ସଫଳ ହେଉଛି କୁମ୍ଭୀର ଚାଷ
Advertisement
Article Detail0/zeeodisha/odisha1292354

ସଫଳ ହେଉଛି କୁମ୍ଭୀର ଚାଷ

ଭିତରକନିକା ଓ ରାଜନଗର ବନଖଣ୍ଡ ରେ ଶେଷ ହୋଇଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । ଚଳିତବର୍ଷ ସର୍ବାଧିକ ୧୨୨ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । ସର୍ବାଧିକ କନିକା ରେଞ୍ଜ ରେ ୧୧୦, ରାଜନଗର ରେଞ୍ଜ ରେ ୯ , ଗହିରମଥା ରେଞ୍ଜ ରେ ୨ ଓ ମହାକାଳପଡ଼ା ରେଞ୍ଜ ରେ ୧ ଟି ବସା ଚିହ୍ନଟ କରାଯାଇଛି ।ଯାହା ସମସ୍ତ ଙ୍କୁ ଆନନ୍ଦିତ କରିଛି । 

ସଫଳ ହେଉଛି କୁମ୍ଭୀର ଚାଷ

କେନ୍ଦ୍ରାପଡ଼ା: ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡିଶାଳ ଭିତରକନିକା । ବିଶ୍ବରେ ଏହି କୁମ୍ଭୀର ମାନଙ୍କ ସଂଖ୍ୟା ଲୋପ ପାଇବାକୁ ବସିଥିବା ବେଳେ ଭିତରକନିକାରେ ଆରମ୍ଭ ହୋଇଥିଲା କୁମ୍ଭୀର ଚାଷ ପ୍ରକଳ୍ପ ସେବେ ଠାରୁ ପ୍ରତିବର୍ଷ ବଉଳା କୁମ୍ଭୀର ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଚଳିତବର୍ଷ ଭିତରକନିକା ଓ ରାଜନଗର ବନଖଣ୍ଡ ରେ ସର୍ବାଧିକ ୧୨୨ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସିର ବାତାବରଣ ଦେଖିବା ପାଇଁ ମିଳିଛି । 

ଚଳିତବର୍ଷ ଭିତରକନିକା ଓ ରାଜନଗର ବନଖଣ୍ଡ ରେ ଶେଷ ହୋଇଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । ଚଳିତବର୍ଷ ସର୍ବାଧିକ ୧୨୨ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । ସର୍ବାଧିକ କନିକା ରେଞ୍ଜ ରେ ୧୧୦, ରାଜନଗର ରେଞ୍ଜ ରେ ୯ , ଗହିରମଥା ରେଞ୍ଜ ରେ ୨ ଓ ମହାକାଳପଡ଼ା ରେଞ୍ଜ ରେ ୧ ଟି ବସା ଚିହ୍ନଟ କରାଯାଇଛି ।ଯାହା ସମସ୍ତ ଙ୍କୁ ଆନନ୍ଦିତ କରିଛି । ବିଶ୍ବରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାରେ ଆସିବା ପରେ ଜାତିସଂଘ ଏବଂ ଭାରତ ସରକାରଙ୍କ ଓ ଓଡିଶା ବନବିଭାଗ ର ମିଳିତ ସହଯୋଗରେ ଅଷ୍ଟ୍ରେଲିଆର ବିଶିଷ୍ଟ  ପ୍ରାଣୀ ବିଜ୍ଞାନୀ ଏଚ୍ ଆର୍ ବର୍ଷ୍ଟାଡ ଓ ଓଡ଼ିଶାର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡା ସୁଧାକର କରଙ୍କ ନେତୃତ୍ୱରେ ୧୯୭୫ ମସିହାରେ କେନ୍ଦ୍ରାପଡା ଭିତରକନିକା ଡାଙ୍ଗମାଳ ଠାରେ ଆରମ୍ଭ ହେଲା କୁମ୍ଭୀର ଚାଷ ପ୍ରକଳ୍ପ।

