Curfew: ସୋସିଆଲ ମିଡ଼ିଆ ଉପରେ ବ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ
Advertisement
Article Detail0/zeeodisha/odisha2297490

Curfew: ସୋସିଆଲ ମିଡ଼ିଆ ଉପରେ ବ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର: ବାଲେଶ୍ୱର ସହରରେ ଲାଗୁ ହେଲା କର୍ଫ୍ୟୁ। ଗତକାଲି ଠାରୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କର୍ଫ୍ୟୁ ଲାଗୁ କ

Curfew: ସୋସିଆଲ ମିଡ଼ିଆ ଉପରେ ବ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

Curfew: ଭୁବନେଶ୍ୱର: ବାଲେଶ୍ୱର ସହରରେ ଲାଗୁ ହେଲା କର୍ଫ୍ୟୁ। ଗତକାଲି ଠାରୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଗତ ରାତିଠୁ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ କଟକଣା ସମୟରେ ଦୋକାନ ବଜାର ଓ ସ୍କୁଲ କଲେଜ ସମେତ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ। ଏଥିସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍ କରିଛି ପୁଲିସ ପ୍ରଶାସନ।

ସେପଟେ ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଇଣ୍ଟରନେଟକୁ ବ୍ୟାନ କରିବା ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ ମଧ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ  ଲଗାମ ଲଗାଯାଇଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପ, ଫେସବୁକ, ଏକ୍ସ (ପୂର୍ବରୁ ଟ୍ୱିଟର), ଇନଷ୍ଟାଗ୍ରାମ, ସ୍ନାପଚାଟ ସହିତ ଅନ୍ୟ ସୋସିଆଲ ମିଡ଼ିଆ ସେବା ଉପରେ ଲଗାମ ଲଗାଯାଇଛି। ଏହା ସହିତ ଅନ୍ୟ ମୋବାଇଲ ସେବା ପ୍ରଦାନକାରୀକୁ ମଧ୍ୟ ଲଗାମ ଲଗାଇବାକୁ ମଧ୍ୟ କୁହାଯାଇଛି। ଏହା ସହିତ ମୋବାଇଲ ଇଣ୍ଟରନେଟ, ଡାଟା ସର୍ଭିସ ଆଦି ମୋବାଇଲ ସେବା ପ୍ରଦାନକାରୀ ଉପରେ ମଧ୍ୟ ଲଗାମ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅନ୍ୟ ସାମାଜିକ ଗଣମାଧ୍ୟମ ଗୁଡିକ ଉପରେ ମଧ୍ୟ ବ୍ୟାନ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ତେବେ ଏହି ବ୍ୟାନ ଆଦେଶ ଆଜି ଠାରୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଗୃହ ବିଭାଗ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଆସନ୍ତା ୨୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।