Chandrayaan-3 କୁ ନେଇ ଆସିଲା ବଡ଼ ଅପଡେଟ୍, ISRO କହିଲା ଏହା କେଉଁଠି ପହଞ୍ଚିଛି ଓ କିପରି କାମ କରୁଛି
Advertisement
Article Detail0/zeeodisha/odisha1805900

Chandrayaan-3 କୁ ନେଇ ଆସିଲା ବଡ଼ ଅପଡେଟ୍, ISRO କହିଲା ଏହା କେଉଁଠି ପହଞ୍ଚିଛି ଓ କିପରି କାମ କରୁଛି

Chandrayaan 3 Update: ଚନ୍ଦ୍ରଯାନ-୩ ପୃଥିବୀ ଚାରିପଟେ ନିଜର କକ୍ଷପଥ ସମାପ୍ତ କରି ବର୍ତ୍ତମାନ ଚନ୍ଦ୍ର ଆଡକୁ ଗତି କରୁଛି । ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ସମୟରେ ନିଜର ସମସ୍ତ କକ୍ଷପଥ ପୂରା କରିଛନ୍ତି । ଏହାର ପରବର୍ତ୍ତୀ ଷ୍ଟପ୍ ଚନ୍ଦ୍ର ଅଟେ ।

ସୌ: ସୋସିଆଲ ମିଡିଆ

Chandrayaan-3 Mission: ଭାରତୀୟ ମହାକାଶ ଗବେଷଣା ସଂଗଠନର (ISRO) ମିଶନ ଚନ୍ଦ୍ରଯାନ-୩ ସଫଳତାର ଆଉ ଏକ ଷ୍ଟେପ୍ ପୂରା କରିଛି । ଏହା ନିର୍ଦ୍ଧାରିତ ସମୟରେ ପୃଥିବୀର କକ୍ଷପଥର ସମସ୍ତ ରାଉଣ୍ଡ ସମାପ୍ତ କରିଛି ଓ ISRO କହିଛଇ ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ର ପଥ ଆଡକୁ ବାହାରି ଯାଇଛି । ଯଦି ସବୁ ଠିକ୍ ରହେ, ତେବେ ୫ ଅଗଷ୍ଟ ୨୦୨୩ ସୁଦ୍ଧା ଏହି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ISRO ଏହାର ବିଳମ୍ବିତ ରାତିର ଏକ ଟ୍ୱିଟରେ କହିଛି ଯେ ଚନ୍ଦ୍ରାଯାନ ପୃଥିବୀର କକ୍ଷପଥରୁ ବାହାର ଯିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଇଞ୍ଜିନ ଟର୍ନ୍ ଅନ୍ କରିଥିଲେ ଓ ଇଞ୍ଜିନ ଏହା ପରେ ଏହାକୁ ଚନ୍ଦ୍ର ଆଡକୁ ପଠାଇଥିଲା ।

ଇଞ୍ଜିନକୁ ଗୋଟିଏ କକ୍ଷପଥରୁ ଅନ୍ୟ କକ୍ଷକୁ ପଠାଇବା ପାଇଁ ଗତି ପ୍ରଦାନ କରିବାର ଏହି ପ୍ରକ୍ରିୟାକୁ ବୌଜ୍ଞାନିକ ଭାଷାରେ ଇଞ୍ଜେକ୍ସନ୍ କୁହାଯାଏ । ISRO ର ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ (ISTRAC) ୟୁନିଟ୍ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଥାଏ । ISRO ଏହାର ଟ୍ୱିଟରେ କହିଛି ଯେ ଆମର ପରବର୍ତ୍ତୀ ଷ୍ଟପ୍ ହେଉଛି ଚନ୍ଦ୍ର । ସେ କହିଛନ୍ତି ଯେ ଆମେ ୫ ଅଗଷ୍ଟରେ ପହଞ୍ଚିବୁ ।

