ଅନଲୋଡିଂ କଲାବେଳେ OSLର ପାରାଦୀପ ପୋର୍ଟରେ କନଭେୟର ବେଲ୍ଟ କ୍ଷତି ହୋଇଥିଲା । ଏହାର ମରାମତି କିମ୍ବା ନୂଆ କିଣିଲେ କୋଟି କୋଟି ଟଙ୍କା ବ୍ୟୟବହୁଳ ଥିଲା ।
Trending Photos
ଭୁବନେଶ୍ୱର: ଏବେ ବି ଜେରା ର ସାମ୍ନା କରୁଛନ୍ତି ମହିମା ମିଶ୍ର । ଦିନ 12 ଟାରୁ ଏଯାଏଁ ଭୁବନେଶ୍ବର ସିବିଆଇ ଅଫିସ ରେ ଉପସ୍ଥିତି ରହି ସିବିଆଇ ପ୍ରଶ୍ନର ଉତ୍ତର ଦେଇଛନ୍ତି । ବାସ୍ତବରେ ଏହି ଲାଞ୍ଚ କାରବାର ମାମଲରେ ମହିମାଙ୍କ କି ସମ୍ପର୍କ ରହିଛି ତରଫରୁ ଖୋଳତାଡ ଚାଲିଛି । ସେପଟେ ଲାଞ୍ଚ ମାମଲରେ ସିବିଆଇ ଯେଉଁ ପ୍ରାଥମିକ ମାମଲା କରିଛି ସେଥିରେ ମହିମା ଙ୍କ ପୁଅ ଚର୍ଚିତ ମିଶ୍ରଙ୍କ ନାମ ରହିଛି। ତେବେ ଏହି ମାମଲରେ ଚର୍ଚିତ ଙ୍କ ନାମ କିପରି ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି। ଗତକାଲି ମହିମା ଙ୍କ ବଡ ପୁଅ ଚନ୍ଦନ ଙ୍କୁ ସାଥିରେ ନେଇ ପଚରା ଉଚରା କରିଥିଲା । ହେଲେ FIR ରେ ତାଙ୍କ ନାମ ନାହିଁ । ଏପରି କାହିଁକି ଆଉ କିପରି କରାଯାଉଛି ତାହା ଜଣା ପଡିନାହିଁ ।
ସେପଟେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରାବର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ୪ ଅଭିଯୁକ୍ତ ହେଲେ ପାରାଦ୍ୱୀପ ପୋର୍ଟର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ, ଠିକାଦାର ସୁମନ୍ତ ରାଉତ, କେ.ସି.ଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର ଓ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ । ଗତକାଲି ସିବିଆଇ କଟକ, ପାରାଦ୍ୱୀପ, ଭୁବନେଶ୍ୱର, ଜଗତସିଂହପୁରର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା । ବନ୍ଦର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାଶଙ୍କ ବିରୋଧରେ ଲାଞ୍ଚ କାରବାର ମାମଲା ରୁଜୁ କରିଛି ସିବିଆଇ। ସରୋଜ ନିୟମିତ ଭାବେ ଲାଞ୍ଚ ନେଇ ପୋର୍ଟ କାର୍ଗୋ ଅପରେଟ କରୁଥିବା ଓ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିଲେ ।
ଅଭିଯୋଗ ହେଉଛି, ଅନଲୋଡିଂ କଲାବେଳେ OSLର ପାରାଦୀପ ପୋର୍ଟରେ କନଭେୟର ବେଲ୍ଟ କ୍ଷତି ହୋଇଥିଲା । ଏହାର ମରାମତି କିମ୍ବା ନୂଆ କିଣିଲେ କୋଟି କୋଟି ଟଙ୍କା ବ୍ୟୟବହୁଳ ଥିଲା । ତେଣୁ ମରାମତି ପାଇଁ ପାରାଦୀପ ପୋର୍ଟର CME ଦୁଇ ମଧ୍ୟସ୍ଥିଙ୍କ ଦ୍ୱାରା OSLକୁ 60 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ବାବଦରେ 60 ଲକ୍ଷ ଟଙ୍କା ସରୋଜ OSLକୁ ସୁମନ୍ତଙ୍କ ଜରିଆରେ ମାଗିଥିଲେ । ସୁମନ୍ତ କଟକରୁ 25 ଲକ୍ଷ ଟଙ୍କା ନେଇ ସରୋଜଙ୍କୁ ଦେବାକୁ ଆଣିଥିଲା, ଓ ସେଥିରୁ ନିଜ ପାଖରେ 10 ଲକ୍ଷ ଟଙ୍କା ରଖିଥିଲେ। ଏହି 10 ଲକ୍ଷ ଏକ ରିଅଲ ଇଷ୍ଟେଟ ପାଇଁ ଆଣିଥିଲା ସୁମନ୍ତ । ଏହି ଟଙ୍କାରେ ଭୁବନେଶ୍ଵରରେ ଏକ ଫ୍ଲାଟ୍ ସରୋଜ ଦାସଙ୍କ ପାଇଁ ବୁକ୍ ହୋଇଥିଲା ।
ସୁମନ୍ତକୁ ଧରିବା ପରେ ତା ପାଖରୁ ୫ ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା ସିବିଆଇ । ପରେ ଯାଂଚ ବେଳେ ଅଧିକ ୧୮ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା ସାମନ୍ତଙ୍କ ଠାରୁ । ଅଧିକ ଯାଂଚ ସମୟରେ ୨୦ ଲକ୍ଷ ୨୫ ହଜାର ଟଙ୍କା , ଜୁଏଲାରୀ ଓ ଇନଭେଷ୍ଟମେଣ୍ଟ କାଗଜ ଜବତ କରିଥିବା ତଥ୍ୟ ମିଳିଥିଲା । ସେହି ପରି ସୂର୍ଯ୍ୟ ନାରାୟଣ ସାହୁ ଠାରୁ ୪୧ ଲକ୍ଷ ଟଙ୍କା ଜବତ କରିଛି ସିବିଆଇ । ଏବେ ବି ମହିମା ମିଶ୍ର ଙ୍କୁ ଜେରା ଚାଲିଛି।