DCW Chief Swati Maliwal: ପିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଵାତୀ ମାଲିୱାଲ, କହିଲେ- 'ମୋ ବାପା ମୋତେ କରିଥିଲେ ଯୌନ ଶୋଷଣ...'
Advertisement

DCW Chief Swati Maliwal: ପିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଵାତୀ ମାଲିୱାଲ, କହିଲେ- 'ମୋ ବାପା ମୋତେ କରିଥିଲେ ଯୌନ ଶୋଷଣ...'

DCW Chief Swati Maliwal: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ୍ୟ ସ୍ଵାତୀ ମାଲିୱାଲ(dcw chief swati maliwal) । ଅଧିକାଂଶ ସମୟରେ ସେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି ।  ବର୍ତ୍ତମାନେ ଆଉ ଏକ ବୟାନ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ସେ ନିଜ ପିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, କହିଛନ୍ତି ଯେ, 'ଯେତେବେଳେ ମୁଁ ଛୋଟ ଥିଲି ,ସେତେବେଳେ ମୋ ବାପା (father) ମୋତେ ପିଟୁଥିଲେ। ଏବଂ ଯୌନ ଶୋଷଣ ମଧ୍ୟ ( sexually assault) କରୁଥିଲେ, ଏ ଅନ୍ୟାୟ ବିରୋଧରେ ମୁହଁ ଖୋଲିଲେ , ମାଡ ମାରି ଲହୁ ଲୁହାଣ କରିଦେଉଥିଲେ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

DCW Chief Swati Maliwal: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ୍ୟ ସ୍ଵାତୀ ମାଲିୱାଲ(dcw chief swati maliwal) । ଅଧିକାଂଶ ସମୟରେ ସେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି ।  ବର୍ତ୍ତମାନେ ଆଉ ଏକ ବୟାନ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ସେ ନିଜ ପିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, କହିଛନ୍ତି ଯେ, 'ଯେତେବେଳେ ମୁଁ ଛୋଟ ଥିଲି ,ସେତେବେଳେ ମୋ ବାପା (father) ମୋତେ ପିଟୁଥିଲେ। ଏବଂ ଯୌନ ଶୋଷଣ ମଧ୍ୟ ( sexually assault) କରୁଥିଲେ, ଏ ଅନ୍ୟାୟ ବିରୋଧରେ ମୁହଁ ଖୋଲିଲେ , ମାଡ ମାରି ଲହୁ ଲୁହାଣ କରିଦେଉଥିଲେ । ସେ ଘରକୁ ଆସିଲେ ମୋତେ ଡର ଲାଗୁଥିଲା । ସେଥିପାଇଁ ମୁଁ ଖଟ ତଳେ ଅଧିକାଂଶ ସମୟ ଲୁଚି ରହୁଥିଲି । ଏବଂ  ପିତାଙ୍କ ଏ ଘଟିଆ ହରତକ ବିଷୟରେ ମୁଁ କାହାକୁ କିଛି କହିପାରୁନ ଥିଲି । ' ତେବେ, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ୍ୟ ସ୍ଵାତୀ ମାଲିୱାଲଙ୍କ (dcw chief swati maliwal)ଏହି ବୟାନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । 

ନିକଟରେ, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ଵାତି ମାଲିୱାଲଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। ତାଙ୍କୁ  ଏକ କାର କିଛି ବାଟ ପର୍ଯ୍ୟନ୍ତ ଘୋଷାରୀ ନେଇଥିଲା । ବିଳମ୍ବିତ ରାତିରେ ଦିଲ୍ଲୀ ରାସ୍ତାରେ ମହିଳାଙ୍କ ସ୍ଥିତି ନିରୀକ୍ଷଣ କରୁଥିବା ସମୟରେ ତାଙ୍କ ହାବୁଡ଼ରେ ଏକ ନିଶାସକ୍ତ କାର ଚାଳକ ପଡିଯାଇଥିଲା । ନିଶାସକ୍ତ ଡ୍ରାଇଭର ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ କାର୍‌ରେ ବସିବାକୁ କହିଥିଲା। କିନ୍ତୁ ସେ ବସିନଥିଲେ। ଏହାପରେ ଡ୍ରାଇଭର ଜଣକ ନିଜ ବଲେନୋ କାର୍ ନେଇ ସେଠାରୁ ଚାଲିଯାଇଥିଲେ । କିଛି ସମୟ ପରେ ୟୁ-ଟର୍ଣ୍ଣ ମାରି ପୁଣି ମହିଳା କମିଶ ଅଧ୍ୟକ୍ଷାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଗାଡ଼ି ଚାଳକ ସ୍ୱାତୀଙ୍କ ସହ ଛେଡ଼ଛାଡ଼ କରିଥିଲେ । 

 

ଏହାବି ପଢନ୍ତୁ : Swara Bhasker Wedding: ହିନ୍ଦୁ ରୀତିରେ ପୁଣି ଥରେ ସ୍ବାମୀ ଫହାଦଙ୍କୁ ବିବାହ କରିବେ ସ୍ବରା ଭାସ୍କର, ଜାଣନ୍ତୁ ପ୍ରି-ଓ୍ବେଡିଂର ପୂରା କାର୍ଯ୍ୟସୂଚୀ

ଏହାବି ପଢନ୍ତୁ : Satish Kaushik Death Case: ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫାର୍ମ ହାଉସ୍‌ରୁ ମିଳିଲା ଆପତ୍ତିଜନକ ଔଷଧ

ମାତ୍ର ସ୍ୱାତୀ ଏନେଇ ବିରୋଧ କରିବାରୁ ଗାଡ଼ି ଚାଳକ ଅଧ୍ୟକ୍ଷାଙ୍କ ହାତକୁ କାର କାଚ ଭିତରେ ବନ୍ଦ କରି ଗାଡ଼ି ଷ୍ଟାର୍ଟ କରିଦେଇଥିଲେ । ଫଳରେ ସ୍ୱାତୀଙ୍କ ହାତ କାର ଭିତରେ ଫସି ରହିଥିବାରୁ ସେ ୧୦-୧୫ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ । ତେବେ ଈଶ୍ୱରଙ୍କ କୃପାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଏନେଇ ସ୍ୱାତୀ ମାଲେୱାଲ ଟ୍ୱିଟ୍ କରି ସୂଚନା ଦେଇଥିଲେ।  ସେ ଟୁଇଟରେ କହିଥିଲେ ଯେ, ମୁଁ ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଛି। ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ହିଁ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ମହିଳା କିଭଳି ସୁରକ୍ଷିତ ରହିପାରିବେ ବୋଲି ସେ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି। ବିଳମ୍ବିତ ରାତି ପାଖାପାଖି ୩.୦୫ ସମୟରେ ଏମ୍ସର ଗେଟ୍ ନମ୍ବର-୨ ନିକଟସ୍ଥ ଫୁଟପାଥ ନିକଟରେ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।