China Visa: ୬ ଦେଶର ନାଗରିକଙ୍କୁ ବଡ଼ ଉପହାର ଦେଲା ଚୀନ୍; ଜାଣନ୍ତୁ କ'ଣ
Advertisement
Article Detail0/zeeodisha/odisha1981683

China Visa: ୬ ଦେଶର ନାଗରିକଙ୍କୁ ବଡ଼ ଉପହାର ଦେଲା ଚୀନ୍; ଜାଣନ୍ତୁ କ'ଣ

Visa Free Entry in China: ଆସନ୍ତା ଡିସେମ୍ବର ୧ ତାରିଖରୁ ୬ ଦେଶର ନାଗରିକଙ୍କୁ ଭିସା ପ୍ରବେଶ କରିବାକୁ ଅନୁମତି ଦେଇଛି ଚୀନ ବିଦେଶ ମନ୍ତ୍ରଣାଳୟ। ଏହି ପଦକ୍ଷେପ ଆଗାମୀ ବର୍ଷେ ପାଇଁ କାର୍ଯ୍ୟକାରୀ ହେବ।

 

China Visa: ୬ ଦେଶର ନାଗରିକଙ୍କୁ ବଡ଼ ଉପହାର ଦେଲା ଚୀନ୍; ଜାଣନ୍ତୁ କ'ଣ

Six Country Citizen get Visa Free Entry Permission in China: ବିଦେଶୀ ନାଗରିକଙ୍କୁ ଭିସା ପ୍ରଦାନ କରିବା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି ଚୀନ। ଏନେଇ ଗତ ଶୁକ୍ରବାର ଚୀନ ପକ୍ଷରୁ କୁହାଯାଇଛି ଯେ ୫ ୟୁରୋପୀୟ ଦେଶ ଏବଂ ମାଲେସିଆର ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ପ୍ରଦାନ କରାଯିବ। କାରଣ ବାଣିଜ୍ୟ ଏବଂ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଚୀନ ଭ୍ରମଣ କରିବାକୁ ଉତ୍ସାହିତ କରାଯାଉଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ପେନ୍ ଏବଂ ମାଲେସିଆର ନାଗରିକଙ୍କୁ ଭିସା ପ୍ରବେଶ କରିବାକୁ ଅନୁମତି ଦେଇଛି ଚୀନ ବିଦେଶ ମନ୍ତ୍ରଣାଳୟ। ଏହି ପଦକ୍ଷେପ ଏକ ପରୀକ୍ଷା ଭିତ୍ତିରେ ଆରମ୍ଭ ହୋଇଛି। ଯାହା ବର୍ଷେ ପାଇଁ କାର୍ଯ୍ୟକାରୀ ହେବ।

ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ ଦୈନିନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏପରି ପଦକ୍ଷେପ ନେବା ପଛର ଉଦ୍ଦେଶ୍ୟ ହେଉଛି ବିଦେଶୀ ନାଗରିକଙ୍କୁ ଭ୍ରମଣ କରିବାକୁ ଉତ୍ସାହିତ କରିବା ଏବଂ ଚୀନ୍‌କୁ ଉଚ୍ଚ ସ୍ତରରେ ବାହ୍ୟ ଜଗତ ଲାଗି ଖୋଲିବା। କୋରୋନା ମହାମାରୀ ହେତୁ ଲାଗୁ କରାଯାଇଥିବା କଠୋର ପ୍ରତିବନ୍ଧକକୁ ପ୍ରାୟ ୩ ବର୍ଷ ପରେ ଚଳିତ ବର୍ଷ ଆରମ୍ଭରୁ ହଟାଇ ଦିଆଯାଇଥିଲା। ହେଲେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ବର୍ତ୍ତମାନ ମହାମାରୀ ଆସିବା ପୂର୍ବରୁ ସ୍ତରକୁ ଫେରିନାହିଁ। ଚୀନ ପୂର୍ବରୁ ବ୍ରୁନେଇ, ଜାପାନ ଏବଂ ସିଙ୍ଗାପୁର ନାଗରିକଙ୍କୁ ଭିସା ବିନା ପ୍ରବେଶ କରିବାକୁ ଅନୁମତି ଦେଇଥିଲା। ହେଲେ କୋରୋନା ମହାମାରୀର ବିସ୍ତାର ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।

Also Read: Visa Free Countries For Indians: ଶ୍ରୀଲଙ୍କା-ଥାଇଲ୍ୟାଣ୍ଡ ପରେ ବର୍ତ୍ତମାନ ବିନା ଭିସା ରେ ଏହି ଦେଶ ପରିଦର୍ଶନ କରିପାରିବେ ଭାରତୀୟ