ପ୍ରଥମେ ୩ଟି ବସା ଚିହ୍ନଟ କରାଯାଇ କାଳିଭଞ୍ଜଡିଆରୁ ଏକ ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରାଯାଇ ଡାଙ୍ଗମାଳ ହ୍ୟାଚେରି ରେ ରଖା ଯାଇଥିଲା । ସେଥିରୁ ୨୪ଟି ଛୁଆ ବାହାରିଥିଲା । ସେହି ୧୯୭୫ ମସିହାରେ ଭିତରକନିକା କୁ ଅଭୟାରଣ୍ୟ ର ମାନ୍ୟତା ମିଳିଲା । ସେବେ ଠାରୁ ପ୍ରତିବର୍ଷ କୁମ୍ଭୀର ବସା ଚିହ୍ନଟ କରାଯାଉଥିବା ବେଳେ ୩ ଟି ବସାରୁ ଚଳିତବର୍ଷ ସର୍ବାଧିକ ୧୨୨ଟି ବସା ଚିହ୍ନଟ କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସି ଦେଖିବା ପାଇଁ ମିଳିଛି । ଏହା ଏକ ବଡ ସଫଳତା ବୋଲି କୁମ୍ଭୀର ବିଶାରଦ ଡା ସୁଧାକର କର ସୂଚନା ଦେଇଛନ୍ତି ।

୧୯୭୫ ମସିହା ଠାରୁ କୁମ୍ଭୀର ଚାଷ ପ୍ରକଳ୍ପ ସଫଳ ହେବା ସହ କୁମ୍ଭୀର ବସା ଓ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଭିତରକନିକା ଜାତୀୟ ଉଦ୍ୟାନ ର ବିଭିନ୍ନ ନଦୀ ନାଳ ମାନଙ୍କ ରେ ୧୭୮୪ ଟି କୁମ୍ଭୀର ବସବାସ କରୁଛନ୍ତି ।   ଯାହା ଭିତରକନିକା ର ବନ କର୍ମଚାରୀ ଙ୍କ ସହ ପରିବେଶବିତ୍ ଓ ପ୍ରକୃତି ପ୍ରେମୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ମା କୁମ୍ଭୀର ହେନ୍ତାଳ ଓ ଖରଖରୀ ପତ୍ରରେ ନଦୀ ଜୁଆର ମାଡୁ ନଥିବା ସ୍ଥାନରେ ବସା କରି ଅଣ୍ଡାଦାନ କରିଥାଏ । ମା କୁମ୍ଭୀର ୫୦ ରୁ ୬୦ଟି ଅଣ୍ଡା ଦେଇଥାଏ । ବାରାହା , ଗୋଧୀ ଓ ମାଙ୍କଡ଼ ଅଣ୍ଡା ନଷ୍ଟ କରିବାର ସମ୍ଭାବନା ଥିବାରୁ ମା କୁମ୍ଭୀର ବସାକୁ ଛୁଆ ଫୁଟିବା ପର୍ଯ୍ୟନ୍ତ ୩ ମାସ ଜଗି ରହିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମା କୁମ୍ଭୀର ଛୁଆଙ୍କୁ ନେଇ ନଦୀରେ ଛାଡିଥାଏ । ଏବଂ ଯେଉଁ ବସା ଜୁଆରରେ ନଷ୍ଟ ହେବାର ସମ୍ଭାବନା ଥାଏ ବନ କର୍ମଚାରୀ ମାନେ ସେଥିରୁ ଅଣ୍ଡା ସଂଗ୍ରହ କରି ହ୍ୟାଚେରୀରେ ରଖିଥାନ୍ତି । 

କୁମ୍ଭୀର ଚାଷ ପ୍ରକଳ୍ପ ଭିତରକନିକା ରେ ସଫଳ ତାର ଶିର୍ଷରେ ପହଞ୍ଚିବା ପରେ କେବେ ଭିତରକନିକା ବିଶ୍ବ ଐତିହଃ ତାଲିକା ରେ ସ୍ଥାନ ପାଇବ ତାହା ଦେଖିବାର କଥା ।