ଜଣେ ISRO ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଦିନ ଟ୍ରାନ୍ସଲୁନାର-ଇଞ୍ଜେକ୍ସନ (TLI) ପରେ ଚନ୍ଦ୍ରଯାନ-୩ ପୃଥିବୀର କକ୍ଷପଥରୁ ବାହାରିଛି ଓ ବର୍ତ୍ତମାନ ଏହା ଏକ ପଥରେ ଅଛି ଯାହା ଏହାକୁ ଚନ୍ଦ୍ରର ନିକଟତର କରିବ । ISRO କହିଛି ଯେ ୨୩ ଅଗଷ୍ଟରେ ଚନ୍ଦ୍ରଯାନ-୩ 'ସଫ୍ଟ ଲ୍ୟାଣ୍ଡିଂ' କରିବାକୁ ଚେଷ୍ଟା କରିବ ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୧୪ ଜୁଲାଇରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ LVM3-M4 ରକେଟ୍ ମାଧ୍ୟମରେ ସଫଳତାର ସହ 'ଚନ୍ଦ୍ରଯାନ-୩' ଉତକ୍ଷେପଣ କରିଥିଲା । ଶୁକ୍ରବାର ଦିନ ଅପରାହ୍ନ ୨.୩୫ ରେ ଲିଫ୍ଟ ଅଫ୍ ହେବାର ୧୭ ମିନିଟ୍ ପରେ ଉପଗ୍ରହକୁ ଏହାର ଲକ୍ଷ୍ୟ କକ୍ଷପଥରେ ସାମିଲ କରାଯାଇଥିଲା ।

ମହାକାଶକୁ ପଠାଯାଇଛି ସିଙ୍ଗାପୁରର ସାତଟି ଉପଗ୍ରହ 
ISRO ରବିବାର (୩୦ ଜୁଲାଇ) ସଫଳତାର ସହିତ ସିଙ୍ଗାପୁରର ସାତଟି ଉପଗ୍ରହକୁ ସେମାନଙ୍କ ସ୍ଥିର କକ୍ଷପଥରେ ସ୍ଥାନିତ କରିଛି । ଅନ୍ୟପକ୍ଷରେ, ସଫଳତାର ସହିତ ଉନ୍ମୋଚିତ ହୋଇଛି, ଏହା ମଧ୍ୟ PSLV ରକେଟର ଚତୁର୍ଥ ପର୍ଯ୍ୟାୟ ସମ୍ବନ୍ଧରେ ଏକ ନିର୍ଦ୍ଦିଷ୍ଟ ବୌଜ୍ଞାନିକ ପରୀକ୍ଷଣରେ ସଫଳତା ପାଇଛି ।

ISRO ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ ବୌଜ୍ଞାନିକମାନେ ଏକ ସ୍ୱତନ୍ତ୍ର ବୌଜ୍ଞାନିକ ପରୀକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁଥିରେ ସମସ୍ତ ଉପଗ୍ରହକୁ ୫୩୬ କିଲୋମିଟର ଉଚ୍ଚତାରେ ନିର୍ମିତ କକ୍ଷପଥରେ ରଖିବା ପରେ ରକେଟର ଚତୁର୍ଥ ପର୍ଯ୍ୟାୟ ୩୦୦ କିଲୋମିଟରକୁ ଓହ୍ଲାଇବ । ଏହାର ଉଦ୍ଦେଶ୍ୟ ହେଉଛି ମହାକାଶରେ ଆବର୍ଜନା ସମସ୍ୟା ହ୍ରାସ କରିବା ।

ଏହା ବି ପଢ଼ନ୍ତୁ: Parliament Monsoon Session: ଦିଲ୍ଲୀ ଅର୍ଡିନାନ୍ସ ବିଲ୍ ଓ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବର କ’ଣ ରହିଛି ବିଜେଡିର ଆଭିମୁଖ୍ୟ? ସ୍ପଷ୍ଟ କଲା ପାର୍ଟି

ଏହା ବି ପଢ଼ନ୍ତୁ: EPF e-nomination: ମୃତ୍ୟୁ ପରେ PF ରେ ଜମା ହୋଇଥିବା ଟଙ୍କା ସହିତ କ’ଣ ହୁଏ; ଏହି ଲକ୍ଷ ଲକ୍ଷ ଟଙ୍କାର କିଏ ହୁଏ ମାଲିକ?