ପୁନର୍ବାର ଭିସା ବିନା ପ୍ରବେଶ ସେବା ଆରମ୍ଭ କରିସାରିଛି ଚୀନ୍
ଗତ ଜୁଲାଇ ମାସରେ ବ୍ରୁନେଇ ଏବଂ ସିଙ୍ଗାପୁର ପାଇଁ ଭିସାମୁକ୍ତ ପ୍ରବେଶକୁ ପୁନର୍ବାର ଆରମ୍ଭ କରିଥିଲା ଚୀନ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଜାପାନ ପାଇଁ ଭିସା ମୁକ୍ତ ପ୍ରବେଶ ସେବା ଆରମ୍ଭ ହୋଇନାହିଁ। ଚୀନ ଠାରେ ଅବସ୍ଥାପିତ ୟୁରୋପୀୟ ସଂଘ ଚାମ୍ବର ଅଫ୍ କମର୍ସ ଚୀନ ବିଦେଶ ମନ୍ତ୍ରଣାଳୟର ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛି। ସଂଘ ଆଶା କରୁଛି ଯେ ଅଧିକ ୟୁରୋପୀୟ ଦେଶର ନାଗରିକଙ୍କୁ ଯଥାଶୀଘ୍ର ଭିସା ବିନା ଯାତ୍ରା କରିବାକୁ ଅନୁମତି ଦିଆଯିବ। ଏନେଇ ଜାରି ହୋଇଥିବା ଏକକ ବିବୃତ୍ତି କୁହାଯାଇଛି ଯେ ଏନେଇ ନିଆଯାଇଥିବା ନିଷ୍ପତ୍ତି ଏକ ବ୍ୟବହାରିକ ପ୍ରୟାସ। ଯାହା ବ୍ୟବସାୟ ଉପରେ ଆତ୍ମବିଶ୍ୱାସ ବଢାଇବ। ଅର୍ଥନୀତିର ମନ୍ଥର ଗତି ତ୍ୱରାନ୍ୱିତ କରିବାକୁ ସରକାର ବିଦେଶୀ ପୁଞ୍ଜି ବିନିଯୋଗ ଖୋଜୁଛନ୍ତି।

କୋରୋନା ମହାମାରୀ ଲଗାଇଥିଲା ବ୍ରେକ 
ଏହା ମଧ୍ୟ କୁହାଯାଇଛି ଯେ ଟେସଲା ମାଲିକ ଏଲୋନ୍ ମସ୍କ ଏବଂ ଆପଲ୍  ଟିମ୍ କୁକ୍ ସମେତ କିଛି ବ୍ୟବସାୟୀ ବାଣିଜ୍ୟ ମେଳା ଏବଂ ସଭା ପାଇଁ ଆସୁଛନ୍ତି। ମହାମାରୀ ପରେ ବହୁ କମ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଚୀନ ଆସୁଛନ୍ତି। ଏହା ପୂର୍ବରୁ ଚୀନ ବ୍ରୁନେଇ, ଜାପାନ ଏବଂ ସିଙ୍ଗାପୁରର ନାଗରିକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଅନୁମତି ଦେଇଥିଲା। ହେଲେ କୋରୋନା ମହମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

କ'ଣ ରହିଛି ଏହା ପଛର କାରଣ
ଏହା ସହିତ ଜଡ଼ିତ ଏକ କାରଣ ହେଉଛି ଗତ ଜୁଲାଇ ମାସରେ ଚୀନ ବ୍ରୁନେଇ ଏବଂ ସିଙ୍ଗାପୁର ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ପୁନର୍ବାର ଆରମ୍ଭ କରିଥିଲା। ମାତ୍ର ଭିସା ମୁକ୍ତ ପ୍ରବେଶ ସୁବିଧା ଜାପାନ ନାଗରିକଙ୍କୁ ପ୍ରଦାନ କରିନଥିଲା ଚୀନ। ଧିରେ ଧିରେ ଅର୍ଥନୀତିକୁ ବୃଦ୍ଧି କରିବାରେ ଚୀନ୍ ସରକାର ବିଦେଶୀ ପୁଞ୍ଜି ବିନିଯୋଗ ଚାହୁଁଛନ୍ତି। କିଛି ବ୍ୟବସାୟୀ ବାଣିଜ୍ୟ ମେଳା ଏବଂ ସଭା ପାଇଁ ଆସୁଛନ୍ତି। ଏହା ବ୍ୟତୀତ ବିଦେଶୀ ପର୍ଯ୍ୟଟନ ବୃଦ୍ଧି ମଧ୍ୟ ଚୀନ ବିଦେଶ ମନ୍ତ୍ରଣାଳୟର ଅନ୍ୟତମ ଉଦ୍ଦେଶ୍ୟ।