Chhattisgarh: ଦାନ୍ତେୱାଡାରେ ମାଓ ଆକ୍ରମଣ, ବିସ୍ଫୋରଣରେ ୧୦ ଯବାନଙ୍କ ସହ ଡ୍ରାଇଭର ମୃତ
Advertisement

Chhattisgarh: ଦାନ୍ତେୱାଡାରେ ମାଓ ଆକ୍ରମଣ, ବିସ୍ଫୋରଣରେ ୧୦ ଯବାନଙ୍କ ସହ ଡ୍ରାଇଭର ମୃତ

Chhattisgarh  News: ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାର ଆର୍ନାପୁର ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ମାଓ ଦମନ ଅଭିଯାନ। ଏହି  ଅପରେସନ ସାରି ଫେରିବା ବେଳେ ମାଓବାଦୀଙ୍କ ପକ୍ଷରୁ ହୋଇଥିଲା ଆଇଇଡ଼ି ବିସ୍ଫୋରଣ।

Chhattisgarh: ଦାନ୍ତେୱାଡାରେ ମାଓ ଆକ୍ରମଣ, ବିସ୍ଫୋରଣରେ ୧୦ ଯବାନଙ୍କ ସହ ଡ୍ରାଇଭର ମୃତ

Chhattisgarh Mao Attack: ଅପ୍ରେଲ ୨୬ ତାରିଖ ବୁଧବାର ହୋଇଥିବା ମାଓ ଆକ୍ରମଣରେ ଥରିଉଠିଛି ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲା। ବୁଧବାର ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଗାଡ଼ି ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ ଯବାନ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବୋଲି ଜଣାପଡ଼ିଛି। ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଛିନଛତ୍ର ହୋଇଯାଇଥିଲା।  

ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାର ଆର୍ନାପୁର ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ମାଓ ଦମନ ଅଭିଯାନ। ଏହି  ଅପରେସନ ସାରି ଫେରିବା ବେଳେ ମାଓବାଦୀଙ୍କ ପକ୍ଷରୁ ହୋଇଥିଲା ଆଇଇଡ଼ି ବିସ୍ଫୋରଣ। ଏନେଇ ମିଳିଥିବା ସୂଚନା ମୁତାବକ ଆଇଇଡ଼ି ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା ବିସ୍ଫୋରକ ରାସ୍ତାରେ ଲଗାଯାଇଥିଲା।

ଛତିଶଗଡ଼ରେ ହୋଇଥିବା କିଛି ପ୍ରମୁଖ ମାଓ ଆକ୍ରମଣ
ଅକ୍ଟୋବର ୨୦୧୮: ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲାରେ ୨୦୧୮ ଅକ୍ଟୋବରରେ ହୋଇଥିବା ମାଓ ଆକ୍ରମଣରେ ୨ ଜଣ ସୁରକ୍ଷାକର୍ମୀଙ୍କ ସହ ଜଣେ ଦୂରଦର୍ଶନ କ୍ୟାମେରାମ୍ୟାନ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ଦୁଇ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନ ସମୟରେ ଖବର ସଂଗ୍ରହ କରିବା କାର୍ଯ୍ୟରେ ଦୂରଦର୍ଶନ କ୍ୟାମେରାମ୍ୟାନ ଟିମ ନିୟୋଜିତ ହୋଇଥିଲା। ଏହି ଦଳରେ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ, ସାମ୍ବାଦିକ ଧୀରଜ କୁମାର ଏବଂ ସହକାରୀ ମୋରମୁକ୍ତ ଶର୍ମା ସାମିଲ ହୋଇଥିଲେ। ମାଓବାଦୀଙ୍କ ପକ୍ଷରୁ ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଏହି ଘଟଣା ଘଟିବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଏକ ଚିଠି ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ବସ୍ତର ଅଞ୍ଚଳର ଯେକୌଣସି ସ୍ଥାନକୁ ଆସିପାରିବେ। ସେମାନଙ୍କୁ କୌଣସି ଅଞ୍ଚଳକୁ ଯିବା ଆସିବା କରିବା ଲାଗି ରୋକଯାଇ ପାରିବ ନାହିଁ।

ମେ ୨୦୧୩: ଆଜକୁ ୧୦ ବର୍ଷ ପୂର୍ବେ ଛତିଶଗଡ଼ କଂଗ୍ରେସ ପକ୍ଷରୁ ରାଜ୍ୟର ଝୀରମ ଘାଟି ଅଞ୍ଚଳରେ ଆୟୋଜିତ ହୋଇଥିଲା ପରିବର୍ତ୍ତନ ଯାତ୍ରା। ହେଲେ ଏହି ଯାତ୍ରା ଚାଲିଥିବା ବେଳେ ଅଚାନକ ହୋଇଥିଲା ମାଓ ଆକ୍ରମଣ। ଯେଉଁଥିରେ ଛତିଶଗଡ଼ କଂଗ୍ରେସର ୩୦ ଜଣ ନେତାଙ୍କ ମୃତ୍ୟୁ ହୋଇଥିଲା।
ଅପ୍ରେଲ ୨୦୧୪: ଛତିଶଗଡର ବସ୍ତର ଜିଲ୍ଲାର ଦରଭା ଅଞ୍ଚଳରେ ହୋଇଥିଲା ମାଓ ଆକ୍ରମଣ। ଏହି ଆକ୍ରମଣରେ ୫ ଜଣ ସୈନିକଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।
ମାର୍ଚ୍ଚ ୨୦୧୪: ସୁକମା ଜିଲ୍ଲାର  ଟାହାକୱାଡା ଠାରେ ହୋଇଥିଲା ଆକ୍ରମଣ। ଯେଉଁଥିରେ ୧୫ ଜଣ ସୈନିକ ଶହୀଦ ହୋଇଥିଲେ।
ଅପ୍ରଲେ ୨୦୧୦:  ଆଜକୁ ୧୩ ବର୍ଷ ପୂର୍ବେ ଛତିଶଗଡର ଦାନ୍ତାୱାଡା ଜିଲ୍ଲାରେ ହୋଇଥିଲା ମାଓ ଆକ୍ରମଣ। ଯେଉଁଥିରେ ୭୬ ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିଲା। 

ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଦାନ୍ତେୱାଡା ଜିଲ୍ଲାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ ଆଲୋଚନା ହୋଇଛି। ଦାନ୍ତେୱାଡା ଠାରେ ଛତିଶଗଡ ପୋଲିସ ଉପରେ ହୋଇଥିବା ଭୟଭୀତ ଆକ୍ରମଣରେ ବିବ୍ରତ। ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ନିଶ୍ଚିତ କରିଛି। ଶହୀଦ ଯବାନଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଁ ସମବେଦନା ଜଣାଉଛି।

ରାଜ୍ୟରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ଛତିଶଗଡ ପୋଲିସ ବସ୍ତର ରେଞ୍ଜ ଆଇଡି ପି.ସୁନ୍ଦରରାଜ କହିଛନ୍ତି ଯେ, ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଆଇଇଡ଼ି ବିସ୍ଫୋରଣ କରିଛନ୍ତି। ଯେଉଁଥିରେ ୧୦ ଡିଆରଜି ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣ ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଥିବା ଆଇଜି କହିଛନ୍ତି।