ  ମସ୍କୋରୁ ଗୋଆ  ଆସୁଥିବା ରୁଷୀୟ ଏଆରଲାଇନ୍ସର AZURର ବିମାନରେ ସୋମବାର ରାତିରେ ବମ୍‌(Bomb threat) ଥିବା ସୂଚନା ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତୁରନ୍ତ ଗୁଜୁରାଟର ଜାମନଗରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ଓ ସମସ୍ତ ୨୩୬ ଯାତ୍ରୀ ଏବଂ ୮ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ତା’ପରେ ଗୁଜୁରାଟ ପୋଲିସର ବମ୍ ଡିସପୋଜାଲ୍ ଟିମ୍‌ ବିମାନ ଭିତରେ ଯାଞ୍ଚ କରିଥିଲା । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହାକୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନା ଏୟାରବେସ୍‌ରେ ଅବତରଣ କରାଯାଇଥିଲା । ସେପଟେ ଏହି ଘଟଣା ନେଇ ରୁଷ୍ ଦୂତାବାସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଅଧିକାରୀମାନେ ଯୋଗାଯୋଗ କରି ବିମାନରେ ବୋମା ଭୟ ଥିବା କଥା ଓ ଜରୁରୀ ଅବତରଣ ବିଷୟରେ ଜଣାଇଥିବା ରୁଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।