BJPର ପ୍ରଥମ ସଦସ୍ୟ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
Advertisement
Article Detail0/zeeodisha/odisha2411844

BJPର ପ୍ରଥମ ସଦସ୍ୟ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ବିଜେପିର ପ୍ରଥମ ସଦସ୍ୟ ହୋଇଛନ୍ତି । ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଦେଶବାସୀଙ୍କ ଆକାଂକ୍ଷାକୁ ଆମେ ନୂତନ ଉଚ୍ଚତା ଦେବାକୁ ସ୍ଥିର କରିଛୁ। ଜାତୀୟ ସଦସ୍ୟତା ଅଭିଯାନ ଆର

BJPର ପ୍ରଥମ ସଦସ୍ୟ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ବିଜେପିର ପ୍ରଥମ ସଦସ୍ୟ ହୋଇଛନ୍ତି । ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଦେଶବାସୀଙ୍କ ଆକାଂକ୍ଷାକୁ ଆମେ ନୂତନ ଉଚ୍ଚତା ଦେବାକୁ ସ୍ଥିର କରିଛୁ। ଜାତୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି । ବିଜେପି ଦଳ ବହୁତ ସହିବା ପରେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚିଛି । ଅନେକ ସମାଲୋଚନାର ସମ୍ମୁଖୀନ ହୋଇ ଆମେ ଆଗକୁ ବଢିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏକଥା ମଧ୍ୟ କହିଛନ୍ତି ଯେ, ବିଜେପି ହେଉଛି ଏକମାତ୍ର ଦଳ, ଯିଏକି ନିଜ ଦଳର ନୀତି ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ କରି ନିଜର କାର୍ଯ୍ୟକୁ କରିଚାଲିଛି । ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆଜି ଆଉ ଏକ ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଭାରତୀୟ ଜନତାଙ୍କ ଠାରୁ ଆରମ୍ଭ କରି ଦେଶରେ ଏକ ନୂତନ ରାଜନୈତିକ ସଂସ୍କୃତି ଆଣିବା ପାଇଁ ଆମେ ଚେଷ୍ଟା କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ମୁଁ ରାଜନୀତିରେ ନଥିଲି, ସେତେବେଳେ ଅନେକ ଲୋକ ମତେ ମଧ୍ୟ ପରିହାସ କରୁଥିଲେ ଯେ, ସତରେ କଣ ଇଏ ରାଜନିତୀରେ ନୂଆ ରଙ୍ଗ ଭରିବାରେ ସକ୍ଷମ ହେବ । ଆଉ ଆଜି ସେହି ଲୋକମାନେ ପଦ୍ମ ଉପରେ ଭରସା କରିଛନ୍ତି ।

ଆପଣଙ୍କୁ କହିରଖୁଛୁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇ କହିଛନ୍ତି ଯେ, ୮୮୦୦୦୦୨୦୨୪ ନମ୍ବର ଡାଏଲ୍ କରି ସଦସ୍ୟତା ଗ୍ରହଣ କରି ହେବ । ସଦସ୍ୟତା ହେଉଛି ସଂଗଠନର ଆତ୍ମା, ଓଡ଼ିଶାରେ ୪୨ ଲକ୍ଷ ସଦସ୍ୟ ଅଛନ୍ତି । କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସଦସ୍ୟତା ନେବେ । ସେପ୍ଟେମ୍ବର ୨ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଗ୍ରହଣ କରାଯିବ । ଏହାପରେ ଅକ୍ଟୋବର ୧୦ରୁ ୧୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ସଦସ୍ୟତା ଗ୍ରହଣ ହେବ ।

Also Read- Jupiter Transit: ବୃଷରେ ବୃହସ୍ପତିଙ୍କ ଚଳନ, ୩୭ ଦିନ ପରେ ୫ ରାଶିକୁ ମିଳିବ ବଡ଼ ଲାଭ

Also Read- ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା