Cracker Blast Case: ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଜିଲ୍ଲାପାଳ ଦେଲେ ଚାଞ୍ଚଲ୍ୟକର ବୟାନ
Advertisement
Article Detail0/zeeodisha/odisha1599699

Cracker Blast Case: ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଜିଲ୍ଲାପାଳ ଦେଲେ ଚାଞ୍ଚଲ୍ୟକର ବୟାନ

Cracker Blast Case: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ(Khurda firecracker unit explosion) ମୃତ୍ୟୁ ସଂଖ୍ୟା(Death toll) ୫କୁ ବୃଦ୍ଧି ପାଇଛି । ଗୁରୁତର ଆହତ ହୋଇ କଟକ ଏସସିବିରେ(SCB) ଚିକିତ୍ସିତ ହେଉଥିବା ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା।

ସୌଜନ୍ୟ- ସୋସିଆଲ ମିଡ଼ିଆ

Cracker Blast Case: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ(Khurda firecracker unit explosion)  ମୃତ୍ୟୁ ସଂଖ୍ୟା(Death toll) ୫କୁ ବୃଦ୍ଧି ପାଇଛି । ଗୁରୁତର ଆହତ ହୋଇ କଟକ ଏସସିବିରେ(SCB) ଚିକିତ୍ସିତ ହେଉଥିବା ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି। ସୋମବାର ବାଣ ବିସ୍ଫୋରଣ(Cracker Blast)  ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତରାତିରେ ଦୋଳ ଗୋବିନ୍ଦଙ୍କ ମୃତ୍ୟୁ ହେବା ପରେ ଏବେ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ,  ଦୋଳ ପୁର୍ଣ୍ଣିମା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୁଷୁଣ୍ଡପୁର ଗାଁରେ ବାଣ କାରିଗରମାନେ ସୋମବାର ଦିନ ବାଣ ତିଆରି କରି ଗୋଟିଏ ଘରେ ରଖୁଥିଲେ। ହେଲେ ହଠାତ ବାଣ ଗୁଡିକ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇପଡିଥିଲେ। ଫଳରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।  ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ବାଣ କାରିଗର ଦୋଳ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।

Also Read :  Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ

Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ

ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଏସପି, ଉପ ଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାଣ ତିଆରି କରୁଥିବା କାରିଗରମାଙ୍କ ପାଖରେ କୌଣସି ଲାଇସେନ୍ସ ନଥିବା ମଧ୍ୟ ସୂଚନା ମିଳିଛି । ସେଥିପାଇଁ ଏଭଳି ବଡ ଅଘଟଣ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏନେଇ ଭୁଷଣ୍ତପୁରରେ ୧୭ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଏନେଇ ୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ଏବଂ ୬୨ କିଲୋର ବାଣ ମଧ୍ୟ ଜବତ କରାଯାଇଛି । 

Also Read : Naba Das Murder Case: 'ଗୋପାଳ ନୁହେଁ ପାଗଳ'

Also Read : VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '