Holi 2024: ଯବାନଙ୍କ ସହ ହୋଲିର ରଙ୍ଗରେ ରଙ୍ଗୀନ ହେଲେ ପ୍ରତିରକ୍ଷା ମନ୍ତ୍ରୀ
Advertisement

Holi 2024: ଯବାନଙ୍କ ସହ ହୋଲିର ରଙ୍ଗରେ ରଙ୍ଗୀନ ହେଲେ ପ୍ରତିରକ୍ଷା ମନ୍ତ୍ରୀ

Holi 2024: ସେନାବାହିନୀର ଯବାନମାନଙ୍କ ସହ ହୋଲି ପାଳନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ଯବାନଙ୍କୁ ଅବିର ଲଗାଇଥିବା ଦେଖିବାକୁ ମିଳିଛି ।

Post- 

ହୋଲି ପାଳନ ସମୟର ଫଟୋକୁ ପ୍ରତିରକ୍ଷା ମନ୍ତ୍ରୀ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ପ୍ରତିକ୍ରିୟାରେ ରାଜନାଥ କହିଥିଲେ ଯେ, ଯବାନମାନେ ଆମ ଦେଶକୁ ସର୍ବଦା ସୁରକ୍ଷା ଦେଇ ଆସୁଛନ୍ତି ତେଣୁ ସେମାନଙ୍କ ସାଥିରେ ସବୁବେଳେ ସରକାର ଅଛନ୍ତି । ସିଆଚିନରେ ହୋଲି ପାଳନ କରିବାକୁ ରାଜନାଥଙ୍କର ଇଚ୍ଛା ଥିବା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଯାଇପାରିନଥିଲେ । ତେଣୁ ନିକଟରେ ଲେହ ମିଲିଟାରୀ କ୍ୟାମ୍ପରେ ଯୋଗ ଦେଇ ନିଜ ଇଚ୍ଛାକୁ ପୂରଣ କରିଥିଲେ । ଏଥିସହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଯବାନମାନଙ୍କୁ ପୁଷ୍ପାଞ୍ଜଳୀ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ହୋଲି ପାଳନ ଉତ୍ସବରେ ରାଜନାଥ ସିଂହଙ୍କ ସହିତ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ନିଜକୁ ସାମିଲ୍ କରିଥିଲେ । କ୍ୟାମ୍ପରେ ସମସ୍ତ ଯବାନ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ହୋଲି ପାଳନ କରି ଖୁସିବ୍ୟକ୍ତ କରିଛନ୍ତି । ପରସ୍ପରକୁ ମିଠା ଖୁଆଇ ରଙ୍ଗର ପର୍ବ ହୋଲିକୁ ପାଳନ କରିଛନ୍ତି ।

Also Read- କଟକରେ ବୁଲେଟ୍‌ ରାଣୀ ରାଜଲକ୍ଷ୍ମୀ ମାଣ୍ଡା, BJPକୁ ଭୋଟ ଦେବାକୁ କଲେ ନିବେଦନ

Also Read- Amarnath Yatra 2024: ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା